ଭୁୁବନେଶ୍ୱର: ଧରାବତରଣ କରିଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ। ମା’ଙ୍କ ଆବାହନ ପାଇଁ ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ। ବିଭିନ୍ନ ପୀଠ ଓ ମଣ୍ଡପରେ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଚଳିତ ବର୍ଷ ମଧ୍ୟ, ୟୁନିଟ ୩ ଠାରେ ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଦ୍ଵାରା ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଏହା ଅକ୍ଟୋବର ୯ ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମ୍ମାନନୀୟ ଅତିଥି ବୃନ୍ଦ ଉପସ୍ଥିତ ରହିବା ସହ ଅନେକ ମନୋରଞ୍ଜକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘ ୨୮ ବର୍ଷ ହେଲା ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପକ୍ଷରୁ ପ୍ରତି ବର୍ଷ ମାଆ ଲକ୍ଷ୍ମୀଙ୍କର ପୂଜା ସମସ୍ତ ରୀତିନୀତି ରେ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ମା ଲକ୍ଷ୍ମୀ ଙ୍କର ଧୁମ୍ ଧାମ ରେ ପୂଜାର୍ଚ୍ଚନା କରାଯାଇଛି । ସୁନ୍ଦର ପ୍ରତିମା ସୁନ୍ଦର ତୋରଣ ରେ ସହ ଷୋଡ଼ଶ ଉପଚାରରେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଚାଲିଛି ।








