Wednesday, July 1, 2026 08:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜଧାନୀରେ ହେବ ଗଙ୍ଗାଧର ଭବନ, ପୁରୀରେ କୁଲତା ଧର୍ମଶାଳା

by Our Correspondent
28 Nov, 2022- 09:18 PM
in Latest News, News
1 min read
0
ରାଜଧାନୀରେ ହେବ ଗଙ୍ଗାଧର ଭବନ, ପୁରୀରେ କୁଲତା ଧର୍ମଶାଳା
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ରାଜନୀତି ସରଗରମ ଥିବା ବେଳେ ଭୁବନେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୃଥକ୍ ଭାବେ ଭେଟିଛନ୍ତି ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜ ଏବଂ ଓଡ଼ିଶା କୁଲତା ସମାଜ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରିଛନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ଭବ୍ୟ ନିର୍ମାଣ କରାଯିବ । ସେହିଭଳି ପୁରୀରେ କୁଲତା ସମାଜର ଏକ ଧର୍ମଶାଳା ନିର୍ମାଣ ହେବ । ଦୁଇଟି ଯାକ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଓ ଆଥଇର୍କ ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉପଯୁକ୍ତ ଭାବେ ଆୟୋଜନ କରାଯିବା ସମ୍ପର୍କରେ ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ବୈଠକରେ ଶ୍ରାଦ୍ଧବାର୍ଷିକୀ ଆୟୋଜନ ସହ ଭୁବନେଶ୍ୱରରେ ସ୍ୱଭାବ କବିଙ୍କ ସ୍ମୃତିରେ ଏକ ଭବନ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା । ଏଥିନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗଙ୍ଗାଧର ମେହେରଙ୍କ ସ୍ମୃତିରକ୍ଷା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରର କଳିଙ୍ଗ ହସ୍‌ପିଟାଲ ଛକ, ବ୍ରହ୍ମପୁର ଓ ସମ୍ବଲପୁରରେ କବିଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି । ଏତ୍‌ଦବ୍ୟତୀତ କବି ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର Ganagadhar Meher Lift Canal system ଜଳସେଚନ ଯୋଜନାର କାମ ଚାଲିଛି ଏବଂ ଏହା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ୨୦୧୫ ମସିହାରୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ଶିକ୍ଷାର ପ୍ରସାର ନିମନ୍ତେ ୪୩୦ କୋଟି ଟଙ୍କାର Odisha Gangadhar Mehera Sikhya Manak Brudhi Yojana କାର୍ଯ୍ୟକାରୀ କରାଯାଉଥିବା ସୂଚନା ଦିଆଯାଇଥିଲା ।

ସେହିଭଳି ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ଜଣାଇଥିଲେ । ପୁରୀଧାମରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଅନୁରୋଧକୁ ଗ୍ରହଣ କରି ଉପଯୁକ୍ତ ସ୍ଥାନରେ ଏକ ସପ୍ତାହ ମଧ୍ୟରେ ଜମି ଚିହ୍ନଟ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ତରଫରୁ ଧର୍ମଶାଳା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ । ଏକ ବର୍ଷ ମଧ୍ୟରେ ଏହି ଧର୍ମଶାଳା ଯେପରି ସମ୍ପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପ୍ରତିନିଧି ଦଳରେ ବୌଦ୍ଧ ,ସୋନପୁର,ସମ୍ବଲପୁର ଓ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର ବନ୍ଧୁମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

 

 

 

Previous Post

ପଦ୍ମପୁର: ସକାଳେ ଆଇଟି, ସଂଧ୍ୟାରେ ଜିଏସଟି ରେଡ୍

Next Post

ମିଶନ ଶକ୍ତି ମହିଳାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ

Next Post
ମିଶନ ଶକ୍ତି ମହିଳାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ

ମିଶନ ଶକ୍ତି ମହିଳାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA