Sunday, April 19, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଧାମନଗର ବିଜେଡିରେ ବିଦ୍ରୋହ

by Our Correspondent
14 Oct, 2022- 11:38 AM
in Latest News, News, Politics
1 min read
0
ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଭୁୁବନେଶ୍ୱର: ଧାମନଗର ବିଜେଡିରେ ବିଦ୍ରୋହ । ଦଳୀୟ ନିଷ୍ପତ୍ତିକୁ ଚାଲେଂଜ କଲେ ରାଜେନ୍ଦ୍ର ଦାସ । ଉପନିର୍ବାଚନ ପାଇଁ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ରାଜେନ୍ଦ୍ର ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୧୦ଟାରେ ଭଦ୍ରକସ୍ଥିତ ବାସଭବନରୁ ଶହ ଶହ ସମର୍ଥକଙ୍କ ସହ ଚାଲି ଚାଲି ଯାଇ ସେ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ ଧାମନଗର ବିଜେଡି ଶିବିରରେ ହଲଚଲ ସୃଷ୍ଟି ହୋଇଛି ।

ଧାମନଗର ଉପନିର୍ବାଚନ ପାଇଁ ପ୍ରମୁଖ ଆଶାୟୀ ଥିଲେ ରାଜେନ୍ଦ୍ର ଦାସ । ମାତ୍ର ଦଳର ଅନ୍ୟ ଦୁଇ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଆପୋଷ ବୁଝାମଣା ଭିତ୍ତିରେ ପ୍ରାର୍ଥୀ ଚୟନ ପାଇଁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯଥାସାଧ୍ୟ ଉଦ୍ୟମ କରିଥିଲେ । ବୁଧବାର ଦିନ ତାଙ୍କର ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ସମସ୍ତଙ୍କୁ ଡକାଇ ଆଲୋଚନା କରିଥିଲେ । ସେହି ବୈଠକରେ ଭଦ୍ରକ ଜିଲ୍ଲାର ସବୁ ବିଧାୟକଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।

ଦୀର୍ଘ ସମୟ ଧରି ଆଲୋଚନା ପରେ ମଧ୍ୟ ବିବାଦ ତୁଟି ନ ଥିଲା । ଶେଷରେ ତୃତୀୟ ପକ୍ଷ ଭାବେ ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ନାଁ ଆସିଥିଲା ଏବଂ ବୈଠକରେ ସମସ୍ତଙ୍କ ସମର୍ଥନ ପରେ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ସଂଧ୍ୟାରେ ପ୍ରାର୍ଥୀ ଘୋଷଣା ପରେ ବାହାରକୁ ଆସି ଗଣମାଧ୍ୟମ ଆଗରେ ପ୍ରଥମେ ପ୍ରତିକ୍ରିୟା ରଖିଥିଲେ ରାଜେନ୍ଦ୍ର । ମନରେ କ୍ଷୋଭ ବାରି ହେଉଥିଲେ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସେ ସ୍ୱାଗତ କରିବା ସହ ଅବନ୍ତୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଘୋଷଣା କରିଥିଲେ । ଏହାପରେ ଭଦ୍ରକ ଫେରିଥିଲେ ।

ତେବେ ବିଜେଡିର ଏହି ନିଷ୍ପତ୍ତିକୁ ଧାମନଗରରେ ରାଜେନ୍ଦ୍ରଙ୍କ ସମର୍ଥକମାନେ ଗ୍ରହଣ କରି ନ ଥିଲେ । ରାତି ତମାମ ତାଙ୍କର ଭଦ୍ରକ ବାସଭବନରେ ସମର୍ଥକମାନେ ଭିଡ଼ ଜମାଇଥିଲେ । ରାଜେନ୍ଦ୍ର ସେମାନଙ୍କ ସହ ଘନ ଘନ ବୈଠକ କରିଥିଲେ । ସେପଟେ ସମର୍ଥକମାନଙ୍କ ଦ୍ୱାରା ସୋସିଆଲ୍ ମିଡ଼ିଆରେ ଏକାଧିକ ପୋଷ୍ଟ ଓ ଭିଡିଓ ଭାଇରାଲ୍ ହୋଇଥିଲା । ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଏଥିରେ ଜଣାଇ ଦିଆଯାଇଥିଲା । ରାଜେନ୍ଦ୍ରଙ୍କ ନାଁରେ ଏକ ଲାଲ୍ ଲୁହଭିଜା ଚିଠି ମଧ୍ୟ ଭାଇରାଲ୍ ହୋଇଥିଲା । ଏହି ଆବେଗଭରା ଚିଠିରେ ରାଜେନ୍ଦ୍ର ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଦର୍ଶାଇ ତାଙ୍କ ସମର୍ଥକମାନଙ୍କ ମତାମତ ଲୋଡିଥିଲେ ।

ଗୁରୁବାର ଦିନ ତମାମ ରାଜେନ୍ଦ୍ର କିନ୍ତୁ ଗାଏବ ହୋଇଥିଲେ । ତାଙ୍କର ମୋବାଇଲ୍ ସୁଇଚ୍ ଅଫ ରହିଥିଲା । ବିଜେଡି ପକ୍ଷରୁ ତାଙ୍କୁ ମନାଇବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନ ଥିବା କୁହାଯାଉଛି । ତେବେ ବିଳମ୍ବିତ ସଂଧ୍ୟାରେ ରାଜେନ୍ଦ୍ର ଗଣମାଧ୍ୟମ ସାମନାକୁ ଆସିଥିଲେ ଏବଂ ସମର୍ଥକମାନଙ୍କ ନିଷ୍ପତ୍ତିରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ ।

ଆଜି ପ୍ରାର୍ଥୀପତ୍ର ଦାଖଲ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ରାଜେନ୍ଦ୍ର କହିଛନ୍ତି, ୨୦୧୯ ରେ କୁଚକ୍ରୀ ଗୋଷ୍ଠୀ ପାଇଁ ହାରିଥିଲି । ଏବେ ବି ସେହି କୁଚକ୍ରୀ ଗୋଷ୍ଠୀ ଅଛନ୍ତି । ମାତ୍ର ଧାମନଗର ଲୋକଙ୍କ ସମର୍ଥନ ମୋ ଉପରେ ଅଛି । ମୁଁ ନିଶ୍ଚୟ ଜିତିବି । ଧାମନଗରବାସୀଙ୍କ ସ୍ୱାଭିମାନ ଓ ଅଞ୍ଚଳର ବିକାଶ ପାଇଁ ଲଢ଼େଇ ହେବ ବୋଲି ସେ କହିଛନ୍ତି ।

ଏହା ଉପରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି ବିଜେଡି ଏକ ବୃହତ୍ତ ଦଳ । କାହାର ବ୍ୟକ୍ତିଗତ ନିଷ୍ପତ୍ତି ଦଳ ଉପରେ ପ୍ରଭାବ ପକାଇବ ନାହିଁ । ଉପନିର୍ବାଚନରେ ବିଜେଡି ୨୮ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିବ ବୋଲି ଶ୍ରୀ ବଳନ୍ତରାୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଥାଉକି, ରାଜେନ୍ଦ୍ର ଦାସ ପୂର୍ବରୁ ୨୦୦୪ ମସିହାରେ ଚାନ୍ଦବାଲି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୦ ହଜାରରୁ ଅଧିକ ଭୋଟ ପାଇଥିଲେ । ବର୍ତ୍ତମାନ ଧାମନଗରକୁ ଆସିଥିବା ପ୍ରାୟ ୨୦ଟି ପଞ୍ଚାୟତ ସେତେବେଳେ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଥିଲା । ପ୍ରଥମ ଥର ୨୦୦୯ ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା । ବିଜେପିର ବିଷ୍ଣୁ ସେଠୀଙ୍କୁ ସେ ୪,୯୪୪ ଭୋଟ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଲା ନାହିଁ । ତାଙ୍କ ଜାଗାରେ ମୁକ୍ତିକାନ୍ତ ମଣ୍ଡଳ ପ୍ରାର୍ଥୀ ହୋଇ ଜିତିଥିଲେ । ୨୦୧୯ ରେ ରାଜେନ୍ଦ୍ର ଦାସଙ୍କୁ ବିଜେଡି ପୁନର୍ବାର ପ୍ରାର୍ଥୀ କରିଥିଲେ ମଧ୍ୟ ଦଳରେ ଗୋଷ୍ଠୀ କନ୍ଦଳର ଫାଇଦା ବିଜେପିକୁ ଯାଇଥିଲା । ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ମାତ୍ର ୪, ୬୨୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Previous Post

ଗଜଲକ୍ଷ୍ମୀ ପୂଜାମଣ୍ଡପରେ ରାଜ୍ୟପାଳ

Next Post

ବିଭିନ୍ନ ଦଳର ଷ୍ଟାର ପ୍ରଚାରକ

Next Post
ବିଭିନ୍ନ ଦଳର ଷ୍ଟାର ପ୍ରଚାରକ

ବିଭିନ୍ନ ଦଳର ଷ୍ଟାର ପ୍ରଚାରକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA