Friday, June 26, 2026 06:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନମୋହନ ହାତ ଟେକିଦେଲେ କି?

ପାଣ୍ଡିଆନଙ୍କ ବିରୋଧରେ ଦିଲ୍ଲୀ ଫେରାଦ ପ୍ରସଙ୍ଗ

by Our Correspondent
29 Jun, 2023- 01:05 AM
in Latest News, News
1 min read
0
ମନମୋହନ ହାତ ଟେକିଦେଲେ କି?

ଭୁବନେଶ୍ୱର: ବାସ୍ତବତା କ’ଣ ତାହା ବିଳମ୍ବରେ ହେଲେ ବି ସମ୍ଭବତଃ ବୁଝିଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ ବିରୋଧରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ସେ ଗତ ଶନିବାର ଦିନ କେନ୍ଦ୍ରଠାରେ ଫେରାଦ ହୋଇଥିଲେ । କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଥିବା ଫରୱାର୍ଡିଂ ଚିଠିକୁ ନେଇ ଗଣମାଧ୍ୟମରେ ତୁମ୍ବିତୋଫାନ କରାଗଲା । ମାତ୍ର ତାହା ଦୀର୍ଘସ୍ଥାୟୀ ହୋଇପାରିନାହିଁ । କାର୍ମିକ ମନ୍ତ୍ରଣାଳୟର ଏହି ଚିଠିଟି ଲଣ୍ଠନ ଦେଖାଇଲା ଭଳି କଥା ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ବୋଧହୁଏ ଅବିଳମ୍ବେ ବୁଝିଗଲେଣି । ସେଥିପାଇଁ ତାଙ୍କ ବୟାନର ମୋଡ଼ ବଦଳିଯାଇଛି । ଗଣମାଧ୍ୟମକୁ ଗଣତନ୍ତ୍ରର ରକ୍ଷାକର୍ତ୍ତା କହି ନିଜ ଉପରୁ ଦାୟିତ୍ୱ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ଏହାକୁ ଯୁଦ୍ଧ ପୂର୍ବରୁ ଆତ୍ମ ସମର୍ପଣ ବୋଲି ଅନେକ କଟାକ୍ଷ କରିଛନ୍ତି ।

୫-ଟି ସଚିବଙ୍କ ଜିଲ୍ଲାଗସ୍ତ ପ୍ରସଙ୍ଗରେ ସାନି ପ୍ରତିକ୍ରିୟା ଦେଇ ଶ୍ରୀ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚାହିଁଲେ କାହାକୁ କ୍ଷମତା ଫ୍ରାଞ୍ଚାଇଜ୍ ବା ଲିଜ୍ ରେ ଦେଇପାରିବେ ନାହିଁ । ତୁମେ(ମିଡିଆ) ଗଣତନ୍ତ୍ରର ରକ୍ଷାକର୍ତ୍ତା । ତୁମେ ଆଗ ଡିବେଟ୍ କର । ତୁମ ଏଡିଟର କିମ୍ବା ମାଲିକଙ୍କୁ କହି ଏଇଟା ଆଗ ଡିବେଟ୍ କରାଅ । ମନମୋହନଙ୍କ ଏହି ବକ୍ତବ୍ୟର ଭାବାର୍ଥ ବୁଝିଲେ, ପାଣ୍ଡିଆନଙ୍କ ବିରୋଧରେ ଲଢ଼େଇରେ ନିଜ ଦଳ ଉପରୁ ଭରସା ତୁଟାଇ ଗଣମାଧ୍ୟମ ଉପରେ ଭରସା କରିଛନ୍ତି ।

କହିବା ବାହୁଲ୍ୟ ଯେ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଏକ ନମ୍ବର, ଦୁଇ ନମ୍ବରକୁ ମିଶାଇ ବର୍ତ୍ତମାନ ତିନି ତିନୋଟି ଟିଭି ଚାନେଲ ଏବଂ ଏକ ନମ୍ବର ଖବରକାଗଜରେ ଭରପୂର ଖବର, ଡିବେଟ୍ ଚାଲିଛି । ମାତ୍ର ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପି ରାଜ୍ୟ ସଭାପତି ପୁଣି କେଉଁ ମିଡିଆର ସହଯୋଗ ଆବଶ୍ୟକ କରୁଛନ୍ତି ବୋଲି ଅନେକ ପ୍ର୍ରଶ୍ନ କରିଛନ୍ତି । ଏଥିରୁ ରାଜ୍ୟ ବିଜେପି ନିଜ ଦମ୍ ରେ ପାଣ୍ଡିଆନଙ୍କୁ ହଟାଇବାର ସାମର୍ଥ୍ୟ ରଖି ନ ଥିବା ବୁଝି ଯାଇଛନ୍ତି । ଅତଏବ ମାମଲାରେ ମନମୋହନ ହାତ ଟେକିଦେଇଥିବା ଚର୍ଚ୍ଚା ହେଉଛି ।

ମନମୋହନଙ୍କର ହାତ ଟେକିଦେବା ପଛରେ ସୋସିଆଲ୍ ମିଡିଆରେ ଘୂରୁଥିବା ୩ ଟି ପୁରୁଣା ଚିଠି ହିଁ କାରଣ ହୋଇଛି । ଏହି ତିନୋଟି ପୁରୁଣା ଚିଠି ହେଉଛି ଓଡିଶା କ୍ୟାଡରର ତିନି ଆଇଏଏସ୍ ଅଫିସରଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଫରୱାର୍ଡିଂ ଚିଠି । ସବୁ ଚିଠିରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି । ଅପରାଜିତା ଓ ମନମୋହନଙ୍କ ଅଭିଯୋଗ ଉପରେ ଯେଉଁଭଳି ଚିଠି ହୋଇଛି, ଠିକ୍ ସେମିତି ଚିଠି ।

ଏହି ପୁରୁଣା ତିନୋଟି ଚିଠି ଭିତରେ ପାଣ୍ଡିଆନଙ୍କ ବିରୋଧରେ ଏକ ଅଭିଯୋଗର ଚିଠି ମଧ୍ୟ ଅଛି । ଚିଠି୨୦୨୦ ଜାନୁଆରୀ ୭ ତାରିଖରେ ହୋଇଥିଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ସୁରେନ୍ଦ୍ର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି କରିଥିଲା କାର୍ମିକ ମନ୍ତ୍ରଣାଳୟ । ପାଣ୍ଡିଆନଙ୍କ ବିରୋଧରେ ମିସ୍ କଣ୍ଡକ୍ଟ ଅଭିଯୋଗ ଆଣିଥିଲେ ଅଭିଯୋଗକାରୀ ।

ଦ୍ୱିତୀୟଟି ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କେନ୍ଦ୍ରରୁ ସମାନ ଫରୱାର୍ଡିଂ ଚିଠି । ୨୦୨୧ ସେପ୍ଟେମ୍ବର ୮୯ ତାରିଖରେ ଏହି ଚିଠି ଇସ୍ୟୁ ହୋଇଥିଲା ।

୨୦୧୬ ଅଗଷ୍ଟ ୮ ତାରିଖରେ ଏହିଭଳି ଆଉ ଏକ ଚିଠି ଆସିଥିଲା ଶ୍ରୀମତୀ ଉଷା ପାଢ଼ୀଙ୍କ ନାଁରେ । ଏସଆଇଇଟି ଷ୍ଟାଫ୍ କୋଅର୍ଡିନେସନ୍ କମିଟି ପକ୍ଷରୁ ପ୍ରମୋଦ ରଂଜନ ଦାଶ ନାମକ ବ୍ୟକ୍ତି ଶ୍ରୀମତୀ ପାଢ଼ୀଙ୍କ ବିରୋଧରେ କାର୍ମିକ ମନ୍ତ୍ରଣାଳୟରେ ଅଭିଯୋଗ କରିଥିଲେ । ଆଉ ମନ୍ତ୍ରଣାଳୟ ତାହାକୁ ଫରୱାର୍ଡିଂ ଚିଠି କରି ମୁଖ୍ୟଶାସନ ସଚିବଙ୍କ ପାଖକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦେଇଥିଲେ ।

ଏଥର ପାଣ୍ଡିଆନ୍ ବିରୋଧରେ ଅଣାଯାଇଥିବା ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ କାର୍ମିକ ମନ୍ତ୍ରଣାଳୟର ଫରୱାର୍ଡିଂ ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସେୟାର୍ କରି ଖୁସି ମନାଇବା ପୂର୍ବରୁ ଏହି ପୂର୍ବଚିଠି ଗୁଡ଼ିକ ସମ୍ପର୍କରେ ଅବଗତ ଥିଲେ ନା ନାହିଁ ତାହା ରାଜ୍ୟ ବିଜେପି ଏବଂ ମନମୋହନ ସାମଲ ହୁଏତ ଜାଣିନାହାନ୍ତି । ମାତ୍ର ସୋସିଆଲ୍ ମିଡିଆରେ ଘୂରୁଥିବା ଏଡି ତିନୋଟି ଚିଠି ଦେଖିଲା ପରେ ବିଜେପି ଖୁସି ମଉଳି ଯାଇଛି । କାର୍ମିକ ମନ୍ତ୍ରଣାଳୟର ଏହି ଚିଠିର କୌଣସି ମୂଲ୍ୟ ନାହିଁ ବୋଲି ରାଜ୍ୟ ନେତାମାନେ ବୁଝିସାରିଲେଣି । ସେଇ କାରଣ ପାଇଁ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ମନମୋହନ ଗଣମାଧ୍ୟମକୁ ଗଣତନ୍ତ୍ରର ରକ୍ଷାକର୍ତ୍ତାର ଦାୟିତ୍ୱ ଛାଡ଼ିଦେଇଥିବା କୁହାଯାଉଛି ।

ଅନ୍ୟପକ୍ଷରେ ୫-ଟି ସଚିବଙ୍କ ଜିଲ୍ଲାଗସ୍ତ ଏବଂ ଅପରାଜିତା ଓ ମନମୋହନଙ୍କ ଅଭିଯୋଗ ଆଧାରରେ କେନ୍ଦ୍ରର ନୋଟିସ୍ ପରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କେବଳ ୫-ଟି ସଚିବ ନୁହଁନ୍ତି ଉନ୍ନୟନ କମିଶନର,ମୁଖ୍ୟ ଶାସନ ସଚିବ ଏବଂ ମନ୍ତ୍ରୀ ମାନେ ବି ଯାଉଛନ୍ତି । ଆମେ ଲୋକଙ୍କ ପାଖକୁ ଯାଉଥିବା ବେଳେ ଆଉ କିଛି ଲୋକ ଭୁବନେଶ୍ୱର ରେ ବସିକି ଦିଲ୍ଲୀ ଦୌଲତାବାଦ ଦଉଡୁଛନ୍ତି । ସେମାନେ ଯେଉଁ କଥା କହୁଛନ୍ତି ଲୋକେ ତାକୁ ଗ୍ରହଣ କରୁ ନାହାନ୍ତି । ବିଜେପି ନେତାମାନେ କାହା ନିର୍ଦ୍ଦେଶରେ କେଉଁଠି ଯିବେ ବାଟ ପାଉ ନାହାଁନ୍ତି । ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ତାଙ୍କର କ୍ୟାପଟେନ କିଏ ଜଣା ପଡୁନି । ସେମାନେ ଆଗ ସ୍ଥିର କରନ୍ତୁ କିଏ ତାଙ୍କ କ୍ୟାପଟେନ । ଲୋକଙ୍କ ପାଖକୁ ଯାଆନ୍ତୁ, ଦିଲ୍ଲୀ ଦୌଲତାବାଦ କାହିଁକି ଦଉଡୁଛନ୍ତି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।

Previous Post

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ

Next Post

ପାଣ୍ଡିଆନଙ୍କ ଦୁଇଦିନିଆ ଜଗତସିଂହପୁର ଗସ୍ତ ଶେଷ

Next Post
ପାଣ୍ଡିଆନଙ୍କ ଦୁଇଦିନିଆ ଜଗତସିଂହପୁର ଗସ୍ତ ଶେଷ

ପାଣ୍ଡିଆନଙ୍କ ଦୁଇଦିନିଆ ଜଗତସିଂହପୁର ଗସ୍ତ ଶେଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA