Friday, June 26, 2026 07:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଔଷଧ ବିକଳରେ ତାଟିଆ କାମୁଡ଼ିଲେ

ଚର୍ଚ୍ଚାରେ ସୌମ୍ୟ ପଟ୍ଟନାୟକଙ୍କ ଅଭିନୟ

by Our Correspondent
25 Jun, 2023- 07:41 PM
in Latest News, News, Politics
1 min read
0
ଔଷଧ ବିକଳରେ ତାଟିଆ କାମୁଡ଼ିଲେ

ଭୁବନେଶ୍ୱର: ବିଜେଡି ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ତାଙ୍କ କାଗଜରେ ଲେଖିଥିବା ଆମ ଘରର ହାଲଚାଲ ସ୍ତମ୍ଭରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଶେଷ ଅଭିନନ୍ଦନ ଜଣାଇଛନ୍ତି । ଏଥିପାଇଁ ଯେ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ତାଙ୍କ ମନରେ ଥିବା ଦ୍ୱନ୍ଦକୁ ଅପରାଜିତା ସହଜରେ ସମାଧାନ କରିଦେଇଛନ୍ତି । ଅପରାଜିତାଙ୍କ ‘ଅଡୁଆ ପ୍ରଶ୍ନ’ ତାଙ୍କୁ ମନ୍ତ୍ରମୁଗ୍ଧ କରିଛି ।

ଅପରାଜିତାଙ୍କର ସେଇ ଅଡୁଆ ପ୍ରଶ୍ନଟି କ’ଣ ତାହାକୁ ଉପମା ଦେଇ ବୁଝାଇଛନ୍ତି ସୌମ୍ୟ । ମୋଟାମୋଟି ବୁଝିଲେ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ କ୍ଷମତାକୁ ନେଇ ଅପରାଜିତାଙ୍କ ପ୍ରଶ୍ନ ସହ ସେ ସମ୍ପୂର୍ଣ୍ଣ ଏକମତ ବୋଲି ସୌମ୍ୟ ଜଣାଇ ଦେଇଛନ୍ତି । ତେବେ ଅପରାଜିତାଙ୍କୁ ପ୍ରଶଂସା ଭିତରେ ଟିକେ ଅଭିମାନ କରିଛନ୍ତି । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ବୋଲି ସେ ବହୁ ଆଗରୁ ପ୍ରଶ୍ନ କରିଥିଲେ । ମାତ୍ର କେହି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ । ଏବେ ଅପରାଜିତାଙ୍କ ପ୍ରଶ୍ନ ପରେ ହଟଚମଟ କାହିଁକି ବୋଲି ତାଙ୍କର ଅଭିମାନ ହୋଇଥିଲେ ମଧ୍ୟ ତାଙ୍କୁ କ୍ରେଡିଟ୍ ଦେବାକୁ କାର୍ପଣ୍ୟ ଦେଖାଇନାହାନ୍ତି । ଏହା ତାଙ୍କର ମହାନତା ବୋଲି ଜଣାଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ହେଉଛି, ପାଣ୍ଡିଆନଙ୍କ କ୍ଷମତା ଉପଭୋଗ ସଂକ୍ରାନ୍ତରେ ଅପରାଜିତାଙ୍କ ଅଡୁଆ ପ୍ରଶ୍ନକୁ ସୌମ୍ୟ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହାର ସ୍ପଷ୍ଟୀକରଣ ମାଗିଛନ୍ତି । ଶାସନ ବ୍ୟବସ୍ଥାର ମୌଳିକ ନିୟମ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ସମସ୍ତ ଅଧିକାରକୁ ଏହି ସଚିବ ଉପଭୋଗ କରିବାର ଅଧିକାର ନ୍ୟାୟସଙ୍ଗତ ନୁହେଁ ବୋଲି କହିଛନ୍ତି ।

ତେବେ କେଉଁ ମୁହଁରେ ସୌମ୍ୟବାବୁ ଏହି ସ୍ପଷ୍ଟୀକରଣ ମାଗିଛନ୍ତି ବୋଲି ଦଳମତ ନିର୍ବିଶେଷରେ ଅଧିକାଂଶ ତାତ୍ସଲ୍ୟ କରିଛନ୍ତି । ସୌମ୍ୟବାବୁଙ୍କର ରାଜନୈତିକ ଟ୍ରାକ୍ ରେକର୍ଡ ସମସ୍ତଙ୍କ ପାଖରେ ଥିବାରୁ ତାଙ୍କୁ ହଜାର ପ୍ରଶ୍ନର ଜବାବ ମଗାଯାଉଛି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଖବରକାଗଜକୁ ଆୟୁଧ କରିଥିବା ସୌମ୍ୟବାବୁଙ୍କ ଚାଲ ପୁଣି ଦାଣ୍ଡରେ ପଡି ହାଟରେ ଗଡୁଛି । ମନ୍ତ୍ରୀ ପଦର ଅଭିଳାଷ ପୂରଣ ନ ହେବାରୁ ଏହା ଔଷଧ ବିକଳରେ ତାଟିଆ କାମୁଡ଼ା ବୋଲି ଅନେକ ଆକ୍ଷେପ କରିଛନ୍ତି ।

ଲଜ୍ଜାର କଥା ହେଉଛି, ନବୀନବାବୁଙ୍କ ଶାସନତନ୍ତ୍ରରେ ବିଲକ୍ଷଣ ଘଟିଥିବା ନେଇ ସୌମ୍ୟବାବୁ ଚିନ୍ତିତ ହୋଇଛନ୍ତି । ତାଙ୍କ ଖବରକାଗଜକୁ ମାଧ୍ୟମ କରି ପ୍ରଶ୍ନ କରିଛନ୍ତି । ତେବେ ଶାସକ ଦଳର ବିଧାୟକ ତଥା ଏକ ନମ୍ବର ଖବରକାଗଜର ସମ୍ପାଦକ ଭାବେ ରାଜ୍ୟବାସୀଙ୍କ ପାଖରେ ତାଙ୍କର ମଧ୍ୟ ଉତ୍ତର ଦାୟିତ୍ୱ ଅଛି । ସୁତରାଂ ସେ ପଚାରିଥିବା ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନିମ୍ନଲିଖିତ ମୌଳିକ ପ୍ରଶ୍ନଗୁଡ଼ିକର ଉତ୍ତ ର ସେ ଆଗ ଦିଅନ୍ତୁ ।

– ନବୀନବାବୁଙ୍କ ଶାସନତନ୍ତ୍ରରେ ବିଲକ୍ଷଣ ଘଟିଥିବା କେବେଠୁ ଜାଣିଲେ?

– ୨୦୧୮ ମସିହାରେ ସେ ବିଜେଡିରେ ଯୋଗଦେବା ବେଳେ ନବୀନ ସରକାରଙ୍କ ସ୍ଥିତି ଏବଂ ଏବେକାର ସ୍ଥିତି ସମ୍ପର୍କରେ ତୁଳନାତ୍ମକ ଚିତ୍ର ଦେବେ କି?

– ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନଙ୍କର ସେତେବେଳେ ସ୍ଥିତି କ’ଣ ଥିଲା? ମୁଖ୍ୟମନ୍ତ୍ରୀ ତାଙ୍କର ଏହି ସଚିବଙ୍କ ଦ୍ୱାରା ସବୁ କାର୍ଯ୍ୟ କରୁଥିଲେ ନା ଏବେ ନୂଆ କରୁଛନ୍ତି?

– ନବୀନ ବାବୁଙ୍କୁ ନବୀନ ନିବାସରେ ଲୁଚି ଲୁଚି ଭେଟିବା ପାଇଁ ପାଣ୍ଡିଆନଙ୍କ ଶରଣ ପଶିଥିଲେ ନା ନାହିଁ?

– ଖଣ୍ଡପଡ଼ାରୁ ବିଜେଡି ଟିକେଟ ପାଇବା ପାଇଁ ସେ କାହା ହାତଗୋଡ଼ ଧରିଥିଲେ? ନବୀନ ନା ପାଣ୍ଡିଆନ୍?

– ମନ୍ତ୍ରୀ ହେବା ପାଇଁ ସେ କାହାରି ପାଖରେ ଲବି କରୁଥିଲେ? ନବୀନ ନା ପାଣ୍ଡିଆନ୍?

– ମନ୍ତ୍ରୀ ପଦରୁ ନିରାଶ ହୋଇ ସେ କାହା ଉପରେ ରାଗ ଝାଡ଼ିଥିଲେ? ନବୀନ ନା ପାଣ୍ଡିଆନ୍?

– ସର୍ବୋପରି ଏ ସରକାର ଅମଳରେ ନିଜର ପ୍ରଭୃତ ସ୍ୱାର୍ଥ ହାସଲ ପାଇଁ ସେ କାହାରି ଶରଣ ପଶିଥିଲେ? ନବୀନ ନା ପାଣ୍ଡିଆନ୍?

ସୂଚନାଥାଉକି, ନବୀନ ସରକାରରେ ଅଫିସରରାଜ୍ ଅଭିଯୋଗ ଆଣି ବିରୋଧୀ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ନେତା ରାଜ୍ୟ ସରକାରଙ୍କ ବିରୋଧରେ କମ୍ପମାନ କରୁଥିବା ବେଳେ ସୌମ୍ୟ ପଟ୍ଟନାୟକ ବିଜେଡ଼ି ଶରଣରେ ପଶି ରାତାରାତି ରାଜ୍ୟସଭା ଯାଇଥିଲେ । ବିଜେଡିରେ ମିଶିବା ପୂର୍ବରୁ ଆତ୍ମଘୋଷିତ ‘ସ୍ୱାଭିମାନୀ’ ସୌମ୍ୟବାବୁ ଭାଷା ଆନ୍ଦୋଳନ, ଚାଷୀ ସଂଗଠନ, ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଘର ନେତୃତ୍ୱ ନେଉଥିଲେ ଏବଂ ସାରା ରାଜ୍ୟରେ ବୁଲି ବିଜେଡି ସରକାରଙ୍କ ଶ୍ରାଦ୍ଧ କରୁଥିଲେ । ଖାଲି ସେତିକି ନୁହେଁ କ୍ରମାଗତ ଭାବେ ୧୮ ବର୍ଷ ଧରି ସେ ନିଜ ଖବରକାଗଜରେ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ଗାଳିମନ୍ଦ କରୁଥିଲେ । ଓଡ଼ିଶାର ଶାସନ ମୁଖ୍ୟ ଓଡ଼ିଆ ନ ଜାଣିବା ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ କଳଙ୍କ ବୋଲି କଟୁ ଆକ୍ଷେପ କରୁଥିଲେ ।

ତେବେ ସେ ଯାହାହେଉ, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ବିଧାୟକ ହୋଇଥିବା ସୌମ୍ୟଙ୍କ ମନ୍ତ୍ରୀ ପଦ ଲାଳସା ଏବଂ ବ୍ଲାକମେଲିଂ ସମ୍ପର୍କରେ ଓଡ଼ିଶାରେ ସମସ୍ତେ ଉଣା ଅଧିକ ଜାଣିଛନ୍ତି । ଏବେ ଆଉ ଏକ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସୌମ୍ୟବାବୁ ସମୟୋପଯୋଗୀ ଅଭିନୟ କରିଥିବା ଚର୍ଚ୍ଚା ହେଉଛି ।

ସୋସିଆଲ୍ ମିଡିଆରେ ଜଣେ ରାଜନୈତିକ ସମୀକ୍ଷକଙ୍କ ମତରେ, ସୌମ୍ୟବାବୁ ଏହି ସମ୍ପାଦକୀୟରେ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ ବରଂ ଦେଶର ପ୍ରଧାନମନ୍ତ୍ରୀ ଏବଂ ପ୍ରଶ୍ନକର୍ତ୍ତା ସାଂସଦ ଅପରାଜିତାଙ୍କୁ ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ଭଲକଥା । କିନ୍ତୁ ନିଜର ସମୟୋପଯୋଗୀ ଅଭିନୟ ବିଷୟରେ ପଚାରିଥିଲେ ଏହାକୁ ନିରପେକ୍ଷ ସମ୍ପାଦକୀୟ ବୋଲି କୁହାଯାଇପାରିଥାନ୍ତା!

ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଗୋଟିଏ ଦଳରେ ଥାଇ ଦଳକୁ ସମାଲୋଚନା କରିବା ତାଙ୍କର ଚିରାଚରିତ ଓ ଅଭ୍ୟାସଗତ କାର୍ଯ୍ୟ । ସେ ଜଣେ ସ୍ୱାର୍ଥପର ଲୋକ । ଏହି ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ବିଜେପି, କଂଗ୍ରେସ, ଏନସିପି, ବିଜେଡି ଏମିତି କେତେ ଦଳ ବୁଲିସାରିଲେଣି । ମନ୍ତ୍ରୀଟିଏ ହେବା ପାଇଁ ତାଙ୍କର ବ୍ୟାକୁଳତା ସମସ୍ତେ ଜାଣିଛନ୍ତି । ଏଥିରେ ନିରାଶ ହେଲା ପରେ ସେ ବିଜେପିକୁ ଫେରିବା ପାଇଁ ନୂଆ ନାଟକ ଆରମ୍ଭ କରିଛନ୍ତି ବୋଲି ଅନୁଭବ କହିଛନ୍ତି ।

ସୌମ୍ୟଙ୍କର ଆଜିର ସମ୍ପାଦକୀୟକୁ ବିରୋଧ କରି ଖଣ୍ଡପଡ଼ାରେ ପ୍ରତିବାଦର ନିଆଁ ଜଳିଛି । ଦଳରେ ଥାଇ ଶୃଙ୍ଖଳା ଭଙ୍ଗ କରୁଥିବା ବିଧାୟକଙ୍କ ବିରୋଧରେ ବିଜେଡିର ଅସନ୍ତୁଷ୍ଟ କର୍ମୀମାନେ ରାସ୍ତାକୁ ଓହ୍ଲାଇ ସୌମ୍ୟ ଓ ଅପରାଜିତାଙ୍କ ବିରୋଧରେ ନାରାବାଜି କରିବା ସହ କୁଶ ପୁତ୍ତଳିକା ଦାହ କରିଛନ୍ତି । ଖଣ୍ଡପଡ଼ା ବିଜେଡି କର୍ମୀ ମହଲରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି ।

Previous Post

ଗିରଫ ହେଲେ ଖାଉ ବାବୁ

Next Post

ଭୟଙ୍କର, ହୃଦୟ ବିଦାରକ ଦୁର୍ଘଟଣା

Next Post
ଭୟଙ୍କର, ହୃଦୟ ବିଦାରକ ଦୁର୍ଘଟଣା

ଭୟଙ୍କର, ହୃଦୟ ବିଦାରକ ଦୁର୍ଘଟଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA