Thursday, July 2, 2026 09:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଉଛି କେନ୍ଦ୍ର: ବିଜେଡି

by Our Correspondent
20 Nov, 2022- 11:08 PM
in Latest News, News
1 min read
0
ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଉଛି କେନ୍ଦ୍ର: ବିଜେଡି
ଭୁୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପ୍ରଚାର ସରଗରମ ହୋଇଥିବା ବେଳେ ଏ ଅଞ୍ଚଳକୁ ରେଳଲାଇନ ସଂଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି ବିଜେଡି । ବରଗଡ଼ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡ଼ାରୋଡ ପର୍ଯ୍ୟନ୍ତ ନୂଆ ରେଳଲାଇନକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ମସିହା ଡିସେମ୍ବର ୧୫ ତାରିଖରେ ଘୋଷଣା କରିଥିଲେ । ମାତ୍ର ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ବିଜେଡି ଆଜି ଏହି ପ୍ରସଙ୍ଗକୁ ଧରି କେନ୍ଦ୍ର ଉପରେ ହମଲା କରିଛି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶା ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ସତ୍ତ୍ୱେ ଏହି ରେଳଲାଇନ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଦ୍ମପୁର ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅନୁରୂପ ଭାବେ ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ରେଳଲାଇନକୁ ନେଇ କେନ୍ଦ୍ର ଭୂଆଁ ବୁଲାଉଥିବା ଦର୍ଶାଇଛନ୍ତି ।
ଡକ୍ଟର ପାତ୍ର କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧୮ରେ ରେଳଲାଇନ୍‍ ସଂକ୍ରାନ୍ତରେ ଘୋଷଣା କରିବାପରେ ଏହା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ପଦ୍ମପୁର ଦେଇ ବରଗଡରୁ ନୂଆପଡାକୁ ରେଳଲାଇନ୍‍ ସଂଯୋଗ ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି । ପୂର୍ବତଟ ରେଳବାଇର ଅଧ୍ୟୟନ ଏବଂ ଏ ସଂକ୍ରାନ୍ତରେ ୨୦୧୯ ଜାନୁୟାରୀ ୧୧ ତାରିଖରେ ରେଳବାଇକୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ରେଳପଥରେ ଲାଭ ପରିମାଣ ୧୭.୩୧% ପ୍ରତିଶତ ଦର୍ଶାଯାଇଥିଲା ଯାହାକି ଅତ୍ୟନ୍ତ ଭଲ । କିନ୍ତୁ ଏହା ସତ୍ୱେ ବି ବର୍ତ୍ତମାନ ପର୍ଯ୍ୟନ୍ତ ରେଳଲାଇନ୍‍ ହୋଇପାରିଲା ନାହିଁ ।
ଏହି ରେଳଲାଇନ୍‍ଟି ପଦ୍ମପୁରବାସୀଙ୍କ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହେବ ଯେଉଁମାନେ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍‍ ସହିତ ଯୋଡିହୋଇ ବହୁତ ଉପକୃତ ହେବେ । ୨୦୧୯ ଅକ୍ଟୋବର ୧୦ତାରିଖରେ ରେଳବାଇ ବୋର୍ଡ ଏହି ପ୍ରକଳ୍ପକୁ ବିଚାରକୁ ନେବାପାଇଁ ପାଇଁ ମାଗଣାରେ ଜମି ଏବଂ ଜମିଅଧିଣ ଲାଗି ଥଇଥାନ ପୁର୍ନବାସରେ ଆବଶ୍ୟକ ଖର୍ଚ୍ଚ ଦେବା ଲାଗି ଓଡିଶା ସରକାରଙ୍କୁ କହିଥିଲେ ।
ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ କେବଳ ଆବଶ୍ୟକ ସରକାରୀ ଓ ଘରୋଇ ଜମିକୁ ମାଗଣାରେ ଦେବାପାଇଁ ମଞ୍ଜୁର କରିନାହାନ୍ତି ବରଂ ପ୍ରକଳ୍ପର ନିର୍ମାଣ ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଛି । ଓଡିଶା ସରକାରଙ୍କ ମାଗଣା ଜମି ଯୋଗାଣ ସହିତ ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ବି ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ସୁଦ୍ଧା ଇଟା ଖଣ୍ଡେ ପଡିଲା ନାହିଁ ।
ଗତ ୫ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନରେ କେନ୍ଦ୍ର ସରକାର ଓଡିଶାକୁ ଗୋଟିଏ ହେଲେ ରେଳଲାଇନ୍‍ ମଞ୍ଜୁର କରି ନାହାନ୍ତି । ରାଜ୍ୟ ଅର୍ଥ ସହାୟତାରେ ନିର୍ମାଣ ହେଉଥିବା ରେଳ ଲାଇନ୍‍ର ସଂଖ୍ୟା ଅତି ନଗଣ୍ୟ । ରେଳ ସାନ୍ଧ୍ରତା କ୍ଷେତ୍ରରେ ବହୁ ପଛରେ ଥିବା ଓଡିଶା ପାଇଁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।
Previous Post

କଂଗ୍ରେସର ପଦ୍ମପୁର ଷ୍ଟାର ପ୍ରଚାରକ

Next Post

କୋରେଇ ଷ୍ଟେସନକୁ ଟ୍ରେନ୍ ମାଡ଼ିଗଲା

Next Post
କୋରେଇ ଷ୍ଟେସନକୁ ଟ୍ରେନ୍ ମାଡ଼ିଗଲା

କୋରେଇ ଷ୍ଟେସନକୁ ଟ୍ରେନ୍ ମାଡ଼ିଗଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA