Saturday, April 25, 2026 04:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ନାଗ’ ଫଁ: ପାଟି ଖୋଲିଲେ ରାଜ୍ୟ ବଦଳିଯିବ

by Our Correspondent
06 Dec, 2022- 08:19 PM
in Latest News, News
1 min read
0
‘ନାଗ’ ଫଁ: ପାଟି ଖୋଲିଲେ ରାଜ୍ୟ ବଦଳିଯିବ
ଭୁବନେଶ୍ୱର: “ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି । କାହାରିକୁ ମୁଁ ଛାଡ଼ିବିନି । ସବୁ ଗୁମର ଖୋଲିବି । ମୋ ପାଖରେ ଏକ୍ସକ୍ଲୁସିଭ୍ ପ୍ରମାଣ ଅଛି । ମୁଁ ପାଟି ଖୋଲିଲେ ରାଜ୍ୟ ପରିବର୍ତ୍ତନ ହେଇଯିବ । ୩୦ ମିନିଟ୍ ସମୟ ଦେଲେ ସବୁ କହିବି । ନେତା କି ମନ୍ତ୍ରୀ କି କ’ଣ.. ପ୍ରମାଣର ସହ ଦେଖାଇବି ।”
୭ ଦିନିଆ ଇଡି ରିମାଣ୍ଡରେ ଯିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିବା ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଆଜି ଗଣମାଧ୍ୟମ ଆଗରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ।
ଅର୍ଚ୍ଚନା କହିଥିଲେ- ମୁଁ ଇଡିକୁ ଅପେକ୍ଷା କରିଥିଲି । ମୁହଁ ଖୋଲିବାକୁ ସୁଯୋଗ ମିଳିବ । କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି । ତଥ୍ୟ ପ୍ରମାଣ ସହ ମୁଁ ସବୁକଥା କହିବି । ସେଥିପାଇଁ ମୋତେ ୩୦ ମିନିଟ୍ ସମୟ ଦରକାର । ୩୦ ମିନିଟ୍ ଦେଲେ ମୁଁ ସବୁ କହିବି । ନେତା, ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଦେଖାଇବି । ଏକ୍ସକ୍ଲୁସିଭ୍ ପ୍ରମାଣ ଦେବି । ମୁଁ କାହାରିକୁ ଛାଡ଼ିବିନି । ମୋ ପ୍ରତି ଥିବା ଭ୍ରାନ୍ତ ଧାରଣାକୁ ଭୁଲ୍ ପ୍ରମାଣିତ କରିବି । ମତେ ଫସାଇ ଦେଇଛନ୍ତି । ଯେତେବେଳେ ମୁଁ କହିବି ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ।
ସାମ୍ବାଦିକଙ୍କ ଘନ ଘନ ପ୍ରଶ୍ନରେ ଅର୍ଚ୍ଚନା ବେଶ୍ ଦମ୍ଭ ଦେଖାଇଥିଲେ । କହିଥିଲେ, ମୁଁ କାହାକୁ ଛାଡ଼ିବିନି । ସବୁ ଗୁମର ଖୋଲିବି । ଶ୍ରଦ୍ଧାଞ୍ଜଳି ବେହେରା ଲକ୍ଷ୍ମୀସାଗର ଥାନାରେ ଅକ୍ଷୟ ପରିଜା ନାଁରେ ଯେତେବେଳେ କେସ୍ ଦେଇଥିଲା ସେତେବେଳଠୁ ଆଜି ପର୍ଯ୍ୟନ୍ତ କଲ୍ ଡିଟେଲସ୍ ରେକର୍ଡ ଚେକ୍ କରାଯାଉ । କାହା କାହା ସହ ସେ କଥା ହୋଇଛି, ସବୁ କିଛି ଯାଞ୍ଚ କରାଯାଉ । ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସୁ । ସତସାହାସ ଥିଲେ ମୋ ବିରୋଧରେ କ’ଣ ତଥ୍ୟ ଅଛି ପ୍ରମାଣ ଦେଉ । ଶ୍ରଦ୍ଧାଞ୍ଜଳି ଭଉଣୀ, ଦି ଜଣ ମିଶି ପଣସ ଖାଇଲେ ଆଉ ମୋ ମୁଣ୍ଡରେ ଅଠା ବୋଳିଲେ । ସମୟ ଆସୁ ମୁଁ କାହାରିକୁ ଛାଡ଼ିବିନି । କିଛି ନ ଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ ।
ପୁଲିସର ଗିରଫଦାରି ଏବଂ ଗିରଫ ତରିକାକୁ ନେଇ ଆହୁରି ବର୍ଷିଥିଲେ ଅର୍ଚ୍ଚନା । ମୁଁ କ’ଣ ଏମିତି କଲି ଯେ ମୋ ଆଖି, ମୁହଁ, ପାଟି ବନ୍ଦ କରି ମୋତେ ଆରେଷ୍ଟ କଲେ? ମୁଁ କ’ଣ ଆତଙ୍କବାଦୀ ଭଳି ଦେଖାଯାଉଛି? ପୁଲିସକୁ ପ୍ରବଳ ଚାପ ଦିଆଯାଇଛି । ୬୦ ଘଣ୍ଟା ମୋତେ ବାଲିଅନ୍ତା ଥାନାରେ ରଖିଲେ । ୬ ଦିନ ଯାଏ ମୁଁ ଜାଣି ନ ଥିଲି । ଜେଲ୍ ଭିତରକୁ ଆସିବା ପରେ ଜାଣିଲି । ଅଭିଯୋଗ କିଏ ଦେଇଛି ମୁଁ ଜାଣି ନ ଥିଲି । ଏବେ ମୁଁ ଠିକ୍ ସମୟକୁ ଅପେକ୍ଷା କରିଛି । ଇଡିକୁ ତଦନ୍ତ କରିବାକୁ ଦିଅନ୍ତୁ । ଯେତେ ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସୁଛନ୍ତି ଆସନ୍ତୁ । ମୁଁ ଏଥିରେ ବହୁତ ଖୁସି । ମୁଁ ସବୁ ପ୍ରକାର ତଦନ୍ତ ସାମନା କରିବାକୁ ଚାହୁଁଛି । ମୁଁ ପ୍ରମାଣ ଦେଖାଇବି ଯେ ମୁଁ ସମ୍ପୂର୍ଣ୍ଣ ନିଦେ୍ର୍ଦାଷ ।
ସୂଚନାଯୋଗ୍ୟ, ଗତକାଲି ଝାରପଡ଼ା ଜେଲ୍ ରୁ ଭୁବନେଶ୍ୱର କୋର୍ଟ ଆସିଥିବା ବେଳେ ଅର୍ଚ୍ଚନା ବି ଫଁ ଦେଖାଇଥିଲେ । ପୁଲିସର ଗିରଫକୁ ନେଇ ପ୍ରଶ୍ନ କରିଥିଲେ । ସୋ କଲଡ ଆକ୍ୟୁଜଡ ଶ୍ରଦ୍ଧାଞ୍ଜଳି ସାମନାକୁ କାହିଁକି ଆସୁନାହାନ୍ତି ବୋଲି ପଚାରିଥିଲେ । ଆଜି ସମୟ ପାଇ ଗଣମାଧ୍ୟମ ଆଗରେ କିନ୍ତୁ ପୂରାପୂରି ବିସ୍ଫୋରଣ କରିଥିଲେ । ନିଜକୁ ନିଦେ୍ର୍ଦାଷ ଦାବି କରିବାର ମଉକା ପାଇଯାଇଥିଲେ ।
ଅର୍ଚ୍ଚନାଙ୍କ ଆଜିର ବୟାନ ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟର ସର୍ବବୃହତ୍ତ ସେକ୍ସ ରାକେଟ୍ କୁହାଯାଉଥିବା ମାମଲାରେ କେଉଁ ବଡ଼ବଡ଼ିଆ ଅଛନ୍ତି ଇଡି ଆଗରେ ନାଗ ଖୁଲାସା କରିବେ ବୋଲି ତାଙ୍କ ଗଣମାଧ୍ୟମ ବୟାନରୁ ସ୍ପଷ୍ଟ ହୋଇଛି । ମାମଲା ଆଗକୁ କି ମୋଡ ନେବ ସମସ୍ତଙ୍କର ଉକ୍ରଣ୍ଠା ବଢ଼ାଇ ଦେଇଛି ।
Previous Post

‘ଓଡିଶା ମୋ ପରିବାର’ ସହାୟତାରେ ହସ୍ପିଟାଲ ରୁ ଘରକୁ ଆସିଲା ଶବ

Next Post

ଇଡି ହେପାଜତରୁ ଅର୍ଚ୍ଚନାଙ୍କ ବ୍ଲାକମେଲିଂ!

Next Post
ଇଡି ହେପାଜତରୁ ଅର୍ଚ୍ଚନାଙ୍କ ବ୍ଲାକମେଲିଂ!

ଇଡି ହେପାଜତରୁ ଅର୍ଚ୍ଚନାଙ୍କ ବ୍ଲାକମେଲିଂ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA