Wednesday, July 9, 2025 05:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି ଠାରରେ ଚଳେଇଦେଲେ ନଡ୍ଡା

ବିଜେପିର ଭବାନୀପାଟଣା ସମାବେଶ

by Our Correspondent
23 Jun, 2023- 05:56 PM
in Latest News, News, Politics
1 min read
0
ପୁଣି ଠାରରେ ଚଳେଇଦେଲେ ନଡ୍ଡା

ଭୁବନେଶ୍ୱର: ଓଡ଼ିଶାକୁ କିଏ ଚଳୋଉଛି ତାହା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଜାଣିନାହାନ୍ତି । ଆଜି ଭବାନୀପାଟଣାରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ସେ ପୁନର୍ବାର ଏହି ପ୍ରଶ୍ନ କରିଛନ୍ତି । ଗତଥର ଓଡ଼ିଶା ଗସ୍ତ କାଳରେ ସେ ସମାନ ପ୍ରଶ୍ନ ଉଠାଇଥିଲେ । ଇତିମଧ୍ୟରେ ତାଙ୍କ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟମାନେ ଗଣମାଧ୍ୟମରେ ତମ୍ବିତୋଫାନ କରିଥିବାରୁ ଭବାନୀପାଟଣାରେ ରାଷ୍ଟ୍ରୀୟ ସଭାପତିଙ୍କ ଭାଷଣ ଜମିଯିବ ବୋଲି କର୍ମୀମହଲ ଚାହିଁ ରହିଥିଲେ । ମାତ୍ର ନଡ୍ଡା ସେଇ ପୁରୁଣା ପାଠର ଆଲୋଚନା କରିଛନ୍ତି । ଓଡ଼ିଶାକୁ ନେତା ନା ଅଫିସର ଚଲାଉଛନ୍ତି ବୋଲି ପ୍ରଶ୍ନ କରି ଅଫିସରଙ୍କ ଉପରକୁ ଠାର ମାରିଛନ୍ତି । ମାତ୍ର କାହାରି ନାଁ ନେଇନାହାନ୍ତି ।

ଶ୍ରୀ ନଡ୍ଡା ପଚାରିଥିଲେ ଓଡ଼ିଶାକୁ ନେତା ନା ଅଫିସର ଚଳାଉଛନ୍ତି? କିଏ ଶାସନ ଚଳାଉଛି ଆପଣ ଜାଣିଛନ୍ତି, ମୁଁ ବି ଜାଣିଛି । ମାତ୍ର ମୁଁ ନାଁ ନେବାକୁ ଚାହୁଁନାହିଁ । ନବୀନ ବାବୁ ଅଧିକାରୀଙ୍କ ହାତରେ ପୂରା ଶାସନକୁ ଟେକି ଦେଇଛନ୍ତି । ଆପଣ ଭୋଟ ଜଣଙ୍କୁ ଦେବେ, ମାତ୍ର ଶାସନ ଆଉ ଜଣେ କରିବେ? ଏଭଳି ସରକାର ଆମର ଦରକାର କି? ସମୟ ଆସିଛି, ଆମେ ଓଡ଼ିଶାରେ ସରକାର ଗଢ଼ିବା ବୋଲି ସେ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ନଡ୍ଡା ତାଙ୍କ ଭାଷଣରେ ମୋଦି ସରକାରଙ୍କ ୯ ବର୍ଷର ସଫଳତାର ଲମ୍ବା ହିସାବ ରଖିଥିବା ବେଳେ ୨୩ ବର୍ଷର ବିଜେଡି ସରକାରଙ୍କ ବିଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ, ମୁଣ୍ଡପିଛା ଆୟରେ ଓଡ଼ିଶା ତଳେ ଥିବା ବେଳେ ମହିଳା ନିର୍ଯ୍ୟାତନାରେ ଆଗରେ ରହିଛି । ଓଡ଼ିଶା ସରକାର ଭ୍ରଷ୍ଟାଚାର, ଦୁର୍ନୀତିରେ ବୁଡ଼ିଛନ୍ତି । ସବୁ କାର୍ଯ୍ୟରେ ୫୦% ପିସି କାରବାର ଚାଲିଛି । କେନ୍ଦ୍ର ଯୋଜନାକୁ ନାଁ ବଦଳେଇ ହଡ଼ପ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଉନାହାନ୍ତି । ଅଯୋଗ୍ୟ ଲୋକଙ୍କୁ ଘର ଦିଆଯାଉଛି । ଏହାର ତଦନ୍ତ ପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କୁ କହିବେ ବୋଲି ନଡ୍ଡା କହିଥିଲେ ।

ସେହିଭଳି ଆୟୁଷ୍ମାନ ଭାରତ ଯୋଜନାରେ ୧୧ କୋଟି ଲୋକ ଉପକୃତ ହୋଇଥିବା ବେଳେ ଓଡ଼ିଶା ଲୋକଙ୍କୁ ରାଜ୍ୟ ସରକାର ଏହି ଯୋଜନାରୁ ବଞ୍ଚିତ କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ଆୟୋଜିତ ବିଜେପିର ଏହି ସମାବେଶରେ ରାଷ୍ଟ୍ରୀୟ ସଭାପତିଙ୍କ ପୂର୍ବରୁ ରାଜ୍ୟର ତୁଙ୍ଗ ନେତାମାନେ ଭାଷଣ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ୍ ଓରାମ୍, ବସନ୍ତ ପଣ୍ଡା ଏବଂ ଅନ୍ୟମାନେ । ରାଜ୍ୟ ସରକାରଙ୍କ ବିରୋଧରେ କଟୁକଥା ନ କହି ଡବଲ୍ ଇଞ୍ଜିନ ସରକାର ପାଇଁ କାମରେ ଲାଗିବାକୁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ସାରା ରାଜ୍ୟ ବୁଲୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କିନ୍ତୁ ଏହି ସଭାରେ ଦେଖିବାକୁ ମିଳି ନ ଥିଲା ।

ଭବାନୀପାଟଣା ଜନସଭାରେ ଯୋଗଦେବା ପୂର୍ବରୁ ଶ୍ରୀ ନଡ୍ଡା ମା ମାଣିକେଶ୍ୱରୀ ମନ୍ଦିର ଯାଇ ମା’ଙ୍କର ଆଶୀର୍ବାଦ ନେଇଥିଲେ । ସଭା ପରେ କଳାହାଣ୍ଡି ଲୋକସଭା କ୍ଷେତ୍ରର କର୍ମକର୍ତ୍ତା ଓ ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା କରିଥିଲେ । ଗତକାଲି ଝାରସୁଗୁଡ଼ାରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ସାଂଗଠନିକ ବ୍ୟାପାର ଉପରେ ବ୍ୟାପକ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ୨୪ ନିର୍ବାଚନ ପାଇଁ ପଶ୍ଚିମ ଓଡ଼ିଶା ଉପରେ ବିଜେପି ଫୋକସ୍ କରିଛି । ଗତଥର ପଶ୍ଚିମ ଓଡ଼ିଶାର ୩୫ ଟି ବିଧାନସଭା ଆସନରୁ ବିଜେପି ୧୩ ଟି ଆସନ ପାଇଥିଲା ବେଳେ ୫ଟି ଯାକ ଏମପି ସିଟ୍ ରେ ବିଜୟୀ ହୋଇଥିଲା । ତେବେ ଗତ ପଞ୍ଚାୟ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ହୋଇ ନ ଥିଲେ ମଧ୍ୟ ଦଳ ପୂର୍ବ ସଫଳତା ଆଶା ରଖିଛି ।

Previous Post

ବାହାନଗା ହାଇସ୍କୁଲରେ ପାଣ୍ଡିଆନ୍

Next Post

ଗିରଫ ହେଲେ ଖାଉ ବାବୁ

Next Post
ଗିରଫ ହେଲେ ଖାଉ ବାବୁ

ଗିରଫ ହେଲେ ଖାଉ ବାବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA