Saturday, July 4, 2026 07:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାଷୀଙ୍କ ସବୁ ଧାନ କିଣ, ଏମଏସପି ନିଶ୍ଚିତ କର: ବିଜେଡି

ବରଗଡ଼ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରେସମିଟ୍

by Our Correspondent
07 Feb, 2023- 02:36 PM
in Latest News, News
1 min read
0
ଚାଷୀଙ୍କ ସବୁ ଧାନ କିଣ, ଏମଏସପି ନିଶ୍ଚିତ କର: ବିଜେଡି

ବରଗଡ଼/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚାଷୀ ସ୍ୱାର୍ଥ ବିରୋଧୀ ନିଷ୍ପତ୍ତିକୁ ସମାଲୋଚନା କରିଛି ବିଜେଡି । ଆଜି ବରଗଡ଼ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଧାନକ୍ରୟ ଏବଂ ଏମଏସପି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‌ ରାଶି ହ୍ରାସ କରିଛନ୍ତି । ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିଶ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି । ଏହି ବୃହତ୍‌ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର ଏମଏସପି ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ ହ୍ରାସ ପାଇବ । ଏହା ଓଡିଶାର କୃଷକମାନଙ୍କୁ ବିଶେଷ ଭାବରେ ପଶ୍ଚିମ ଓଡିଶାର କୃଷକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ।

ବଜେଟ୍‌ରେ ଅର୍ଥ ହ୍ରାସ ଯୋଗୁଁ କେନ୍ଦ୍ର ଏମଏସପି ୧.୫ ଗୁଣ ବୃଦ୍ଧି କରିବ ନାହିଁ ଏବଂ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବା ପାଇଁ ଚାଷୀଙ୍କ ଦାବି ଅନୁଯାୟୀ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ମଧ୍ୟ ପୁଣିଥରେ ପ୍ରତ୍ୟାଖାନ କରିବ । ଯାହାଦ୍ୱାରା ଓଡିଶାର ଲକ୍ଷ ଲକ୍ଷ ଚାଷୀ ଦୁଃଖ ଏବଂ ଯନ୍ତ୍ରଣା ପାଇବେ ।

କେନ୍ଦ୍ର ମଧ୍ୟ ଓଡିଶାରୁ ଖାଦ୍ୟଶସ୍ୟ କ୍ରୟ ଲକ୍ଷ୍ୟକୁ ହ୍ରାସ କରିଛି । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ଓଡିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଟନ୍‌ ଚାଉଳ ଉଠାଯାଉଥିବା ବେଳେ ବର୍ତ୍ତମାନ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ ଲକ୍ଷ ଟନ୍‌ କରିଛି । କେବଳ ଓଡ଼ିଶାର ବରଗଡ ଜିଲ୍ଲା ୪ ଲକ୍ଷ ଟନ୍‌ ଚାଉଳ ଉତ୍ପାଦନ କରେ, ବାକି ୨୯ଟି ଜିଲ୍ଲାର ଅବସ୍ଥା କ’ଣ ହେବ ? ସେହି ୨୯ଟି ଜିଲ୍ଲାର କୃଷକମାନେ କେଉଁଠାରେ ସେମାନଙ୍କର ଧାନ ବିକ୍ରି କରିବେ ? କେନ୍ଦ୍ର ଏହା ଉପରେ ସମ୍ପୂର୍ଣ୍ଣ ନିରବ ରହିଛି ।

କେନ୍ଦ୍ରର ଏଭଳି ଅନ୍ୟାୟ ଯୋଗୁଁ ପଶ୍ଚିମ ଓଡ଼ିଶାର କୃଷକମାନେ ଅଧିକ କ୍ଷତିଗ୍ରସ୍ତ ହେବେ । ପଶ୍ଚିମ ଓଡିଶାର ପାଞ୍ଚ ଜଣ ବିଜେପି ସାଂସଦ କ’ଣ କରୁଛନ୍ତି ? ସେମାନେ ୨୦୧୯ରେ ପଶ୍ଚିମ ଓଡିଶାର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ମଧ୍ୟ ଧାନ କ୍ରୟ ପାଇଁ ସେମାନେ ପଶ୍ଚିମ ଓଡିଶାର କୃଷକଙ୍କ ସପକ୍ଷରେ ପଦୁଟିଏ ହେଲେ କହୁ ନାହାଁନ୍ତି । ୨୦୨୪ରେ ସେମାନେ ପୁଣି ଥରେ ସେହି ଭୋଟରଙ୍କୁ କିପରି ସାମ୍ନା କରିବେ, ଯେଉଁମାନେ ୨୦୧୯ରେ ସେମାନଙ୍କୁ ବିଶ୍ୱାସ କରିଥିଲେ? ଧାନ କ୍ରୟ ସହ ପଶ୍ଚିମ ଓଡିଶାର କୃଷକଙ୍କ ସ୍ୱାର୍ଥ ପାଇଁ ପାଟି ନଖୋଲି ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ କାହିଁକି ଚୁପ୍ ରହିଛନ୍ତି? ପଶ୍ଚିମ ଓଡ଼ିଶାର କୃଷକ ଏବଂ ଭୋଟରମାନେ ଭବିଷ୍ୟତରେ ଓଡିଶା ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଏବଂ ପଶ୍ଚିମ ଓଡିଶାର ବିଜେପି ସାଂସଦଙ୍କ ଏଭଳି ନିରବତା ଦେଖି ସେମାନଙ୍କୁ ଆଉ ବିଶ୍ୱାସ କରିବେ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ଓଡିଶା ଚାଷୀଙ୍କର ସ୍ୱାର୍ଥ ବିଶେଷକରି ପଶ୍ଚିମ ଓଡିଶା ଚାଷୀଙ୍କର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ବଳକା ଖାଦ୍ୟ ଶସ୍ୟକୁ ଧାନ କିଣା ପ୍ରକ୍ରିୟାରେ କେନ୍ଦ୍ର ସରକାର ଖରିଦ କରନ୍ତୁ ଏବଂ ଓଡିଶାର କୃଷକମାନେ କୌଣସି ସ୍ଥିତିରେ ଯେଭଳି ଏମଏସପିରୁ ବଞ୍ଚିତ ହେବେ ନାହିଁ ତାହା ନିଶ୍ଚିତ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Previous Post

ସାରସ୍ୱତ ସାଧିକା ନିର୍ମଳାପ୍ରଭା ନାୟକଙ୍କ ପରଲୋକ

Next Post

୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

Next Post
୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

୧୦ ଜଣଙ୍କୁ ଯୁବ ଲେଖକ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA