Friday, June 26, 2026 04:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସଂହାରରେ ଓଡିଆ ୱେବ୍ ଚାନେଲ୍

ଓଡ଼ିଶା ଭାସ୍କର ମାଲିକଙ୍କ ବିରୋଧରେ ଏତଲା

by Our Correspondent
30 May, 2023- 09:16 PM
in Latest News, News
1 min read
0
ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ସଂହାରରେ ଓଡିଆ ୱେବ୍ ଚାନେଲ୍

ଭୁବନେଶ୍ୱର: ବ୍ୟଭିଚାର ଖବର ପ୍ରସାରଣକୁ ପ୍ରାଥମିକତା ଦେଉଥିବା ଓଡିଆ ୱେବ୍ ଚାନେଲ୍ ‘ଓଡିଶା ଭାସ୍କର’ ନେହେରୁ ଓ ଗାନ୍ଧୀ ପରିବାରର ଚରିତ୍ର ସଂହାର କରିଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ, ପତ୍ନୀ କମଳା ନେହେରୁ, କନ୍ୟା ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କପୋଳକଳ୍ପିତ ଓ କୁତ୍ସିତ ଖବର ପ୍ରଚାର କରାଯାଇଛି । ଦେଶର ଗର୍ବ ଓ ଗୌରବ ଏହି ଜନନାୟକମାନଙ୍କ ବ୍ୟକ୍ତିଗତ ଜୀବନକୁ ବିକୃତ କରିଥିବା ସଂପୃକ୍ତ ୱେବ୍ ଚାନେଲ୍ ବିରୋଧରେ ଆଜି ଥାନାରେ ଏତଲା ହୋଇଛି ।

ଇନ୍ଦିରା ଗାନ୍ଧୀଙ୍କ ପ୍ରେମ ସମ୍ପର୍କର କଳା ସତ! ଏହି ଶୀର୍ଷକରେ ଓଡ଼ିଶା ଭାସ୍କର ୱେବ୍ ଚାନେଲ୍ ଦୁଇ ଦିନ ତଳେ ଏକ ଭିଡିଓ ଅପଲୋଡ୍ କରିଥିଲା । ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରକୁ ଏଥିରେ ବିକୃତ କରାଯିବା ସହ ତାଙ୍କ ପୂର୍ବ ଓ ପର ପୁରୁଷର ଚରିତ୍ର ସଂହାର କରାଯାଇଥିବା ଅଭିଯୋଗ ହୋଇଛି । ନେହେରୁଙ୍କ ପୂର୍ବ ପୁରୁଷ ହିନ୍ଦୁ ନଥିଲେ ବୋଲି ମନଗଢ଼ା କାହାଣୀରେ ଦର୍ଶାଯାଇଛି ।

ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବା ପରେ କଂଗ୍ରେସ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଦେଶ ପାଇଁ ସ୍ୱାଧୀନ ଆଣିଥିବା ଏବଂ ବଳିଦାନ ଦେଇଥିବା ଜନନାୟକମାନଙ୍କ ଚରିତ୍ର ସଂହାର କରାଯାଇ ଲୋକଙ୍କ ମନରେ ଘୃଣାଭାବ ସୃଷ୍ଟି ଉଦ୍ୟମକୁ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଛି । ଏଭଳି ନ୍ୟୁଜ୍ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି କ୍ୟାପିଟାଲ୍ ଥାନାରେ ଓଡ଼ିଶା ଭାସ୍କର ଚାନେଲ୍ ମାଲିକ ମଧୁ ମହାନ୍ତି, ୟୁଟ୍ୟୁବ ଏବଂ ଫେସବୁକ୍ ବିରୋଧରେ ଏତଲା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଇନ୍ଦିରା ଗାନ୍ଧୀ, କମଳା ନେହେରୁ, ଜବାହାରଲାଲ ନେହେରୁ, ସଞ୍ଜୟ ଗାନ୍ଧୀଙ୍କ ବିରୋଧରେ ଯେଭଳି ନିନ୍ଦନୀୟ ଏବଂ ଅଶ୍ଲୀଳ ଖବର ପ୍ରସାରଣ କରିଛି, ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି । ଏପରିକି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଏହି ଚାନେଲ୍ ରେ ଅପମାନିତ କରାଯାଇଛି । ମୁସଲମାନ ସମ୍ପ୍ରଦାୟକୁ ମଧ୍ୟ ଆକ୍ଷେପ କରି ମନ୍ତବ୍ୟ ଦିଆଯାଇଛି । ଏହି ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ସେହିଭଳି ପିସିସି ସାଧାରଣ ସମ୍ପାଦିକା ରଶ୍ମି ମହାପାତ୍ରଙ୍କ ପକ୍ଷରୁ କୋର୍ଟରେ ଏକ ଫୌଜଦାରୀ ମାନହାନି ମାମଲା ରୁଜୁ କରାଯାଇଛି । ଏଥିରେ ଓଡ଼ିଶା ଭାସ୍କର ମାଲିକ ମଧୁ ମହାନ୍ତି, ୟୁଟ୍ୟୁବ୍ ଏବଂ ଫେସବୁକ୍ କୁ ପକ୍ଷ କରାଯାଇଛି । ଆଇପିସି ଧାରା ୪୯୯, ୫୦୦ ଏବଂ ଦେଶଦ୍ରୋହ ୧୨୪(କ) ମାମଲା ରୁଜୁ ପାଇଁ ଆବେଦନ କରାଯାଇଥିବା ଜଣାପଡ଼ିଛି ।

Previous Post

ଯୋରନ୍ଦାରେ ୫-ଟି ସଚିବ ପାଣ୍ଡିଆନ୍

Next Post

ବିଜ୍ଞାନରେ ୮୪.୯୩%, ବାଣିଜ୍ୟରେ ୮୧.୧୨% ପାସ୍

Next Post
ବିଜ୍ଞାନରେ ୮୪.୯୩%, ବାଣିଜ୍ୟରେ ୮୧.୧୨% ପାସ୍

ବିଜ୍ଞାନରେ ୮୪.୯୩%, ବାଣିଜ୍ୟରେ ୮୧.୧୨% ପାସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA