Wednesday, November 29, 2023 07:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ନାଗ’ବାଲାଙ୍କୁ ଦିନସାରା ଘାଣ୍ଟିଲା ଇଡି

by Our Correspondent
22 Nov, 2022- 11:22 PM
in Latest News, News
1 min read
0
‘ନାଗ’ବାଲାଙ୍କୁ ଦିନସାରା ଘାଣ୍ଟିଲା ଇଡି
ଅମୀୟ ଦାସଙ୍କୁ ୮ ଘଣ୍ଟା, ଅକ୍ଷୟ ପରିଜାଙ୍କୁ ୯ ଘଣ୍ଟା ଜେରା
ଭୁବନେଶ୍ୱର: ଜଣାଶୁଣା ବ୍ୟବସାୟୀ ଅମୀୟ ଦାସଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ଜେରା କରିଛି । ବହୁ ଚର୍ଚ୍ଚିତ ସେକ୍ସ କୁଇନ୍ ଅର୍ଚ୍ଚନା ନାଗଙ୍କ ଗୋଟିଏ ଫୋନ୍ କଲ୍ ରେ ଏହି ବାବୁ ୭ ଲକ୍ଷ ଟଙ୍କା ଦେଇଥିଲେ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଘରେ ପଡ଼ି ଆହତ ହେବା ପରେ ତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ଏହି ଟଙ୍କା ଚେକ୍ ଆକାରରେ ପଠାଇଥିଲେ । ଅର୍ଚ୍ଚନା ତାଙ୍କର ରକ୍ତ ସମ୍ପର୍କୀୟ କି ଜିଗିରି ଦୋସ୍ତ ନୁହଁନ୍ତି । ଫେସବୁକ୍ ରୁ ଉଭୟ ଚିହ୍ନାଚିହ୍ନି । ଆଉ ପରବର୍ତ୍ତୀ ସମୟରେ ଏହି ସମ୍ପର୍କ ଗଭୀର ହୋଇଯାଇଛି । ଯେଉଁଥିପାଇଁ ଅମୀୟ ବାବୁ ଅର୍ଚ୍ଚନା ମ୍ୟାଡାମ୍ ଙ୍କର ପଦେ କଥାରେ ୭ ଲକ୍ଷ ଟଙ୍କା ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ।
ନିଜେ ଅମୀୟ ଦାସ ଆଜି ଗଣମାଧ୍ୟମ ଆଗରେ ଏହି ତଥ୍ୟ ରଖିଛନ୍ତି । ଦୀର୍ଘ ୮ ଘଣ୍ଟାର ଜେରା ପରେ ଇଡି ଅଫିସ୍ ରୁ ବାହାରିବା ବେ ଳେ ଗଣମାଧ୍ୟମ ପ୍ରତିନିଧିଙ୍କ କିଛି ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ତାଙ୍କ ମୁହଁରୁ ବାହାରିଥିଲା । ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିବା ସେ ନିଜ ଆଡୁ ମାନି ଯାଇଥିଲେ ।
ଅର୍ଚ୍ଚନା ନାଗ ମାମଲାରେ ଅମୀୟ ଦାସଙ୍କୁ ଇଡି ନୋଟିସ୍ କରିଥିବା ଗଣମାଧ୍ୟମ ପାଖରେ ପୂର୍ବ ସୂଚନା ନ ଥିଲା । ନାଗଫାଶରେ ଏ ବାବୁ ପଡ଼ିଥିବା କେହି ଅନୁମାନ କରି ନ ଥିଲେ । ମାତ୍ର ଆଜି ସକାଳ ୯ଟା ବେଳେ ଇଡି ଅଫିସ ଆଗରେ କାରରୁ ଓହ୍ଲାଇଲା ପରେ ସେ ଧରାପଡ଼ିଥିଲେ । ଜେରା ପାଇଁ ସକାଳ ୯ଟାରେ ଭିତରକୁ ପଶଥିିଲେ । ଆଉ ସେଠୁ ବାହାରିଲେ ଅପରାହ୍ନ ୫ଟାରେ । ଅର୍ଥାତ ୮ ଘଣ୍ଟା କାଳ ଇଡି ତାଙ୍କୁ ପ୍ରଶ୍ନବାଣରେ ଘାଣ୍ଟିଥିଲା ।
ଅର୍ଚ୍ଚନା ସହିତ ତାଙ୍କର ପରିଚୟଠାରୁ ଆରମ୍ଭ କରି ଟଙ୍କା ଦେଣନେଣ ଓ ଅନ୍ୟାନ୍ୟ ରଙ୍ଗିଲା କାହାଣୀ ସମ୍ପର୍କରେ ଇଡି ଅଧିକାରୀମାନେ ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଇଡି ତାଙ୍କ ମୁହଁରୁ ଆଉ କ’ଣ ସବୁ ତଥ୍ୟ ଓଗାଳିଛନ୍ତି ତାହା ଜଣାପଡ଼ିନାହିଁ ।
ସେହିଭଳି ଅର୍ଚ୍ଚନା ନାଟର ଗୋବର୍ଦ୍ଧନ କୁହାଯାଉଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ଆଜି ୯ ଘଣ୍ଟା ଧରି ଜେରା କରିଥିଲା । ଅପରାହ୍ନ ୨ଟାରେ ଇଡିରେ ହାଜର ହୋଇଥିବା ପରିଜାଙ୍କୁ ମାରାଥନ୍ ଜେରା କରାଯାଇଥିଲା । ଜେରା ସରିଲା ପରେ ରାତି ୧୧ଟାରେ ସେ ଇଡି ଅଫିସରୁ ବାହାରିଥିଲେ । ଜେରା ବେଳେ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି ।
ଅର୍ଚ୍ଚନା ନାଗ ସାର୍ବଜନୀନ ହେବା ପଛରେ ଏହି ବାବୁଙ୍କର ମୁଖ୍ୟ ଭୂମିକା ରହିଛି । ପ୍ରଥମେ ଜଣେ ଯୁବତୀଙ୍କ ସହ ବାବୁଙ୍କର ଗୋଟିଏ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହୋଇଥିଲା । ସୋସିଆଲ୍ ମିଡିଆରେ ଏହା ହଇଚଇ କଲା ପରେ ପ୍ରଯୋଜକ ବାବୁ ନୂଆପଲ୍ଲୀ ଥାନାରେ ଆଗୁଆ ଏକ ଏତଲା ଦେଇଥିଲେ । ଏହି ଭିଡିଓଟି ନକଲି ବୋଲି ସେ ଅବଶ୍ୟ ଦାବି କରି ନ ଥିଲେ । ମାତ୍ର ଏହି ଭିଡିଓଟି ଭାଇରାଲ୍ କରାଇଦେବାର ଧମକ ଦେଇ ତାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ କରାଯାଉଥିଲା ବୋଲି ସେ ଏତଲାରେ ଦର୍ଶାଇଥିଲେ । ସଂପୃକ୍ତା ଯୁବତୀ ଶ୍ରଦ୍ଧାଞ୍ଜଳି ଏବଂ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲିଂ କରୁଥିବା ସେ ଜଣାଇଥିଲେ ।
ପରବର୍ତ୍ତୀ ସମୟରେ ମାମଲା ଭିନ୍ନ ମୋଡ଼ ନେଇଥିଲା । ସଂପୃକ୍ତା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସମ୍ପର୍କୀୟ ଭାଇ ଖଗେଶ୍ୱରଙ୍କ ବିରୋଧରେ ଏତଲା ଦେଇଥିଲେ । ଏମାନେ ତାଙ୍କୁ ୪ ବର୍ଷ ହେଲା ଦେହ ବେପାରରେ ଲଗାଉଥିଲେ ବୋଲି ସେ ଅଭିଯୋଗ କରିଥିଲେ ।
ଶ୍ରଦ୍ଧାଞ୍ଜଳିଙ୍କ ଏତଲା ପରେ ପୁଲିସ ଆକ୍ସନ୍ ମୁଡକୁ ଆସିଥିଲା । ପ୍ରଥମେ ଅର୍ଚ୍ଚନା ନାଗ ଏବଂ କିଛି ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ଏହି ମାମଲାରେ ହନିଟ୍ରାପ୍, ଆର୍ଥିକ କାରବାର ଜଡ଼ିତ ଥିବାରୁ ଇଡି ଏବେ ଏହାର ତଦନ୍ତ କରୁଛି ଏବଂ ଅର୍ଚ୍ଚନା ନାଗଫାଶରେ ଥିବା ବହୁ ବଡ଼ବଡ଼ିଆଙ୍କୁ ସମନ ଜାରି କରିଛି । ଅକ୍ଷୟ ପରିଜାଙ୍କୁ ପୂର୍ବରୁ ହାଜିରା ନୋଟିସ୍ ହୋଇଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜିରାକୁ ଏଡ଼ାଇ ଦେଇଥିଲେ । ମାତ୍ର ଆଜି ଖସିପାରିନାହାନ୍ତି ।
ଆସନ୍ତାକାଲି ଶ୍ରଦ୍ଧାଞ୍ଜଳି ବେହେରା ହାଜର ହେବା ପାଇଁ ସମନ ଯାଇଥିବା ଜଣାପଡ଼ିଛି । ଦୁଇଜଣ ବିଧାୟକ ବି ହାଜର ହୋଇପାରନ୍ତି । ଚଳିତ ସପ୍ତାହରେ ପ୍ରାୟ ୧୫ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଇଡିରେ ହାଜର ପାଇଁ ସମନ ଯାଇଥିବା କୁହାଯାଉଛି ।
ଅର୍ଚ୍ଚନା ନାଗଫାଶ ମାମଲାରେ ଓଡ଼ିଶା ପୁଲିସର ବିଫଳତା ଏବଂ ବଡ଼ବଡ଼ିଆଙ୍କୁ ଇଡି ସମନ ନେଇ ରାଜନୈତିକ ମାହୋଲ ଗରମ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରିୟା ଲୋଡ଼ିଥିଲେ । ପ୍ରଶ୍ନ ଶୁଣି ଧର୍ମେନ୍ଦ୍ର ଗମ୍ଭୀର ହୋଇଯାଇଥିଲେ, ଆଉ କହିଥିଲେ.. ଦେଖନ୍ତୁ, କ’ଣ ହେଉଛି ।
ସୂଚନାଥାଉକି, ଧାମନଗର ଉପନିର୍ବାଚନ ପ୍ରଚାରରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ଯେଉଁମାନେ ଏଥିରେ ସଂପୃକ୍ତ, କେହି ନିସ୍ତାର ପାଇବେ ନାହିଁ ବୋଲି ଚେତାବନୀ ଦେଇଥିଲେ ।

 

Previous Post

ବର୍ଷକରେ ଝଲସିବ ଲୋକନାଥ ମନ୍ଦିର, ଅଲାରନାଥ ପୀଠ

Next Post

୧୬,୮୦୦ କୋଟିର ଅତିରିକ୍ତ ବଜେଟ୍

Next Post
୧୬,୮୦୦ କୋଟିର ଅତିରିକ୍ତ ବଜେଟ୍

୧୬,୮୦୦ କୋଟିର ଅତିରିକ୍ତ ବଜେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3396 shares
    Share 1358 Tweet 849
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2198 shares
    Share 879 Tweet 550
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2091 shares
    Share 836 Tweet 523
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2066 shares
    Share 826 Tweet 517
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1943 shares
    Share 777 Tweet 486

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA