Monday, October 2, 2023 11:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଗିରଫ ହେଲେ ଖାଉ ବାବୁ

ଟଙ୍କା ପାହାଡ଼ରେ ଅତିରିକ୍ତ ଉପଜିଲ୍ଲାପାଳ

by Our Correspondent
24 Jun, 2023- 04:14 PM
in Crime, Latest News, News
1 min read
0
ଗିରଫ ହେଲେ ଖାଉ ବାବୁ

ଭୁୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ତାଙ୍କ ଘରୁ ଠାବ ହୋଇଥିବା କୋଟି କୋଟି ନଗଦ ଟଙ୍କା ସମସ୍ତଙ୍କୁ ଚକିତ କରିଦେଇଛି । ଭୁବନେଶ୍ୱର ଓ ନବରଙ୍ଗପୁର ଘରୁ ୩ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଗଣ୍ଡା ଗଣ୍ଡା ପେଟିରେ ଥାକ ମରାହୋଇଥିବା ଏହି ଟଙ୍କାକୁ ବାବୁ ପଡୋଶୀ ଘର ଛାତକୁ ଫିଙ୍ଗି ଭିଜିଲାନସ୍ ଆଖିରୁ ଖସିଯିବାକୁ ଉଦ୍ୟମ କରିଥିଲେ । ମାତ୍ର ତାହା ସମ୍ଭବ ହୋଇନାହିଁ ।

ଏହି ବାବୁଙ୍କର ଭୁବନେଶ୍ୱର ଓ ନବରଙ୍ଗପୁର ଘରୁ ୩ କୋଟି ୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ବେଳେ ଦୁଇଟି ବେନାମୀ ବ୍ୟାଙ୍କ ଆକାଉଣ୍ଟରେ ୩୮ ଲକ୍ଷ ୬୪ ହଜାର ଟଙ୍କା ଅଛି । ଏହି ଦୁଇଟିକୁ ମିଶାଇ ତାଙ୍କର ୯୨ ଲକ୍ଷ ୩୪ ହଜାର ଟଙ୍କା ବ୍ୟାଙ୍କ ଜମା ଥିବା ବେଳେ ଦୁଇ ପିଲାଙ୍କ ପାଠପଢ଼ା ବାବଦରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାଛଡ଼ା ଘରୁ ଅଧଡର୍ଜନ ବେନାମୀ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ, ଜମିବାଡ଼ି କାଗଜପତ୍ର ଜବତ କରାଯାଇଛି । ଏସବୁର ଆକଳନ ଜାରି ରହିଛି ।

ବାବୁଙ୍କର ଭୁବନେଶ୍ୱର କାନନବିହାରରେ ବିରାଟ ଅଟ୍ଟାଳିକା ଅଛି । ଏହାର ମୂଲ୍ୟ କୋଟିଏରୁ ଅଧିକ ହେବ । ଏହାଛଡ଼ା ଭୁବନେଶ୍ୱର, କଟକରେ ୪ ଟି ପ୍ଲଟ୍ ଏବଂ ଉମରକୋଟରେ ଗୋଟିଏ ପ୍ଲଟ୍ ଏ ପର୍ଯ୍ୟନ୍ତ ଠାବ କରାଯାଇଛି । ପାଖାପାଖି ୫୦ ଲକ୍ଷ ମୂଲ୍ୟର ଦୁଇଟି ଦାମୀ କାର୍ ଚଢ଼ୁଛନ୍ତି । ସେଥିରୁ ଇନୋଭା କାର୍ ଟି ର କାଗଜପତ୍ର ଠିକ୍ ନାହିଁ । ଟଙ୍କା ନେବା ଆଣିବାରେ ବାବୁ ଏହାକୁ ବ୍ୟବହାର କରୁଥିଲେ ବୋଲି ସନ୍ଦେହ କରାଯାଉଛି । ପ୍ରାୟ ୨୮ ଲକ୍ଷ ମୂଲ୍ୟର ଆସବାବପତ୍ର ଓ ସୁନା ଅଳଙ୍କାର ରଖିଛନ୍ତି ।

ବାବୁଙ୍କର ଚାକିରି ଜାଗା ନବରଙ୍ଗପୁର, ଅୟସ ଜାଗା ଭୁବନେଶ୍ୱର ଏବଂ ଜନ୍ମମାଟି ଭଦ୍ରକର ମୋଟ ୯ଟି ଜାଗାରେ ଭିଜିଲାନସ୍ ଟିମ୍ ଚଢ଼ଉ କରି ଏହି ଅମାପ ସମ୍ପତ୍ତିର ସନ୍ଧାନ ପାଇଛି । ଭିଜିଲାନସ୍ ର ଆକଳନ କହୁଛି, ପ୍ରଶାନ୍ତ ରାଉତଙ୍କର ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା । ଏହା ତାଙ୍କ ଉଚିତ୍ ଆୟର ୫୦୬% ଅଧିକ । ଆଜି ଏହି ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଭିଜିଲାନସ୍ ଗିରଫ କରିଛି ।

ଏହି ମହାଶୟଙ୍କ ପାଇଁ ଗିରଫ ନୂଆ ଅନୁଭବ ନୁହେଁ । ୫ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ ବିଡିଓ ଥିବା ବେଳେ ଜଣଙ୍କଠାରୁ ୧ ଲକ୍ଷ ଲାଞ୍ଚ ନେଲାବେଳେ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ । ଏହି ମାମଲାରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ହୋଇଥିଲେ । ତେବେ ନିଲମ୍ବନ ହଟିବା ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ସେ ଅବସ୍ଥାପିତ ହୋଇଥିଲେ ।

ସେତେବେଳେ ଲାଞ୍ଚ ମାମଲାରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ହୋଇଥିବା ଏହି ଅଧିକାରୀଙ୍କୁ ପରବର୍ତ୍ତୀ ସମୟରେ କିଭଳି ପଦୋନ୍ନତି ମିଳିଲା ବୋଲି ଏବେ ପ୍ରଶ୍ନ ଉଠୁଛି । ଜଣେ ଭିଜିଲାନସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ତତ୍କାଳୀନ ବିଡିଓ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଲାଞ୍ଚ ମାମଲା ରୁଜୁ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କଠାରୁ “ପ୍ରୋସିକ୍ୟୁସନ୍ ସାଙ୍କସନ୍’ ମିଳି ନ ଥିଲା । ଫଳରେ ଚାର୍ଜସିଟ୍ ଦାଖଲ ହୋଇପାରିଲା ନାହିଁ । ସେ ଏହି ମାମଲାରୁ ଖସିଗଲେ । ତାଙ୍କର ଏହି ପ୍ରଭାବ ତାଙ୍କୁ ପୁଣି ଭଲ ଜାଗାକୁ ନେଇଗଲା । ତେବେ ଏହା କେତେ ସତ୍ୟ ସ୍ପଷ୍ଟ ହୋଇନାହିଁ ।

କେବଳ ଏହି ନିର୍ଦ୍ଦିଷ୍ଟ ମାମଲା ନୁହେଁ, ରାଜ୍ୟ ସରକାରଙ୍କ ‘ପ୍ରୋସିକ୍ୟୁସନ୍ ସାଙ୍କସନ୍’ ପ୍ରାବଧାନକୁ ଆଇନର ଗଳାବାଟ ବୋଲି ଅସାଧୁ କର୍ମଚାରୀମାନେ ଧରି ନେଇଥିବାରୁ ଏଭଳି ଅବସ୍ଥା ହେଉଛି । ଏହି ଗଳାବାଟ ବନ୍ଦ ହେଲେ ଯାଇ ଦୁର୍ନୀତିଗ୍ରସ୍ତ ଅଧିକାରୀ ସାବାଡ଼ ହେବେ ବୋଲି ସଂପୃକ୍ତ ଭିଜିଲାନସ୍ ଅଧିକାରୀ କହିଛନ୍ତି ।

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଜନସାଧାରଣଙ୍କ ଅଙ୍କୁଶ ନ ରହିବା ବି ଏଭଳି ଅବସ୍ଥାକୁ ନିୟନ୍ତ୍ରଣ କରୁଛି । ଜନସାଧାରଣ ସଚେତନ ହେଲେ ଲାଞ୍ଚୁଆ ଅଫିସର ଲାଞ୍ଚ ନେବାକୁ ଭୟ କରନ୍ତେ ବୋଲି କିଛି ମହଲ ମତ ଦେଉଛନ୍ତି । ଯାହା ବି ହେଉ, ନବରଙ୍ଗପୁରରେ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନସ୍ ରେଡ୍ ଏବଂ ଗିରଫ ଖବର ଜାଣିବା ପରେ ସ୍ଥାନୀୟ ବାସିନ୍ଦା ବାଣଫୁଟାଇ ଖୁସି ମନାଉଛନ୍ତି । ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ଏହାଠାରୁ ବଳି ଲଜ୍ଜା ଓ ଅପମାନର ବିଷୟ କିଛି ନାହିଁ । ଅବଶ୍ୟ ପ୍ରଶାନ୍ତ ରାଉତଙ୍କ ଭଳି ଖାଉ ଅଫିସରଙ୍କ ଠାରୁ ଏହା ଆଶା କରିବା ମୂଖାର୍ମୀ ।

Previous Post

ପୁଣି ଠାରରେ ଚଳେଇଦେଲେ ନଡ୍ଡା

Next Post

ଔଷଧ ବିକଳରେ ତାଟିଆ କାମୁଡ଼ିଲେ

Next Post
ଔଷଧ ବିକଳରେ ତାଟିଆ କାମୁଡ଼ିଲେ

ଔଷଧ ବିକଳରେ ତାଟିଆ କାମୁଡ଼ିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3386 shares
    Share 1354 Tweet 847
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2194 shares
    Share 878 Tweet 549
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2085 shares
    Share 834 Tweet 521
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2059 shares
    Share 824 Tweet 515
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1938 shares
    Share 775 Tweet 485

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA