Wednesday, July 1, 2026 08:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଦ୍ମପୁର: ସକାଳେ ଆଇଟି, ସଂଧ୍ୟାରେ ଜିଏସଟି ରେଡ୍

by Our Correspondent
28 Nov, 2022- 08:01 PM
in Latest News, News
1 min read
0
ପଦ୍ମପୁର: ସକାଳେ ଆଇଟି, ସଂଧ୍ୟାରେ ଜିଏସଟି ରେଡ୍
ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁରରେ ଆଜି ସକାଳେ କେନ୍ଦ୍ରୀୟ ସଂସ୍ଥା ଆୟକର ବିଭାଗ ପକ୍ଷରୁ ବିଜେଡି ସମର୍ଥିତ ତିନି ବ୍ୟବସାୟୀଙ୍କ ଉପରେ ଚଢ଼ଉ ହୋଇଥିଲା । ଦିନତମାମ ଚଢ଼ଉ ଜାରି ରହିଛି । ଆଉ ସଂଧ୍ୟାରେ ରାଜ୍ୟ ଜିଏସଟି ପକ୍ଷରୁ ବିଜେପି ନେତାଙ୍କ ମାଲିକାନାରେ ଥିବା ୧୧ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ହୋଇଛି । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜିର ଏହି ଦୁଇଟି ଯାକ ଘଟଣା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
ପ୍ରଥମ ଘଟଣା ଆୟକର ରେଡ୍ ରେ ପଡ଼ିଛନ୍ତି ବହିଦାରପଡ଼ାର ମହମ୍ମଦ ସାଜିଦ୍, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜାନନ୍ଦ ଅଗ୍ରୱାଲ୍ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଏମାନେ ଖାସ୍ ଲୋକ । ସିଆରପିଏଫ ଯବାନଙ୍କ ଘେରିରେ ଚଢ଼ଉ ଏବେ ବି ଜାରି ରହିଛି ।
ଅନ୍ୟପକ୍ଷରେ ଆଜି ସଂଧ୍ୟାରେ ରାଜ୍ୟ ଜିଏସଟି ବିଭାଗ ପକ୍ଷରୁ ଟିକସ ଫାଙ୍କି ଅଭିଯୋଗରେ ବରଗଡ଼ ଜିଲ୍ଲାର ୧୧ ବ୍ୟବସାୟ ପ୍ରତିଷ୍ଠାନ ଏବଂ ପେଟ୍ରୋଲ୍ ପମ୍ପ ଉପରେ ଚଢ଼ଉ କରାଯାଇଛି । ବରଗଡ଼, ପଦ୍ମପୁର, ପାଇକମାଳ, ଝାରବନ୍ଧ ଏବଂ ବରେଇକେଲରେ ଥିବା ଏସବୁ ପ୍ରତିଷ୍ଠାନ ବିଜେପି ନେତାଙ୍କ ମାଲିକାନାରେ ରହିଛି ।
ସେଗୁଡ଼ିକ ମଧ୍ୟରେ ଅଛି- ସୁନୀଲ ଅଗ୍ରୱାଲ୍ ଙ୍କ ପଦ୍ମପୁର ଜଗଦମ୍ବା କ୍ଲଥ୍ ଷ୍ଟୋର, ବରଗଡ଼ ସହରରେ ଥିବା ସୁନୀଲଙ୍କ ଘର, ଗୋବର୍ଦ୍ଧନ ଅଗ୍ରୱାଲ୍ ଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ, ଗୋବର୍ଦ୍ଧନଙ୍କ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋର୍, ଓମପ୍ରକାଶ ଅଗ୍ରୱାଲ୍ ଙ୍କ ପଦ୍ମପୁର ମୀନାକ୍ଷୀ ଜୁଏଲାରୀ, ରାଜେଶ ସାହୁଙ୍କ ବରେଇକେଲଗ୍ୟାସ୍ ଏଜେନ୍ସୀ ଏବଂ ଝାରବନ୍ଧର ବିକାଶ ହାର୍ଡୱେର୍ ।
ଗୋବର୍ଦ୍ଧନ ଅଗ୍ରୱାଲ୍ ଙ୍କ ପୁତୁରା ହେଉଛନ୍ତି ସୁନୀଲ ଅଗ୍ରୱାଲ୍ । ସୁନୀଲ ହେଉଛନ୍ତି ପଦ୍ମପୁର ନଗର ବିଜେପି ସଭାପତି । ତାଙ୍କ ବାପା ପଦ୍ମପୁରର ନଗରପାଳ ଥିଲେ । ମୀନାକ୍ଷୀ ଜୁଏଲାରୀ ମାଲିକ ହେଉଛନ୍ତି ଓମ୍ ପ୍ରକାଶ ଅଗ୍ରୱାଲ୍ । ବିଜେପୁର ଉପନିର୍ବାଚନ ବେଳେ ଏକ କାର୍ ରେ ୫୦ ଲକ୍ଷ ୪୦ ହଜାର ଟଙ୍କା ନେଉଥିଲା ବେଳେ ତାଙ୍କର ବଡ଼ପୁଅ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ ।
ପଦ୍ମପୁରରେ ସୁନୀଲ ଅଗ୍ରୱାଲ୍ ଙ୍କ କ୍ଲଥ୍ ଷ୍ଟୋର ରେଡ୍ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱରରୁ ଯାଇଥିବା ବିଜେପି ନେତା ଠାକୁର ରଣଜିତ୍ ସିଂ, କାଳିନ୍ଦୀ ସାମଲ, ପିଙ୍କି ପ୍ରଧାନ ପ୍ରମୁଖ ସମର୍ଥକମାନଙ୍କୁ ଧରି ସେହି ଦୋକାନ ଭିତରେ ପଶିଥିଲେ । ଆଇନ ଶୃଙ୍ଖଳା ସମ୍ଭାଳୁଥିବା ପଦ୍ମପୁର ଏସଡିପିଓଙ୍କ ବାରଣ ସତ୍ତ୍ୱେ ସେମାନେ କପଡ଼ା କିଣିବା ବାହାନା କରିଥିଲେ । ଜିଏସଟି ଚଢ଼ଉରେ ବାଧା ସୃଷ୍ଟି କରିବା ପାଇଁ ସେମାନେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଦୋକାନ ବାହାରେ ବିଜେପି କର୍ମୀମାନେ ଜଣେ ମହିଳା ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଦ୍ମପୁରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ଦୁଇଟି ରେଡ୍ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ଉଭୟ ବିଜେଡି ଏବଂ ବିଜେପି ଏହାକୁ ପ୍ରତିଶୋଧପରାୟଣ ରାଜନୀତି ବୋଲି ପରଷ୍ପରକୁ ଦୋଷାରାପ କରିଛନ୍ତି । ଆଗକୁ ଏହା ଆହୁରି ରୋଚକ ମୋଡ଼ ନେବ ବୋଲି କୁହାଯାଉଛି ।
୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା: ରେଡ୍ ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ପକ୍ଷରୁ ଆସନ୍ତାକାଲି(ମଙ୍ଗଳବାର) ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସଂଧ୍ୟା ୬ ଯାଏ ସହରର ଦୋକାନ ବଜାର ବନ୍ଦ ରହିବ । ବନ୍ଦରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ସାମିଲ ହେବେ । ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି ପଦ୍ମପୁର ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ସୂଚନା ଦେଇଛନ୍ତି ।
Previous Post

ପଦ୍ମପୁର: ବିଜେଡି ସମର୍ଥିତ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

Next Post

ରାଜଧାନୀରେ ହେବ ଗଙ୍ଗାଧର ଭବନ, ପୁରୀରେ କୁଲତା ଧର୍ମଶାଳା

Next Post
ରାଜଧାନୀରେ ହେବ ଗଙ୍ଗାଧର ଭବନ, ପୁରୀରେ କୁଲତା ଧର୍ମଶାଳା

ରାଜଧାନୀରେ ହେବ ଗଙ୍ଗାଧର ଭବନ, ପୁରୀରେ କୁଲତା ଧର୍ମଶାଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA