Thursday, July 2, 2026 05:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋରେଇ ଷ୍ଟେସନକୁ ଟ୍ରେନ୍ ମାଡ଼ିଗଲା

by Our Correspondent
21 Nov, 2022- 02:55 PM
in Latest News, News
1 min read
0
କୋରେଇ ଷ୍ଟେସନକୁ ଟ୍ରେନ୍ ମାଡ଼ିଗଲା
ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ଆଜି ସକାଳୁ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନ ର ୮ ଟି ବଗି ଇଞ୍ଜିନରୁ ଅଲଗା ହୋଇ ଯାତ୍ରୀ ବିଶ୍ରାମଗାରକୁ ମାଡି ଯାଇଛି । ବଗି ତଳେ ଚାପି ହୋଇ ୩ ଜଣଙ୍କର ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ମାଆ-ଝିଅ ଏବଂ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ଦିଆଯିବ ।
ଆଜି ସକାଳ ଠିକ୍ ୬.୪୪ ମିନିଟ୍ ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଗାଡ଼ି କୋରେଇ ଷ୍ଟେସନ୍ ଅତିକ୍ରମ କଲାବେଳେ ୮ ଟି ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲା । ପ୍ରଚଣ୍ଡ ଶବ୍ଦ ସହ ସେଗୁଡ଼ିକ ପରଷ୍ପର ଉପରେ ଚଢ଼ାଚଢ଼ି ହୋଇ ସିଧା ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମଗାରକୁ ମାଡ଼ି ଯାଇଥିଲା । ଏହି ଧକ୍କାରେ ଷ୍ଟେସନ୍ ଫୁଟ ଓଭରବ୍ରିଜ୍ ଭାଙ୍ଗି ଚୁରମାର ହୋଇଗଲା । ଷ୍ଟେସନରେ ଅପେକ୍ଷା କରିଥିବା କିଛି ଯାତ୍ରୀ ଏକାଧିକ ବଗି ତଳେ ଚାପି ହୋଇଯାଇଥିଲେ । କଟକ ଆସିବାକୁ ଅପେକ୍ଷା କରିଥିବା ଗୋଟିଏ ପରିବାରର ମାଆ-ଝିଅ ବଗି ତଳେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ସାଙ୍ଗରେ ଥିବା ଏକ ଶିଶୁ ସୋ÷ଭାଗ୍ୟକୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ବଗି ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।
୮ ଟ୍ରେନ ବାତିଲ: ବଗି ସଫା କରି ଲାଇନ୍ କ୍ଲିୟର୍ କରିବାକୁ ୧୨ ଘଣ୍ଟା ଲାଗିଯିବ । ସେଥିପାଇଁ ୮ ଟ୍ରେନ୍ କୁ ବାତିଲ କରାଯାଇଛି । ବାତିଲ୍ ଟ୍ରେନ୍ ଗୁଡ଼ିକ ହେଲା; ହାୱଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱାଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ସାଲିମାର-ପୁରୀ ଓ ପୁରୀ- ସାଲିମାର ଏକ୍ସପ୍ରେସ, ସାଲିମାର- ହାଇଦ୍ରାବାଦ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ,
ହେଲ୍ପଲାଇଇନ ନମ୍ବର: ରେଲୱେ ପକ୍ଷରୁ ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି । କୋରେଇ ଷ୍ଟେସନ୍ ସହାୟତା ନମ୍ବର-୮୪୫୫୮୮୯୯୦୫ । ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ନମ୍ବର-୦୬୭୪-୨୪୯୨୨୪୫ । ଭୁବନେଶ୍ୱର ସହାୟତା ନମ୍ବର ୦୬୭୪-୨୫୩୪୦୨୦ ।
Previous Post

ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଉଛି କେନ୍ଦ୍ର: ବିଜେଡି

Next Post

ପଦ୍ମପୁର ରେଳ ଲାଇନ୍ ପାଇଁ ମୁହାଁମୁହିଁ

Next Post
ପଦ୍ମପୁର ରେଳ ଲାଇନ୍ ପାଇଁ ମୁହାଁମୁହିଁ

ପଦ୍ମପୁର ରେଳ ଲାଇନ୍ ପାଇଁ ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA