Wednesday, July 1, 2026 09:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଦ୍ମପୁର: ବିଜେଡି ସମର୍ଥିତ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

by Our Correspondent
28 Nov, 2022- 01:30 PM
in Latest News, News
1 min read
0
ପଦ୍ମପୁର: ବିଜେଡି ସମର୍ଥିତ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍
ଭୁବନେଶ୍ୱର: ପଦ୍ମପୁର ନିର୍ବାଚନମଣ୍ଡଳୀର ତିନି ଜଣ ବ୍ୟବସାୟୀଙ୍କ ଉପରେ ଆଜି ଆୟକର ବିଭାଗ(ଆଇଟି) ପକ୍ଷରୁ ଚଢ଼ଉ କରାଯାଇଛି । ଏହି ବ୍ୟବସାୟୀମାନେ ହେଲେ ବହିଦରପଡ଼ାର ମହମ୍ମଦ ସାଜିଦ୍, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜଚ ଅଗ୍ରୱାଲ୍ । ଏମାନେ ବିଜେଡିର ଜଣାଶୁଣା ସମର୍ଥକ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଖାସ୍ ଲୋକ ଥିଲେ । ଏବେ ସୁଶାନ୍ତ ସିଂହଙ୍କର ଖାସ୍ ସମର୍ଥକ ବୋଲି କୁହାଯାଉଛି ।
ଆଜି ସକାଳ ସାଢ଼େ ୬ଟାରେ ଆୟକର ବିଭାଗର ୩ ଟି ଟିମ୍ ସଂପୃକ୍ତ ୩ ବ୍ୟବସାୟୀଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ ଆରମ୍ଭ କରିଥିଲା । ରିପୋର୍ଟ ଲେଖା ହେଲା ବେଳକୁ(ଅପରାହ୍ନ ସାଢ଼େ ୧ଟା) ରେଡ୍ ଜାରି ରହିଛି । ଘର ଚାରିପଟେ ଜଗିଛନ୍ତି ବନ୍ଧୁକଧାରୀ ସିଆରପିଏଫ ଯବାନ । ସଂପୃକ୍ତ ବ୍ୟବସାୟୀଙ୍କୁ ଭେଟିବାକୁ ଆସିଥିବା ତାଙ୍କର ଓକିଲଙ୍କୁ ମଧ୍ୟ ସିଆରପିଏଫ ଯବାନମାନେ ଘର ଭିତରକୁ ଛାଡୁନାହାନ୍ତି । ଏହି ରେଡ୍ ସମ୍ପର୍କରେ ପଦ୍ମପୁର ପୁଲିସ ପାଖରେ ମଧ୍ୟ ଖବର ନ ଥିଲା । ଟିକସ ଫାଙ୍କି ନା ଅନ୍ୟ କେଉଁ କାରଣରୁ ଏହି ରେଡ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ପଦ୍ମପୁରରେ ଉପନିର୍ବାଚନ ମାହୋଲ ସରଗରମ ଥିବା ବେଳେ ବିଜେଡି ସମର୍ଥକ ୩ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଉପରେ ଆୟକର ରେଡ୍ ହେବା ରାଜନୈତିକ ହଇଚଇ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ଗତକାଲି ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାର ପଦ୍ମପୁରରେ ଉପନିର୍ବାଚନ ପ୍ରଚାର କରିଥିଲେ । ରାଜ୍ୟ ସରକାରଙ୍କୁ ସେମାନେ ଟାର୍ଗେଟ୍ କରି କଟୁ ମନ୍ତବ୍ୟ ଦେଇଥିଲେ । ସମସ୍ତଙ୍କ ନଜରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠାରୁ ଦୁଇଟି ପର୍ଯ୍ୟାୟରେ ୪ ଦିନ(୩-୧) ଧରି ମାରାଥନ୍ ପ୍ରଚାର କରିବେ । ତିନୋଟି ଯାକ ବ୍ଲକ୍ ରେ ସେ ରୋଡ୍ ସୋ କରିବେ ଏବଂ କିଛି ଜାଗାରେ ସାଧାରଣ ସଭାରେ ଉଦବୋଧନ ଦେବେ ।
ଏହିଭଳି ଏକ ମାହୋଲ୍ ଏବଂ ଉପନିର୍ବାଚନ ପ୍ରଚାର ବେଳେ ବିଜେଡି ସମର୍ଥତ ବ୍ୟବସାୟୀଙ୍କ ଉପରେ ଆଇଟି ରେଡ୍ ମାରିବାକୁ ନେଇ ସବୁଆଡ଼େ ଚର୍ଚ୍ଚା ।
କେନ୍ଦ୍ରୀୟ ସଂସ୍ଥାର ଏହି ରେଡ୍ କୁ ରାଜ୍ୟ ବିଜେପି ନେତାମାନେ ରୁଟିନ୍ କାର୍ଯ୍ୟକ୍ରମ ଦର୍ଶାଇ ଆଇନକୁ ତ ବାଟରେ ଯିବାକୁ ଦିଆଯାଉ ବୋଲି କହିଛନ୍ତି । ଉପନିର୍ବାଚନ ପାଇଁ ପଦ୍ମପୁରରେ ବ୍ୟାପକ କଳାଟଙ୍କା ବୁଲିବା ପଛରେ ଏହି ବ୍ୟବସାୟୀମାନଙ୍କ ଭୂମିକାକୁ ଦଳୀୟ ମହଲରୁ ଅଙ୍ଗୁଳି ଉଠାଯାଇଛି ।
ଅନ୍ୟପକ୍ଷରେ ପଦ୍ମପୁରବାସୀଙ୍କ ମନରେ ଭୟ ସୃଷ୍ଟି ପାଇଁ ବିଜେପି ଆଇଟିକୁ ହତିଆର କରିଥିବା ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି । ପଦ୍ମପୁରରେ ନିଶ୍ଚିତ ପରାଜୟ ଜାଣି ଭୟଭୀତ ବିଜେପି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରିଛି । ନିର୍ବାଚନ କମିସନଙ୍କ ପାଖରେ ଆଜି ବିଜେଡି ଏହାକୁ ନେଇ ଫେରାଦ ହେବାକୁ ଯୋଜନା କରିଛି ।
ରାଜନୈତିକ ସମୀକ୍ଷକମାନେ ଏହି ଆଇଟି ରେଡ୍ ଘଟଣାକୁ ସ୍ୱାଭାବିକ ବୋଲି ଗ୍ରହଣ କରିନାହାନ୍ତି । ଆଇଟି ରେଡ୍ ପାଇଁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି ସେମାନଙ୍କର ବିଶ୍ୱାସ । କିଛି କଂଗ୍ରେସ ବିଧାୟକ ଏହାକୁ ରାଜନୈତିକ ପ୍ରତିଶୋଧପରାୟଣତା ବୋଲି କହିଛନ୍ତି ।
Previous Post

‘ବିଜେବି ଫ୍ରେଣ୍ଡସ’ ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା

Next Post

ପଦ୍ମପୁର: ସକାଳେ ଆଇଟି, ସଂଧ୍ୟାରେ ଜିଏସଟି ରେଡ୍

Next Post
ପଦ୍ମପୁର: ସକାଳେ ଆଇଟି, ସଂଧ୍ୟାରେ ଜିଏସଟି ରେଡ୍

ପଦ୍ମପୁର: ସକାଳେ ଆଇଟି, ସଂଧ୍ୟାରେ ଜିଏସଟି ରେଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA