Wednesday, April 22, 2026 09:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏଠି ପାରିଲେନି, ଦିଲ୍ଲୀ ଗଲେ

ପାଣ୍ଡିଆନଙ୍କ ବିରୋଧରେ ଫେରାଦ; ମୁଖ୍ୟଶାସନ ସଚିବଙ୍କୁ ଚିଠି କଲା କେନ୍ଦ୍ର

by Our Correspondent
27 Jun, 2023- 09:03 PM
in Latest News, News
1 min read
0
ଏଠି ପାରିଲେନି, ଦିଲ୍ଲୀ ଗଲେ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କୁ ନେଇ ପୁଣି ହଲ୍ଲାଗୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଚିବ ପାଣ୍ଡିଆନ ବାବୁଙ୍କୁ ଜିଲ୍ଲା ବୁଲିବା ପାଇଁ ପଠାଉଥିବା ସ୍ପଷ୍ଟ କରିଥିଲେ ମଧ୍ୟ ବିରୋଧୀ ଶିବିର ଏହାକୁ ଗ୍ରହଣ କରିନାହାନ୍ତି । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ରାଜନୈତିକ କାର୍ଯ୍ୟକ୍ରମର ଆଖ୍ୟା ଦେଇ କେନ୍ଦ୍ର ସରକାରଙ୍କଠାରେ ଫେରାଦ ହୋଇଛନ୍ତି । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି ।

ପାଣ୍ଡିଆନଙ୍କ ବିରୋଧରେ ଦୁଇ ପୂର୍ବତନ ବ୍ୟୁରୋକ୍ରାଟ୍ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏକଜୁଟ୍ ହୋଇଛନ୍ତି । ପାଣ୍ଡିଆନଙ୍କ ବିରୋଧରେ ଅପରାଜିତାଙ୍କ ରାସ୍ତା ଧରିଛନ୍ତି ଏହି ପୂର୍ବତନ ବସ୍ । ଉଭୟ ପୃଥକ ଭାବେ ଆଗପଛ ହୋଇ ଏହି ମାମଲା ଦିଲ୍ଲୀକୁ ନେଇଛନ୍ତି । ଶ୍ରୀ ପାଣ୍ଡିଆନ୍ ଅଲ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ଉଂଲ୍ଲଘନ କରିଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ(ଡିଓପିଟି) ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ଧରି ଅପରାଜିତା ଗତ ୨୪ ତାରିଖ ଶନିବାର ଦିନ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ଭେଟି ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଥିଲେ । ପାଣ୍ଡିଆନଙ୍କର ଜିଲ୍ଲାଗସ୍ତ ଓ ସଭାସମିତି ଭାଷଣର ଭିଡିଓ କ୍ଲିପ୍ ଓ ଫଟୋକୁ ଏକ ପେନ୍ ଡ୍ରାଇଭ୍ ରେ ରଖି ସେଥିରେ ଗୁନ୍ଥିଥିଲେ । ସେଦିନ ଗଣମାଧ୍ୟମକୁ ଏହି ଖବର ଦିଆଯାଇ ନ ଥିଲା । ଅଭିଯୋଗ ଉପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଚିଠି କରାଇବା ପରେ ଯାଇ ଅପରାଜିତା ଆଜି ଗଣମାଧ୍ୟମକୁ ଖବର ଛାଡ଼ିଛନ୍ତି ।

ଆଜି ଅପରାଜିତାଙ୍କ ଟୁଇଟର ହାଣ୍ଡଲରୁ ଏ ସୂଚନା ମିଳିବାର କିଛି ସମୟ ପୂର୍ବରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ବିଜୟ କୁମାର ପଟ୍ଟନାୟକ ଡିଓପିଟିକୁ ସମାନ ଅଭିଯୋଗ ଦେଇଥିଲେ । ଶ୍ରୀ ପାଣ୍ଡିଆନଙ୍କର ଜିଲ୍ଲାଗସ୍ତ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ତାଙ୍କ ଚିଠିରେ ଦାବି କରିଥିଲେ । ଗତକାଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ମିଟ୍ କରି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।

ତେବେ, ବିରୋଧୀ ପକ୍ଷରୁ ଆକ୍ରମଣ ଜାରି ରହିଥିଲା ବେଳେ ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ଜାରି ରଖିଛନ୍ତି । ଆଜି ତାଙ୍କ ବରଗଡ଼ ଗସ୍ତର ଦ୍ୱିତୀୟ ଦିନରେ ପ୍ରବଳ ବର୍ଷା ସତ୍ତ୍ୱେ ବିପୁଳ ଜନସମାଗମ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ତାଙ୍କୁ ଆପତ୍ତି ଅଭିଯୋଗ ଜଣାଇବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ପାଣ୍ଡିଆନଙ୍କ ପ୍ରତି କୌଣସି ଜାଗାରେ ସାମାନ୍ୟ ବିରୋଧାଭାଷ ବି ଦେଖିବାକୁ ମିଳି ନ ଥିଲା । ବରଂ ସବୁ ଜାଗାରେ ତାଙ୍କ ମୁହଁରୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣାକୁ ଚାହିଁ ରହିଥିଲେ ।

ସେ ଯାହା ହେଉ, ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଳ୍ପ ମାସ ବାକି ଥିବା ବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ ପାଣ୍ଡିଆନଙ୍କୁ ପ୍ରସଙ୍ଗ କରି ମାତିବା ତାଙ୍କର ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଇଥିବା କୁହାଯାଉଛି । ନବୀନ ବାବୁଙ୍କର ସଫଳ ଗୋଟିଚାଳନାର ଏହା ଏକ ଅଂଶ ବିଶେଷ ଏବଂ ଭୋଟ ରାଜନୀତି ଦୃଷ୍ଟିକୋଣରୁ ବିଜେଡି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଉଛନ୍ତି । ପାଣ୍ଡିଆନଙ୍କୁ ନେଇ ଉଠାଯାଇଥିବା ବିବାଦ ଏକ ପ୍ରଶାସନିକ ବ୍ୟାପାର ହୋଇଥିବାରୁ ବିଜେପି ପାଇଁ ଏହା କୌଣସି ଫାଇଦା ଆଣିବାର ସମ୍ଭାବନା ନାହିଁ ବୋଲି ସେମାନେ କହିଛନ୍ତି ।

Previous Post

ଲାଞ୍ଚୁଆ ପ୍ରଶାନ୍ତ ରାଉତ ଚାକିରିରୁ ବିଦା

Next Post

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ

Next Post
ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA