Friday, June 26, 2026 12:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନମୋହନ ବାଉଳା ହେଲେଣି କି?

ରାଜ୍ୟ ବିଜେପି ରାଜନୀତି

by Our Correspondent
29 May, 2023- 09:05 PM
in Latest News, News, Politics
1 min read
0
ମନମୋହନ ବାଉଳା ହେଲେଣି କି?

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ବିଜେପିର ଦାୟିତ୍ୱ ନେବାର ୨ ମାସ ବିତିଗଲାଣି । ମାତ୍ର ତାଙ୍କର କାଟତି କେଉଁଠି ଦେଖିବାକୁ ମିଳିନି । କାହାକୁ ନେଇ କାମ କରିବେ ତାହାର ହିସାବ ବି ଛିଣ୍ଡାଇ ପାରିନାହାନ୍ତି । ଏଭଳି ସ୍ଥିତିରେ ଅନ୍ୟ ନେତାଙ୍କ ଭଳି ଶସ୍ତା ବୟାନ ଦେଇ ନିଜର ପ୍ରାସଙ୍ଗିକତା ରଖିବାକୁ ଚେଷ୍ଟା କରିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଗତକାଲି ମନମୋହନ ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ । କହିଥିଲେ, ୧୧୭ ସିଟିଂ ଏମଏଲଏଙ୍କ ସହ କଥା ହେଉଛୁ, ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି, ସବୁ ଏମଏଲଏ ଆମ କଣ୍ଟାକ୍ଟରେ ରହିଛନ୍ତି । ଖୁବ୍ ଶୀଘ୍ର ଓଡ଼ିଶାରେ ପରିବର୍ତ୍ତନ ହେବ ।

ବିଜେପି ରାଜ୍ୟ ସଭାପତିଙ୍କ ଏହି ପରିସଂଖ୍ୟାନ ସମସ୍ତଙ୍କୁ କାବା କରିଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶାଇ ଏବେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୪ । ଆଉ ୩ ସିଟିଂ ବିଜେଡି ଏମଏଲଏଙ୍କୁ ମନମୋହନ କେଉଁଠୁ ପାଇଲେ ତାହା କେହି ବୁଝିପାରିନାହାନ୍ତି । ଏହି ବୟାନକୁ ଟିଭିରେ ଯିଏ ଦେଖିଛନ୍ତି, ହସି ହସି ବେଦମ୍ ହୋଇଛନ୍ତି । ବିଧାୟକ ହିସାବ ଛାଡ଼ନ୍ତୁ, ଓଡିଶା ରାଜନୀତିର ପାଣିପାଗ ଜାଣୁଥିବା ଲୋକେ ମନମୋହନ ସାମଲଙ୍କ ବୟାନ ଶୁଣିଲା ପରେ ତାଙ୍କୁ ସୁର ରାଉତରାୟଙ୍କ ଦ୍ୱିତୀୟ ଅବତାର ବୋଲି ଚର୍ଚ୍ଚା କଲେଣି ।

ବାସ୍ତବ କଥା ଏୟା ଅନୁମାନ କରାଯାଉଛି ଯେ ମନମୋହନ ସାମଲ ଏହି ଦି ମାସରେ ଦଳୀୟ ହାଲତ୍ କୁ ପାଖରୁ ଦେଖି ବାଉଳା ହୋଇ ଗଲେଣି । ଧାମନଗର ଉପନିର୍ବାଚନ ରଣନୀତି ଭୁବନେଶ୍ୱର ଶକ୍ତିକେନ୍ଦ୍ରରେ ଯେ କାମ ଦେବ ନାହିଁ ତାହା ଏଥର ବୁଝିସାରିଲେଣି । ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାପତି ଦାୟିତ୍ୱ ନେଲା ବେଳେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଜୋସ୍ ଦେଖାଇଥିଲେ । ବିଜେଡିକୁ ନ ହଟାଇବା ଯାଏ ଶୋଇବୁନୁ କି ଶୁଆଇ ଦେବୁନୁ ବୋଲି ବଜ୍ର ଶପଥ ନେଇଥିଲେ । ପରବର୍ତ୍ତୀ ସମୟରେ ଶକ୍ତି ସଂଗ୍ରହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବାକୁ ଯାଇଥିଲେ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ନିବିଡ କରିଛନ୍ତି । ଏତେସବୁ ପରେ ବି ମନମୋହନ ବାଉଳା ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି ।

ବିଶ୍ୱସ୍ତ ସୂତ୍ରର ଖବର କହୁଛି, ମନମୋହନ ଚାହିଁବା ମୁତାବକ ଦଳକୁ ଆଗକୁ ନେବାରେ ବିଭିନ୍ନ ପ୍ରତିବନ୍ଧକ ସାମନା କରୁଛନ୍ତି । ଦଳରେ ଗୋଷ୍ଠୀ କନ୍ଦଳ ଏଭଳି ଅବସ୍ଥାରେ ଅଛି ଯେ ନୂଆ ଟିମ୍ ଗଠନ ସମ୍ଭବ ହେଉନାହିଁ । ବର୍ତ୍ତମାନ ପ୍ରାୟ ୨୫ ଟି ଜିଲ୍ଲା ସଭାପତି ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ବସିଛନ୍ତି । ସେମାନଙ୍କୁ ହଟାଇ ନିଜ ଅନୁଗତଙ୍କୁ ବସାଇବା ତାଙ୍କ ପାଇଁ କାଠିକର ହୋଇଛି । ସୁତରାଂ ଦଳରେ ବିଦ୍ରୋହକୁ ଡରି ନୂଆ ତାଲିକାକୁ ଟାଳି ଦିଆଚାଲିଛି ।

ଦଳରେ ଗୋଷ୍ଠୀ କନ୍ଦଳ ଯେ ଭରି ରହିଛି ତାହା ଗତକାଲିର ବ୍ରହ୍ମପୁର ଘଟଣା ପୁଣି ମନେ ପକାଇ ଦେଇଛି । ମନମୋହନଙ୍କ ବ୍ରହ୍ମପୁର ଗସ୍ତବେଳେ ଜଣେ କର୍ମୀ ତାଙ୍କ ଉପରକୁ କାଳି ଫିଙ୍ଗିବା, ଦଳରେ ନେତୃତ୍ୱ ପ୍ରତି ଅସମ୍ମାନ ଓ ଦଳୀୟ ବିଶୃଙ୍ଖଳାକୁ ପ୍ରମାଣିତ କରୁଛି । କାଳି ଫିଙ୍ଗାକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ସେଠି ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଟିକେଟ ଦେବା ନେଇ ଚାଲିଥିବା ମନ୍ତ୍ରଣାରେ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ଗୋଷ୍ଠୀଙ୍କ ଅସନ୍ତୋଷର ଏହା ପ୍ରତିଫଳନ ବୋଲି କୁହାଯାଉଛି । ମନମୋହନଙ୍କୁ ଏହା ବିବ୍ରତ କରିବା ସ୍ୱାଭାବିକ ।

ଏଠି ସଂଗଠନ ସଜାଡ଼ିବେ ନା କେନ୍ଦ୍ର ସହ ବିଜେଡି ସମୀକରଣରେ ନିଜକୁ ଖାପ ଖୁଆଇବେ ତାହା ମନମୋହନଙ୍କୁ ଖାଲି ଦ୍ୱନ୍ଦରେ ପକାଇନାହିଁ, ବରଂ ବିବ୍ରତ କରୁଥିବା ଚର୍ଚ୍ଚା ହେଉଛି । ନିଜର ସ୍ଥିତି ଜାହିର କରିବା ଏବଂ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ସେ ବିଜେଡିରେ ଅସନ୍ତୋଷ କଥା ଉଠାଇଛନ୍ତି । ତାହା ହୋଇ ନ ଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ କ’ଣ ବିଜେପିରେ ମିଶିବା ପାଇଁ ମନମୋହନଙ୍କ ସହ ଯୋଗାଯୋଗ କରିଛନ୍ତି କି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କଟାକ୍ଷ କରିଛନ୍ତି ।

Previous Post

ରାଜ୍ୟ ସରକାର ଆଣିଲେ ‘ମୋ ଘର’ ଯୋଜନା

Next Post

ଯୋରନ୍ଦାରେ ୫-ଟି ସଚିବ ପାଣ୍ଡିଆନ୍

Next Post
ଯୋରନ୍ଦାରେ ୫-ଟି ସଚିବ ପାଣ୍ଡିଆନ୍

ଯୋରନ୍ଦାରେ ୫-ଟି ସଚିବ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA