Friday, June 26, 2026 02:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯୋରନ୍ଦାରେ ୫-ଟି ସଚିବ ପାଣ୍ଡିଆନ୍

by Our Correspondent
29 May, 2023- 09:27 PM
in Latest News, News
1 min read
0
ଯୋରନ୍ଦାରେ ୫-ଟି ସଚିବ ପାଣ୍ଡିଆନ୍

ଭୁବନେଶ୍ୱର:  ୫-ଟି ସଚିବ  ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ସେ ସୂଚନା ଦେଇଥିଲେ ।

ମହିମା ଧର୍ମ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମହିମା ଧର୍ମ ହେଉଛି ସାରା ବିଶ୍ୱ ପାଇଁ ଆଦର୍ଶ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏହି ସମଭାବର ଚିନ୍ତାଧାରା ସହିତ ବିଶ୍ୱ କଲ୍ୟାଣ ହେଉଛି ଏହି ଧର୍ମର ଆଦର୍ଶ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିମା ଧର୍ମର ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣୀତ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସମସ୍ତଙ୍କ କଲ୍ୟାଣ ଓ ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ଜୀବନର ଏକମାତ୍ର ବ୍ରତ। ମହିମା ଧର୍ମର ପ୍ରସିଦ୍ଧ ଏକ ତାଳପତ୍ର ପଙ୍ଖା ମୁଖ୍ୟମନ୍ତ୍ରୀ ତାଙ୍କ ଘରେ ରଖିଛନ୍ତି । ଏହି ପଙ୍ଖା ତାଙ୍କୁ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ନିଃସ୍ୱାର୍ଥପର ସେବା ପାଇଁ ସବୁବେଳେ ଅନୁପ୍ରେରିତ କରିଥାଏ।

ଓଡିଶାରେ ମହିମା ଧର୍ମର ଜନ୍ମ। ତେଣୁ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହିମା ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ମହିମା ଧର୍ମର ମହାନ ସନ୍ଥ ଭୀମଭୋଇଙ୍କ ନାମରେ ବଲାଙ୍ଗୀର ମେଡିକାଲ କଲେଜ ଓ ଭିନ୍ନକ୍ଷମ ଶିବିର ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଏହି ଅବସରରେ ସୂଚନା ଦେଇଥିଲେ ।

ମହିମା ଧର୍ମର ଗାଦି ଯୋରନ୍ଦା ପରିଦର୍ଶନ କରି ସେଠାରେ ଶ୍ରୀ ପାଣ୍ଡିଆନ କିଛି ସମୟ ଅତିବାହିତ କରିଥିଲେ ଏବଂ ମହିମା ଧର୍ମର ସାଧୁସନ୍ଥ ଓ ଅନୁଗାମୀ ମାନଙ୍କ ସହିତ ଗାଦିର ବିକାଶ ସଂପର୍କରେ ଆଲୋଚନା କରିଥିଲେ । ମହିମା ଧର୍ମର ପ୍ରଚାର ପାଇଁ ରାଜ୍ୟ ସରକାର ସବୁପ୍ରକାସ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସେମାନଙ୍କୁ ଜଣାଇଥିଲେ । ମହିମା ଧର୍ମାବଲମ୍ବୀମାନେ ନିଜ ନିଜ ଭିତରେ ଆଲୋଚନା କରି ରାଜ୍ୟ ତଥା ରାଜ୍ୟ ବାହାରେ ମହିମା ଦର୍ଶନର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସାଧୁସନ୍ଥଙ୍କ ପରାମର୍ଶ ଓ ପ୍ରସ୍ତାବକ୍ରମେ ମନ୍ଦିର ଓ ପ୍ରାର୍ଥନା ଗୃହ ଆଦି ନିର୍ମାଣରେ ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଜଣାଇଥିଲେ।

ଢେଙ୍କାନାଳରେ ଯୋଗାଯୋଗର ବିକାଶ ପାଇଁ କାଲୁରିଆ ଗାଁ ଠାରୁ ସରଦେଇପୁର ପର୍ଯ୍ୟନ୍ତ ବ୍ରାହ୍ଣଣୀ ନଦୀ ଉପରେ ବୃହତ ସେତୁ ନିର୍ମାଣ କରାଯାଇଛି । ଏଥିପାଇଁ ୨୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ୬୨ଟି ଗାଁର ଜନସାଧାରଣଙ୍କ ପାଇଁ ଯୋଗାଯୋଗ କ୍ଷେତ୍ରରେ ବହୁତ ସୁବିଧା ଆସିବା ସହିତ ଯୋରନ୍ଦା ପୀଠକୁ ଭକ୍ତ ଓ ପର୍ଯ୍ୟଟକମାନେ ସୁବିଧାରେ ଆସିପାରିବେ। ମୁଖ୍ୟମନ୍ତ୍ରୀ ଏହାର ନାମକରଣ କରି ଏହାର ନାଁ ‘ମହିମା ସେତୁ’ ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ଏହି ଅବସରରେ ସେ ଯୋରନ୍ଦାସ୍ଥିତ ୫-ଟି ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ରୂପାନ୍ତରର ସୁଫଳ ସଂପର୍କରେ ଆଲୋଚନା କରିଥିଲେ ।

ପରେ ଶ୍ରୀ ପାଣ୍ଡିଆନ୍ ସାଧୁସନ୍ଥଙ୍କ ସହିତ ଭୋଜନ କରିଥିଲେ ।

ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଶନ ସାହୁ, ଜିଲ୍ଲାପାଳ ସରୋଜ ସେଠୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Previous Post

ମନମୋହନ ବାଉଳା ହେଲେଣି କି?

Next Post

ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସଂହାରରେ ଓଡିଆ ୱେବ୍ ଚାନେଲ୍

Next Post
ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସଂହାରରେ ଓଡିଆ ୱେବ୍ ଚାନେଲ୍

ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସଂହାରରେ ଓଡିଆ ୱେବ୍ ଚାନେଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA