ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ “ପକ୍ଷରୁ ରବିବାର ଆନ୍ତଃ ମହାବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ୟୁନିଟ୍ ୨ ସ୍ଥିତ ଗୀତ ଗୋବିନ୍ଦ ଭବନରେ ଅୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ରୁ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ୍ କଲେଜ ର ଶିବାନୀ ଦାସ ଓ ପ୍ରତିଷ୍ଠା ବରିସାଲ ପ୍ରଥମ, କିଟ୍ ବିଶ୍ୱବିଦ୍ୟାଳୟ ର ଅନୁରାଗ ସାମନ୍ତରାୟ ଓ ଆଶିଷ ମହାପାତ୍ର ଦ୍ଵିତୀୟ , ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ମହେଶ୍ୱର ସେଠୀ ଓ ଆକାଶ ଗରାଡିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଆସନ୍ତା ଡ଼ିସେମ୍ବର ୧୧ ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ହେବାକୁ ଥିବା ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ ଉତ୍ସବରେ ଏହି କୁଇଜ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ୧୫ ହଜାର, ଦ୍ଵିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ୧୦ ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବ ବିଜେବି ଆଲୁମନି ଆସୋସିଏସନ। ଏଥି ସହିତ ମାନପତ୍ର ଓ ଟ୍ରଫି ମଧ୍ୟ ପ୍ରଦାନ କରାଯିବ।