Thursday, July 2, 2026 01:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୬,୮୦୦ କୋଟିର ଅତିରିକ୍ତ ବଜେଟ୍

by Our Correspondent
24 Nov, 2022- 06:44 PM
in Latest News, News
1 min read
0
୧୬,୮୦୦ କୋଟିର ଅତିରିକ୍ତ ବଜେଟ୍
ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ଏଥିରେ ପ୍ରଶାସନିକ ବ୍ୟୟବରାଦ ୪,୯୩୪ କୋଟି ଥିଲା ବେଳେ କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୨,୬୧୦.୪୬ କୋଟି ଏବଂ ରାଜ୍ୟ ବଜେଟ୍ ରୁ ସ୍ଥାନାନ୍ତର ବାବଦରେ ରହିଛି ୫୫.୫୪ କୋଟି ଟଙ୍କା ।
ଅତିରିକ୍ତ ବଜେଟ୍ ରେ କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ ୩୦୬.୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୮୬୭ କୋଟି ବ୍ୟୟବରାଦ କରାଯାଇଥିଲା ବେଳେ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ମୋଟ ୧୭୨ କୋଟି, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ୪୩୮ କୋଟି ଏବଂ ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨,୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ଗ୍ରାମୀଣ ଗୃହ ନିର୍ମାଣ, କର୍ମ ନିଯୁକ୍ତି, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ୫୫୨ କୋଟି, ସହରାଞ୍ଚଳ ଉନ୍ନୟନ ପାଇଁ ୭୮୨ କୋଟି, ଶକ୍ତି, ସୂଚନା, ପ୍ରଯୁକ୍ତ. ବାଣିଜ୍ୟ, ପରିବହନ ଏବଂ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରଗୁଡ଼ିକ ପାଇଁ ୩୮୮ କୋଟି ଏବଂ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ମୋଟ ୧୨୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଅପରାହ୍ନ ଅଧିବେଶନରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ହୋ ହଲ୍ଲା ଓ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ମାମଲାରେ ଓଡ଼ିଶା ପୁଲିସର ତଦନ୍ତ ବିଫଳତାକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ ।
ଆଜି ବିଧାନସଭା ଆରମ୍ଭରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ସଦସ୍ୟ ଥିବା ୬ ଜଣ ଦିବଙ୍ଗତ ନେତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସେହି ଦିବଙ୍ଗତ ନେତାମାନେ ହେଲେ ବିଜୟ ରଞ୍ଜନ ସିଂ ବରିହା, ବିଷ୍ଣୁ ଚରଣ ସେଠୀ, ଗୋଲକ ବିହାର ନାୟକ, କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ, ଆଦିକନ୍ଦ ସେଠୀ । ସ୍ୱର୍ଗତଃ ନେତାମାନଙ୍କ ପ୍ରତି ସ୍ମୃତିଚାରଣ ପରେ ସର୍ବସମ୍ମତିକ୍ରମେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା ।
Previous Post

‘ନାଗ’ବାଲାଙ୍କୁ ଦିନସାରା ଘାଣ୍ଟିଲା ଇଡି

Next Post

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଉଦ୍‍ଘାଟିତ

Next Post
ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଉଦ୍‍ଘାଟିତ

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଉଦ୍‍ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA