Wednesday, April 22, 2026 04:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ସରକାର ଆଣିଲେ ‘ମୋ ଘର’ ଯୋଜନା

୧୮ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

by Our Correspondent
29 May, 2023- 01:58 PM
in Latest News, News
1 min read
0
ରାଜ୍ୟ ସରକାର ଆଣିଲେ ‘ମୋ ଘର’ ଯୋଜନା

ଭୁବନେଶ୍ୱର: ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ‘ମୋ ଘର’ ନାଁରେ ଏକ ନୂଆ ଯୋଜନାର ଶୁଭାରମ୍ଭ କରାଯାଇଛି । ଅନ୍ୟାନ୍ୟ ଯୋଜନାରୁ ବଞ୍ଚିତ ଗ୍ରାମୀଣ ଲୋକଙ୍କୁ ଏହି ଯୋଜନାରେ ଘର ତିଆରି ପାଇଁ ଆର୍ଥିକ ସହାୟତା ଦିଆଯିବ । ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଂଜୁର କରିଛି ।

ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ୍ ପଡ଼ିଥିବା ପରିବାର କିମ୍ବା ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ । ‘

ମୋ ଘର’ ଯୋଜନାରେ ସେମାନଙ୍କୁ ଘର ପାଇଁ ସବସିଡି ଋଣ ଯୋଗାଇ ଦିଆଯିବ । ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ସେମାନଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିବ ।

ବଡ଼କଥା ହେଲା, ଏହି ଯୋଜନାରେ ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ରହିଛି । ୧ ଲକ୍ଷ ପର୍ଯ୍ୟନ୍ତ ଋଣରେ ସାଧାରଣ ବର୍ଗଙ୍କୁ ୩୦ ହଜାର ଏବଂ ଅନ୍ୟମାନଙ୍କୁ ୪୦ ହଜାର ଟଙ୍କା ସବସିଡି ମିଳିବ । ୧.୫ ଲକ୍ଷ ଋଣରେ ସାଧାରଣ ବର୍ଗଙ୍କୁ ୪୫ ହଜାର ଏବଂ ଅନ୍ୟମାନଙ୍କୁ ୫୫ ହଜାର ସବସିଡି ଦିଆଯିବ । ୨ ଏବଂ ୩ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନ୍ୟମାନଙ୍କୁ ୭୦ ହଜାର ଟଙ୍କା ସବସିଡି ମିଳିବ ।

ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟତାର ମାନଦଣ୍ଡ ହେଉଛି- (୧) ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ବାସ କରୁଥିବେ(୨) ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନ ଥିବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ପାଇଥିବେ(୩) ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିବ(୪)ବ୍ୟକ୍ତିଗତ ବ୍ୟବହାର ପାଇଁ ୪ ଚକିଆ ଯାନ ନ ଥିବ(୫) ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ (୬)୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବ ।

ଏହି ଯୋଜନାର ହିତାଧିକାରୀ ହେବା ପାଇଁ ମାପଦଣ୍ଡ ପୂରଣ କରୁଥିବା ବ୍ୟକ୍ତିମାନେ ଜୁନ୍ ମାସ ୧୬ ତାରିଖରୁ ସରକାରୀ ୱେବସାଇଟ୍ ରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୮ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଓଡ଼ିଶାରେ ଏକ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଏଥିପାଇଁ ୩୩୦.୧୭ କୋଟି ମଂଜୁର କରାଯାଇଛି । ସେହିପରି ଭିସୁଟ୍ ର ଉନ୍ନତୀକରଣ ପାଇଁ ୨୦୦୦ କୋଟି ମଂଜୁର ହୋଇଛି । ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନରେ ପଞ୍ଜିକରଣ ଫି’ ଛାଡ଼ କରାଯାଇଛି ।

ବଲାଙ୍ଗୀରରେ ୬ ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁର କରିଛି । ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ । ସେହିଭଳି ଗଜପତି ଜିଲ୍ଲାରେ ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ସେଥିପାଇଁ ୩୭୯.୧୬ କୋଟି ଖର୍ଚ୍ଚ ହେବ ।

ଏହାବାଦ୍ ବେସରକାରୀ ଓ ଜୁନିଅର ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଂଜୁର ମିଳିଛି । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ର ମଂଜୁରୀ ମିଳିଛି । କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ବିକଶିତ ଓ ଆକର୍ଷଣୀୟ କରାଯିବ । ଏହି କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୧୫୬ କୋଟି ୨୧ ଲକ୍ଷ ଖର୍ଚ୍ଚ ପ୍ରସ୍ତାବ କ୍ୟାବିନେଟ୍ ର ମଂଜୁର ଲାଭ କରିଛି । ଓଡିଆ ଫିଲ୍ମ ଡେଲିଭରି ବୟ ଏବଂ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।

 

Previous Post

ନୂଆ ସଂସଦ ଭବନରେ ମୋଦୀ ସୋ’!

Next Post

ମନମୋହନ ବାଉଳା ହେଲେଣି କି?

Next Post
ମନମୋହନ ବାଉଳା ହେଲେଣି କି?

ମନମୋହନ ବାଉଳା ହେଲେଣି କି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA