Friday, August 7, 2026 11:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତ୍ରିଲୋଚନ କାନୁନଗୋଙ୍କ ପରଲୋକ

by Our Correspondent
21 Apr, 2023- 09:21 AM
in Latest News, News
1 min read
0
ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ ଆଉ ନାହାନ୍ତି । ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୩ ବର୍ଷ ହୋଇଥିଲା । ଶ୍ରୀ କାନୁନଗୋଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

ଶ୍ରୀ କାନୁନଗୋଙ୍କର ହୃଦଘାତଜନିତ ସମସ୍ୟା ଥିଲା । ସେ ବ୍ରେନ୍ ଷ୍ଟ୍ରୋକର ମଧ୍ୟ ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ଗତ ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ । ମାତ୍ର ସେମାନଙ୍କ ଉଦ୍ୟମ ସଫଳ ହୋଇ ନ ଥିଲା ।

୧୯୪୦ ମସିହା ସେପ୍ଟେମ୍ବର ୧୨ ତାରିଖରେ କଟକ ଜିଲ୍ଲାର ବଡ଼ମୂଳେଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତ୍ରିଲୋଚନ କାନୁନଗୋ । ଓଡ଼ିଶା ରାଜନୀତିରେ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଭାବେ ତାଙ୍କର ସୁନାମ ଥିଲା । ଗୋବିନ୍ଦପୁର ଓ କଟକ ସଦର ବିଧାନସଭା ଆସନରୁ ସେ ୩ ଥର(୧୯୭୧, ୧୯୭୪,୧୯୮୫) ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ମସିହାରେ ସେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ । ଉଭୟ ବିଧାନସଭା ଓ ଲୋକସଭାରେ ବିଭିନ୍ନ ବିଷୟରେ ତାଙ୍କର ସାରଗର୍ଭକ ଆଲୋଚନା ତାଙ୍କୁ ବେଶ୍ ପ୍ରସିଦ୍ଧି ଆଣିଥିଲା । କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଉଲ୍ଲେଖନୀୟ ଥିଲା ।

କେବଳ ରାଜନୀତି ନୁହେଁ, ଅର୍ଥନୀତି ଉପରେ ମଧ୍ୟ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା । ରାଜ୍ୟ ଅର୍ଥ କମିସନ ଅଧ୍ୟକ୍ଷ ଭାବେ ସେ ସୁଚାରୂରୂପେ ଦାୟିତ୍ୱ ସମ୍ପାଦନା କରିଥିଲେ । ଲେଖାଲେଖି ଓ ଗଭୀର ଅଧ୍ୟୟନ ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଆକର୍ଷଣ ଥିଲା । ଅତ୍ୟନ୍ତ ସରଳ ଜୀବନଯାପନ କରୁଥିବା ଶ୍ରୀ କାନୁନଗୋ ଶୃଙ୍ଖଳା ଓ ନୀତିନିଷ୍ଠର ଜଣେ ବଡ଼ ସାଧକ ଥିଲେ ।

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁଗୋ ହେଉଛନ୍ତି ତାଙ୍କର ଭାଇ ।

ମୁଖ୍ୟମନ୍ତ୍ରୀଙ୍କ ଶୋକ: ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ, ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଥିଲେ ସାଧାରଣ ଲୋକର ବନ୍ଧୁ .ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ। ସାଂସଦ ,ବିଧାୟକ ,ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନ ର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟି ର ଚେୟାରମ୍ଯାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି। ତାଙ୍କର ନିଃସ୍ବାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Previous Post

ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ସହିଦ

Next Post

ସହିଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା

Next Post
ସହିଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା

ସହିଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA