Monday, June 29, 2026 12:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଡି ହେପାଜତରୁ ଅର୍ଚ୍ଚନାଙ୍କ ବ୍ଲାକମେଲିଂ!

by Our Correspondent
07 Dec, 2022- 08:34 PM
in Latest News, News
1 min read
0
ଇଡି ହେପାଜତରୁ ଅର୍ଚ୍ଚନାଙ୍କ ବ୍ଲାକମେଲିଂ!
ଭୁବନେଶ୍ୱର: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗତକାଲି ଇଡି ହେପାଜତରୁ ମିଡିଆ ଆଗରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଲାଗି ରହିଛି । ସେ କାହାରିକୁ ଛାଡ଼ିବେନି । ସବୁ ଗୁମର ଖୋଲିଦେବେ । ତାଙ୍କ ପାଖରେ ଏମିତି ତଥ୍ୟ ଅଛି, କୁଆଡ଼େ ସାରା ରାଜ୍ୟ ଦୋହଲିଯିିବ । ସେଥିପାଇଁ ତାଙ୍କୁ ୩୦ ମିନିଟ୍ ସମୟ ଦରକାର ବୋଲି ଅର୍ଚ୍ଚନା କହିଛନ୍ତି । ଅର୍ଚ୍ଚନାଙ୍କ ମୁହଁରୁ ତାଙ୍କ ସତୀତ୍ୱର ବୟାନ ଗଣମାଧ୍ୟମରେ ଜୋର୍ ପ୍ରଚାର ହୋଇଛି । ଅଭିଯୁକ୍ତର ବୟାନକୁ ନେଇ ରାଜନୈତିକ ବୟାନବାଜି ବି ଚାଲିଛି ।
ପ୍ରଥମ କଥା ହେଉଛି, ଇଡି ହେପାଜତରେ ଥିବା ଜଣେ ଅଭିଯୁକ୍ତ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାର ସୁଯୋଗ ପାଇବା ଆଇନସମ୍ମତ କି? କୋର୍ଟଙ୍କ ଅନୁମତିକ୍ରମେ ଇଡି ଅର୍ଚ୍ଚନାକୁ ୭ ଦିନ ପାଇଁ ରିମାଣ୍ଡରେ ନେଇଛି । ତାଙ୍କର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ଓଗାଳିବା ହେଉଛି ଇଡିର କାମ । ମାତ୍ର ଇଡି ଜେରାର ସମ୍ମୁଖୀନ ହେବା ପୂର୍ବରୁ ଅର୍ଚ୍ଚନା ଗଣମାଧ୍ୟମରେ ପାଟି ଖୋଲିବାକୁ ସୁଯୋଗ ପାଇବା ଏବଂ ସେହି ସୁଯୋଗର ସେ ଭରପୂର ଫାଇଦା ହାସଲ କରିବାକୁ ଉଦ୍ୟମ କରିଥିବା ସ୍ପଷ୍ଟ ହୋଇଯାଇଛି ।
ମୋଟାମୋଟି ଦେଖିଲେ, ଅର୍ଚ୍ଚନା ତାଙ୍କ ସହ ମଧୁର ସମ୍ପର୍କରେ ଥିବା ବ୍ୟକ୍ତିଙ୍କୁ ଏହି ବୟାନ ଜରିଆରେ ସିଧାସଳଖ ଧମକେଇଛନ୍ତି । ସେମାନଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଛନ୍ତି । ଏହା ତାଙ୍କର ବ୍ଲାକମେଲିଂ ଫର୍ମୂଲାର ଲାଟେଷ୍ଟ ଭର୍ସନ୍ ହୋଇପାରେ । ସେ ଜେଲ୍ ରେ ଥିବାରୁ ଏହି ଉପାୟରେ ବି ବ୍ଲାକମେଲିଂ କରିବା ବିଚିତ୍ର ନୁହେଁ ବୋଲି କୁହାଯାଉଛି । ଯଦି ଏହା ସତ ହୋଇଥାଏ, ତେବେ ଅର୍ଚ୍ଚନାଙ୍କ ଟଙ୍କା ଯୋଗାଡ଼ର ଆୟୁଧ ସାଜିଥିବା ବ୍ୟକ୍ତି(ଶୁଭାକାଂକ୍ଷୀ)ମାନେ ମଧ୍ୟ ତଦନ୍ତ ପରିସରକୁ ଆସିବା କଥା ।
ଅର୍ଚ୍ଚନା ନାଗ ନିଜକୁ ନିଦେ୍ର୍ଦାଷ ବୋଲି ଦାବି କରୁଥିଲେ ମଧ୍ୟ ତଦନ୍ତ ନ ସରିବା ଯାଏଁ ତାହାକୁ ବିଲକୁଲ୍ ବିଶ୍ୱାସ କରିହେବ ନାହିଁ । ଅର୍ଚ୍ଚନାଙ୍କ ଜୀବନୀ ସମ୍ପର୍କରେ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହୋଇଛି । ଦିନେ ଭୁବନେଶ୍ୱରରେ ଘରଭଡ଼ା ଦେବାକୁ ଅସମର୍ଥ ଥିବା ଅର୍ଚ୍ଚନା ବର୍ଷ କେଇଟାରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ବନିଗଲେ କେମିତି? ଭୁବନେଶ୍ୱର ସତ୍ୟ ବିହାରରେ ଅର୍ଚ୍ଚନାଙ୍କ ଇନ୍ଦ୍ରପୁରୀ ଭଳି ଘର, ଗାଡ଼ି ଘୋଡ଼ା, ଥାଟବାଟ ଦେଖିଲେ ସେ ଜଣେ ସାଧାରଣ ମହିଳା ବୋଲି କେହି ବିଶ୍ୱାସ କରିବେନି ।
ସ୍ୱାମୀଙ୍କର ସେକେଣ୍ଡ ହାଣ୍ଡ ଗାଡ଼ିି ବେପାର ଟଙ୍କାରେ ଜଣେ ରାଜକୀୟ ଘର, ଜୀବନ ଯାପନ କରିବା କସ୍ମିନ୍ କାଳେ ସମ୍ଭବ? ଜଣେ ସାଧାରଣ ଘରର ନାରୀଟିଏ ପ୍ରଭାବଶାଳୀ ନେତା, ଅଫିସର, ବ୍ୟବସାୟୀ, ବିଲଡରଙ୍କ ନିକଟତର ହେବାର ଆବଶ୍ୟକତା ନଥାଏ ଯାହା ଅର୍ଚ୍ଚନାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ତେଣୁ ସେ ନିଜକୁ ନିଦେ୍ର୍ଦାଷ ବୋଲି ଦାବି କରି ସମସ୍ତଙ୍କୁ ବୋକା ବନେଇଛନ୍ତି ।
ଅର୍ଚ୍ଚନା ୩୦ ମିନିଟ୍ ରେ ଏମିତି କ’ଣ ସବୁ କହିବେ ଯେ ରାଜ୍ୟ ଦୋହଲିଯିବ? ଯଦି ଏତେ ପାରିବାର ତେବେ ମିଡିଆକୁ ୫ ମିନିଟ୍ ସାମନା କରିବା ଭିତରେ ସେଇ ଦୁଇ ଜଣଙ୍କ ନାଁ କହିଲେନି କାହିଁକି? ସୁତରାଂ ଏହା ପଛରେ ଟଙ୍କା ଝଡ଼େଇବାର ଯୋଜନା ରହିଥିବା କଥାକୁ ଅବିଶ୍ୱାସ କରା ନ ଯାଇପାରେ । ‘ନାଗ’ ବକ୍ତବ୍ୟକୁ ସୋସିଆଲ୍ ମିଡିଆରେ ଅନେକ କଟାକ୍ଷ କରିଛନ୍ତି । ଏହି ‘ନାଗ’ ର ଯଦି ଏତେ ପାୱାର୍ ତେବେ ରାଜ୍ୟରେ ବିରୋଧୀ ଦଳର ଆବଶ୍ୟକତା ନାହିଁ । ବିଜେଡି ସରକାରକୁ ହଟାଇବା ପାଇଁ ସେ ଏକା ହିଁ ଯଥେଷ୍ଟ । ଜଣେ ନିରୋଳା ବ୍ଲାକମେଲର ହିଁ ଏଭଳି ମନ୍ତବ୍ୟ ଦେଇପାରେ ବୋଲି କଟାକ୍ଷ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅର୍ଚ୍ଚନା ତାଙ୍କର ଏହି ବାର୍ତ୍ତାକୁ ପହଞ୍ଚାଇବା ପାଇଁ ସମ୍ଭବତଃ ଗଣମାଧ୍ୟମକୁ ଆୟୁଧ କରିଛନ୍ତି । ଗଣମାଧ୍ୟମକୁ ପୂର୍ବରୁ ଗାଳି କରୁଥିବା ଅର୍ଚ୍ଚନା ଏବେ ଗଣମାଧ୍ୟମର ପ୍ରଶଂସାରେ ଶତମୁଖ ହୋଇଥିବା ଦେଖିବାକୁ ମିଳିଲା । ହୁଏତ, ଗଣମାଧ୍ୟମ ଜରିଆରେ ସେ ନିଜର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିଛନ୍ତି । ଆଉ ଗଣମାଧ୍ୟମ ବି ତାଙ୍କ ଖବର ପ୍ରସାରଣ କରିବା ପାଇଁ ପାଗଳ ଭଳି ପଛରେ ପଡ଼ିଛି । ଦୁଇଦିନ ଧରି ଅର୍ଚ୍ଚନାଙ୍କ ବୟାନକୁ ଦେଖାଇବା ପାଇଁ ଗଣମାଧ୍ୟମର ପ୍ରତିଯୋଗିତା ରାଜ୍ୟର ବୁଦ୍ଧୀଜୀବୀମାନଙ୍କୁ ବିସ୍ମିତ କରିଛି । ଟିଆରପି ପାଇଁ ଗଣମାଧ୍ୟମ କେଉଁସ୍ତରକୁ ଚାଲିଯାଏ ଏହା ତାହାର ଆଉ ଏକ ନଗ୍ନ ଉଦାହରଣ ବୋଲି ଅନେକ କ୍ଷୋଭ ପ୍ରକାଶ କରିଛନ୍ତି ।
ଚର୍ଚ୍ଚା ହେଉଛି, ଅର୍ଚ୍ଚନା ଏହାଦ୍ୱାରା ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହିଁଛନ୍ତି । ଗୋପନ ସମ୍ପର୍କରେ ଥିବା ବ୍ୟକ୍ତିଙ୍କୁ ଡରେଇ ବ୍ଲାକମେଲିଂ କରୁଛନ୍ତି ଏବଂ ନିଜ ଉପରୁ କଳଙ୍କ ପୋଛିବା ପାଇଁ ଗଣମାଧ୍ୟମକୁ ଅସ୍ତ୍ର କରିଛନ୍ତି । ଏହାକୁ ବିଶ୍ୱାସ କଲେ, ଅର୍ଚ୍ଚନାଙ୍କ ପାଲରେ ଗଣମାଧ୍ୟମ ପଡିବା ଠିକ୍ ହେଉନାହିଁ । ଯେଉଁ ରଙ୍ଗୀଲା ବଡ଼ବଡ଼ିଆମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ଆଇନ ତାଙ୍କୁ ଧରୁ । ଦଣ୍ଡ ଦେଉ । ମାତ୍ର ଗଣମାଧ୍ୟମ ଜଣେ ଅଭିଯୁକ୍ତଙ୍କୁ ତାଙ୍କର ଅଭିଳାଷ ଚରିତାର୍ଥର ସୁଯୋଗ ନ ଦେଉ ।
ଅର୍ଚ୍ଚନା ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଭାବଶାଳୀ ବ୍ୟକ୍ତିମାନେ କିଏ ଏବଂ କାହାର କ’ଣ ଦୋଷ ତାହା ତଦନ୍ତକାରୀ ସଂସ୍ଥା ଏବଂ କୋର୍ଟ ବିଚାର କରନ୍ତୁ । ମାତ୍ର କାହାରି ନାଁରେ ମିଥ୍ୟା, ଅତିରଞ୍ଜିତ ଖବର ପରିବେଷଣ ଦ୍ୱାରା କିଛି ଅଘଟଣର ଆଶଙ୍କାକୁ ବି ଏଡାଇ ହେବନି । ଅତୀତରେ ଏକ ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ ର ବିଭ୍ରାନ୍ତିକର ଖବରରେ ଅତିଷ୍ଠ ହୋଇ ଏବଂ ସାମାଜିକ ଅପବାଦ ସହି ନ ପାରି ପାରଳାଖେମୁଣ୍ଡି ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିବା ଘଟଣା ଏବେ ବି ଲୋକଙ୍କ ମନରୁ ଯାଇନାହିଁ । ଅନ୍ତତଃ ଏହାର ପୁନରାବୃତ୍ତି ନ ହେଉ ।
Previous Post

‘ନାଗ’ ଫଁ: ପାଟି ଖୋଲିଲେ ରାଜ୍ୟ ବଦଳିଯିବ

Next Post

କାଲି ପଦ୍ମପୁର ରେଜଲ୍ଟ

Next Post
କାଲି ପଦ୍ମପୁର ରେଜଲ୍ଟ

କାଲି ପଦ୍ମପୁର ରେଜଲ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA