Sunday, June 14, 2026 05:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅର୍ଚ୍ଚନାଙ୍କ ସାନ୍ନିଧ୍ୟରେ ମନ୍ତ୍ରୀ, ବିଧାୟକ !

ବଡ଼ବଡ଼ିଆଙ୍କ ଯୌନ କେଳେଙ୍କାରୀ

by Our Correspondent
13 Oct, 2022- 04:52 PM
in Editors Pick, Latest News, News, Politics
1 min read
0
ଅର୍ଚ୍ଚନାଙ୍କ ସାନ୍ନିଧ୍ୟରେ ମନ୍ତ୍ରୀ, ବିଧାୟକ !

ଭୁୁବନେଶ୍ୱର: ରହସ୍ୟମୟୀ ଅର୍ଚ୍ଚନା ନାଗଫାସରେ ବହୁ ନେତା, ବ୍ୟବସାୟୀ, ସରକାରୀ ଅଧିକାରୀ ଅଛନ୍ତି । ଏ କଥା ଆଉ ଲୁଚି ରହିନାହିଁ । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ସହ ଏମାନଙ୍କ ମଧ୍ୟରୁ କେତେକଙ୍କର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଅର୍ଚ୍ଚନାଙ୍କ ସହ ଏହି ବଡ଼ବଡ଼ିଆମାନଙ୍କର କି ସମ୍ପର୍କ ଥିଲା ତାହା ପୁଲିସ ଜବତ କରିଥିବା ମୋବାଇଲ୍ ଏବଂ ଲାପଟପ୍ ରେ ମହଜୁଦ ଅଛି । ପୁଲିସ ଏହାର ପର୍ଦ୍ଦାଫାସ କରି ନ ଥିଲେ ମଧ୍ୟ ଓଡ଼ିଶା ଇତିହାସରେ ଏହା ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ଭାବେ ବିବେଚନା କରାଯାଉଛି । ସୁନୀଲ ମେହେରକୁ ବି ବଳିଯାଇଛନ୍ତି ଅର୍ଚ୍ଚନା ।

ଅର୍ଚ୍ଚନାଙ୍କର ସାନ୍ନିଧ୍ୟ ପାଇଁ ବାଉଳା ହୋଇଥିବା ବିଭିନ୍ନ ନେତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବହୁ ରୋଚକ ଖବର ପ୍ରକାଶ ପାଇଛି । ଏଥିରେ ସିଧାସଳଖ ସେମାନଙ୍କ ନାଁ ପ୍ରକାଶ ପାଇଛି । ପୁଲିସ ଜବତ କରିଥିବା ମୋବାଇଲ୍ ଓ ଲାପଟପ୍ ର ତଥ୍ୟ ଏବଂ କିଛି ଭାଇରାଲ୍ ଅଡିଓକୁ ଆଧାର କରି ଗଣମାଧ୍ୟମରେ ଏହିସବୁ ଖବର ପ୍ରକାଶ ପାଇଛି । ପୁଲିସ ପକ୍ଷରୁ ଆନୁଷ୍ଠାନିକ ସୂଚନା ନ ଥିଲେ ମଧ୍ୟ ନେତାମାନଙ୍କ ନାଁ ସିଧା ଉଲ୍ଲେଖ କରାଯାଇଛି ।

ଅର୍ଚ୍ଚନା ଏବଂ ତାଙ୍କ ନାଗଫାସରେ ପଡ଼ିଥିବା ରସିକିଆ ନେତାଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ସାରା ରାଜ୍ୟକୁ ଏହା ହୁଲସ୍ତୁଲ କରୁଛି । ଅର୍ଚ୍ଚନାର ବିଜିନେସ୍ ମଡେଲ ହାଭାର୍ଡ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯାଉ ବୋଲି ଲୋକେ କଟାକ୍ଷ କରିବା ଆରମ୍ଭ କରିଛନ୍ତି ।

ବାକି ରହିଲା, ପୁଲିସ ତଦନ୍ତ ଏବଂ ରାଜନୀତି ବୟାନବାଜି । ଏହି ସମ୍ବେଦନଶୀଳ ହାଇପ୍ରୋଫାଇଲ୍ ମାମଲାରେ ପୁଲିସ ଯେ ସଠିକ୍ ତଦନ୍ତ କରୁନି ତାହା ସମସ୍ତଙ୍କର ଅନୁଭବ ହେଉଛି । ଖାସ୍ କରି ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିବା ଶ୍ରଦ୍ଧାଞ୍ଜଳିଙ୍କର ୧୬୪ ବୟାନ ପୁଲିସ କାହିଁକି ରେକର୍ଡ କରୁନି? ଅର୍ଚ୍ଚନା ସ୍ୱାମୀ ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କୁ ପୁଲିସ ଗିରଫ କରୁନାହିଁ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଅତୀତରେ ମାହାଙ୍ଗା ଡବଲ ମର୍ଡର ଘଟଣା ହେଉ କି ମମିତା ମର୍ଡର ଘଟଣା ହେଉ ବଡ଼ବଡ଼ିଆଙ୍କର କିଛି ତାଡି ହେବ ନାହିଁ ବୋଲି ଲୋକଙ୍କର ବିଶ୍ୱାସ ଏ କ୍ଷେତ୍ରରେ ପୁଲିସ ପାଇଁ ବଡ଼ ଚାଲେଂଜ ହୋଇଛି । ସର୍ବୋପରି ଏହି ମାମଲାରେ ପ୍ରଭାବଶାଳୀ ବ୍ୟକ୍ତିମାନେ ଛନ୍ଦି ହୋଇଥିବାରୁ ଏହାର ନିର୍ଯ୍ୟାସ ଯେ ବାହାରିବ ତାହା ଆଶଙ୍କା ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ଅର୍ଚ୍ଚନା ମାମଲାରେ ସବୁ ଦଳର ନେତା ସଂପୃକ୍ତି ଥିଲା ବେଳେ ବିଜେପି ଓ କଂଗ୍ରେସ ନେତାମାନେ ରାଜନୀତି ବୟାନବାଜି ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଆଜି କହିଛନ୍ତି, ଅର୍ଚ୍ଚନା ନାଗଫାସରେ ୨୫ ଜଣ ରାଜନେତା ଅଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୩ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ । ଆଉ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶାସକ ଦଳର ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କ ପାଖରେ ତାଲିକା ଅଛି ବୋଲି ବାବୁ ସିଂ କହୁଥିଲେ ମଧ୍ୟ ନାଁ ପ୍ରକାଶ କରୁନାହାନ୍ତି । ଯଦି ତଥ୍ୟ ପ୍ରମାଣ ସହ ତାଲିକା ଅଛି ତାହାହେଲେ ପୁଲିସରେ ଏବଂ ଗଣମାଧ୍ୟମରେ କାହିଁକି ପ୍ରକାଶ କରୁନାହଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ଥତମତ ହୋଇଛନ୍ତି । ସୁତରାଂ ଖାଲି ଗଣମାଧ୍ୟମରୁ ଖବର ସଂଗ୍ରହ କରି ସେ ପବନ ଉଡ଼ାଇଛନ୍ତି ବୋଲି ବୁଝିବାକୁ ହେବ । ବିରୋଧୀ ଦଳ ଭାବେ ତାଙ୍କ ପାଖରେ କିଛି ତଥ୍ୟ ନାହିଁ ।

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଟିଭିରେ କହି ଚାଲିଛନ୍ତି ଯେ ଏହି ମାମଲାରେ ବହୁ ପ୍ରଭାବଶାଳୀ ନେତା, ଆଇଏଏସ, ଆଇପିଏସ୍ ଅଛନ୍ତି । ଖୋଲିଲେ ସରକାର ଭାଙ୍ଗିଯିବ । ମାତ୍ର ସେ କାହିଁକି ଖୋଲୁନାହାନ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଯଦି ସରକାର ଭାଙ୍ଗିଦେବାର ତଥ୍ୟ ରଖିଛନ୍ତି ତାକୁ କାହିଁକି ପ୍ରକାଶ କରୁନାହାନ୍ତି? ବିରୋଧୀ ଦଳ ଭାବେ ଏହା ତାଙ୍କର ଦାୟିତ୍ୱ ନୁହେଁ କି? ନାଁ ଏଥିରେ ତାଙ୍କ ଦଳର ପ୍ରଭାବଶାଳୀ ନେତା ଏବଂ ତାଙ୍କ ପୁଅଙ୍କ ନାଁ ଆସିଥିବାରୁ ସେ ଜାକି ହୋଇଯାଇଛନ୍ତି? ଖାଲି ତୁଣ୍ଡରେ ପବନ ନ କରି କାର୍ଯ୍ୟରେ କରିକି ଦେଖାଅ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।

Previous Post

ବିଜେଡି ସରପ୍ରାଇଜ୍: ଧାମନଗରରେ ଅବନ୍ତୀ ଦାସ ପ୍ରାର୍ଥୀ

Next Post

ଗଜଲକ୍ଷ୍ମୀ ପୂଜାମଣ୍ଡପରେ ରାଜ୍ୟପାଳ

Next Post
ଗଜଲକ୍ଷ୍ମୀ ପୂଜାମଣ୍ଡପରେ ରାଜ୍ୟପାଳ

ଗଜଲକ୍ଷ୍ମୀ ପୂଜାମଣ୍ଡପରେ ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA