ଭୁୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ଉଧେଇବା ଅବସ୍ଥାରେ ନାହିଁ । ନେତୃତ୍ୱ ସଙ୍କଟ ଓ ଗୋଷ୍ଠୀ କନ୍ଦଳ ଦଳକୁ ରସତଳଗାମୀ କରିଦେଇଛି । ପାଖାପାଖି ଅଢ଼େଇ ଦଶନ୍ଧି ଧରି କ୍ଷମତାଛଡ଼ା ହୋଇଥିବା ଏହି ଦଳର ଗୋଷ୍ଠୀ କନ୍ଦଳ ପୁରୁଣା ରୋଗ ହୋଇଗଲାଣି । ନୂଆ ନେତୃତ୍ୱରେ ଦଳର ସଂଗଠନ ସବଳ ହେବା ବଦଳରେ ଆହୁରି ଦୁର୍ବଳର ସଙ୍କେତ ଦେଉଛି । ଯାହାର ଟ୍ରେଲର୍ ଆଜି ରାଜଧାନୀରେ ଦେଖିବାକୁ ମିଳିଛି । କଂଗ୍ରେସର କିଛି ଅସନ୍ତୁଷ୍ଟ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ପରିବର୍ତ୍ତିତ ଦଳର ଚରିତ୍ର ଓ ନେତୃତ୍ୱ ବିରୋଧରେ ସେମାନେ ବିଷ ଓଗାଳିଛନ୍ତି । ୨୦୨୪ ପାଇଁ ଏହା ଅସନ୍ତୁଷ୍ଟ କଂଗ୍ରେସିଆଙ୍କ ବିକଳ୍ପ ଭିତ୍ତିଭୂମି ବୋଲି କୁହାଯାଉଛି ।
କଂଗ୍ରେସର ବିଦ୍ରୋହୀ ବିଧାୟକ ମହମ୍ମଦ ମୋକିମ୍ ଙ୍କ ଆୟୋଜନରେ ଆଜି ଜୟଦେବଭନଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବିଷୟବସ୍ତୁ ଥିଲା ‘ଜାନକୀବାବୁ ଓ ବସନ୍ତବାବୁଙ୍କ ଯୋଡି: ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ।








