Saturday, June 27, 2026 09:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୃତ୍ୟୁସଂଖ୍ୟା ୩୦୦ ଟପିବା ଆଶଙ୍କା

ଦଶନ୍ଧିର ଭୟଙ୍କର ରେଳ ଦୁର୍ଘଟଣା

by Our Correspondent
03 Jun, 2023- 09:29 AM
in Latest News, News
1 min read
0
ମୃତ୍ୟୁସଂଖ୍ୟା ୩୦୦ ଟପିବା ଆଶଙ୍କା

ବାଲେଶ୍ୱର/ଭୁବନେଶ୍ୱର: ବାଲେଶ୍ୱରର ବାହାନଗାଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦୦ ଟପିବାର ଆଶଙ୍କା କରାଯାଉଛି । ସାରା ରାତି ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ କେତେକ ବଗି ତଳେ ଆହୁରି ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି । ସ୍ଥାନୀୟ ଲୋକଙ୍କ ସହ ସରକାରୀ କଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସରକାରୀ ତଥ୍ୟଠାରୁ ମୃତାହତଙ୍କ ସଂଖ୍ୟା ବହୁତ ଅଧିକ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆଜି ବଡି ଭୋର୍ ସୁଦ୍ଧା ୨୩୩ ଶବ ଉଦ୍ଧାର କରାଯାଇଥିବା ବେଳେ ୯୦୦ ରୁ ଅଧିକ ଆହତ ହୋଇଥିବା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।

ଆଜି ସକାଳୁ ସକାଳୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଏହି ଦୁର୍ଘଟଣା ହୃଦୟ ବିତାରକ ବୋଲି ରେଳମନ୍ତ୍ରୀ କହିଛନ୍ତି । ପୂର୍ବରୁ ସେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି ।

ସକାଳ ସାଢ଼େ ୮ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଳମନ୍ତ୍ରୀ ବୈଷ୍ଣବଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଆହତଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ହସ୍ପିଟାଲ୍ ଯାଉଛନ୍ତି । ଗତକାଲି ବିଳମ୍ବିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏସଆରସିସ୍ଥିତ କଣ୍ଟ୍ରୋଲ୍ ରୁମ୍ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଏହି ଭୟଙ୍କର ରେଳ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ବ୍ୟଥିତ ଏବଂ ଦୁଃଖ ପ୍ରକାଶ କରିବା ସହ ଆଜି ରାଜ୍ୟରେ ଦିନିକିଆ ଶୋକପାଳନ ହେବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । କୌଣସି ସ୍ଥାନରେ ସରକାରୀ ଉତ୍ସବ ପାଳନ ହେବ ନାହିଁ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଉଦ୍ଧାର କାର୍ଯ୍ୟର ଅପଡେଟ୍ ରଖୁଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳକୁ ଆସୁଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ମଧ୍ୟ ଆସିପାରନ୍ତି । ତାମିଲନାଡୁରେ ଆଜି ଦିନିକିଆ ଶୋକପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରେଳ ଦୁର୍ଘଟଣାସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । କିଛି ବଗି ତଳେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି । ସ୍ଥାନୀୟ ଲୋକମାନଙ୍କ ଉଦ୍ୟମ ଯୋଗୁଁ ରାତି ତମାମ ଅନେକ ଯାତ୍ରୀଙ୍କୁ ବଗି ଭିତରୁ ଉଦ୍ଧାର କରାଯାଇପାରିଛି । କାଲି ରାତିରେ ଦୁର୍ଘଟଣାସ୍ଥଳରେ ଖିନଭିନ୍ ଅଙ୍ଗ ପ୍ରତ୍ୟଙ୍ଗ, କୁଢ଼ କୁଢ଼ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । ଶବଗୁଡ଼ିକୁ ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି । ବାଲେଶ୍ୱର, ସୋର, ଭଦ୍ରକ ଏବଂ କଟକ ବଡ ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା ଚାଲିଛି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଟ୍ରେନ୍ ଦୁର୍ଘଟଣା କେମିତି ଘଟିଲା ତାହାକୁ ନେଇ ବିଭ୍ରାନ୍ତ ଲାଗି ରହିଥିଲେ ମଧ୍ୟ ରେଳବାଇ ସୂତ୍ର କହୁଛି, ଶୁକ୍ରବାର ସଂଧ୍ୟା ୬ଟା ୪୫ରୁ ୭ଟା ମଧ୍ୟରେ ଡାଉନ୍ ଲାଇନ୍ ରେ ବେଙ୍ଗାଲୁରୁରୁ ହାୱାଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନ୍ ର ଦୁଇଟି ବଗି ବାଲେଶ୍ୱରଠାରୁ ୨୨ କିମି ଦୂର ବାହାନଗା ରେଳଷ୍ଟେସନ୍ ଉତ୍ତର କ୍ୟାବିନ୍ ନିକଟରେ ଲାଇନଚ୍ୟୁତ ହୋଇଥିଲା । ତାହା ଅନ୍ୟ ଟ୍ରାକ୍ ରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ଉପରେ ଚଢ଼ିଯାଇଥିଲା । ଏହି ସମୟରେ ଅପ୍ ଲାଇନ୍ ରେ ଆସୁଥିବା ହାୱାଡା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ ତାକୁ ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା । କରମଣ୍ଡଳର ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ୧୪ ଟି ବଗି ଲାଇନ୍ ରୁ ଖସି ପାଖ ଟ୍ରାକ୍ ରେ ଥିବା ଯଶୋବନ୍ତପୁର ଟ୍ରେନ୍ ବଗି ଉପରେ ଚଢ଼ି ଯାଇଥିଲା । ଦୁଇଟି ଯାକ ଏକ୍ସପ୍ରେସ୍ ଟ୍ରେନ୍ ର ପ୍ରାୟ ୨୦ଟି ବଗି ତଳେ ଶହ ଶହ ଯାତ୍ରୀ ଚାପି ହୋଇଯାଇଥିଲେ ।

ଏହି ଟ୍ରେନ୍ ଦୁର୍ଘଟଣା ଦେଶର ସବୁଠାରୁ ଭୟଙ୍କର ଏବଂ ହୃଦୟ ବିଦାରକ ବୋଲି କୁହାଯାଉଛି । ଓଡ଼ିଶାରେ ଗତ ୨୪ ବର୍ଷ ଭିତରେ ଏଭଳି ଦୁର୍ଘଟଣା ଘଟି ନ ଥିଲା । ଦୁଇଟି ଏକ୍ସପ୍ରେସ୍ ଏବଂ ଗୋଟିଏ ମାଲବାହୀ ଟ୍ରେନ୍ ପରଷ୍ପରକୁ ଧକ୍କା ଦେବା ପରେ ବଗି ଗୁଡିକ ବିକ୍ଷିପ୍ତ ଅବସ୍ଥାରେ ପଡ଼ିବା ଏବଂ ତାହା ତଳେ ଶହ ଶହ ଯାତ୍ରୀ ଚାପି ହୋଇ ଯନ୍ତ୍ରଣାରେ ଚିକ୍ରାର କରିବା ଏବଂ ମୃତ୍ୟୁର ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ।

ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କ ସେବାରେ ବାଲେଶ୍ୱର ଓ ଭଦ୍ରକବାସୀଙ୍କ କାର୍ଯ୍ୟ ବେଶ୍ ପ୍ରଂଶସନୀୟ । ଲୋକମାନେ ନିଜ ଗାଡ଼ି ମଟରରେ ଆହତଙ୍କୁ ହସ୍ପିଟାଲ୍ ବୋହି ନେଇଥିଲେ । ରକ୍ତ ଦେବା ପାଇଁ ଡାକ୍ତରଖାନାରେ ଲାଇନ୍ ଲମ୍ବାଇଥିଲେ ।

ଏହି ଦୁର୍ଘଟଣାର ଅପଡେଟ୍ କୁ ଅପେକ୍ଷା କରାଯାଇଛି ।

Previous Post

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

Next Post

ଟ୍ରେନ୍ ଟ୍ରାଜେଡି: ୧୬ ଘଣ୍ଟାର ଅପରେସନ୍ ସରିଲା

Next Post
ଟ୍ରେନ୍ ଟ୍ରାଜେଡି: ୧୬ ଘଣ୍ଟାର ଅପରେସନ୍ ସରିଲା

ଟ୍ରେନ୍ ଟ୍ରାଜେଡି: ୧୬ ଘଣ୍ଟାର ଅପରେସନ୍ ସରିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA