ଭୁବନେଶ୍ୱର: ବେଦମନ୍ତ୍ର ଉଚ୍ଚାରଣ, ଶଙ୍ଖନାଦ, ହୁଳହୁଳି ମଧ୍ୟରେ ଆଜି ବହୁ ପ୍ରତୀକ୍ଷିତ ଏକାମ୍ର ପ୍ରକଳ୍ପର ଭୂମିପୂଜା ଏବଂ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୩ ଦିନ ଧରି ଏକାମ୍ର କ୍ଷେତ୍ର ଝଲସି ଉଠିଥିଲା । ୮୦ ଏକର ଜାଗାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଦେଢ଼ବର୍ଷରେ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦୧ ସେବାୟତ ଓ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।








