Tuesday, May 26, 2026 11:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଘାଟିତ

ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ

by Our Correspondent
24 Nov, 2023- 10:43 PM
in Latest News, News
1 min read
0
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ୱ ଆାରୋପ କରିଥିଲେ। ସୋଆ ଦ୍ୱାରା ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ନିମନ୍ତେ ସ୍ଥାପିତ ସୋଆ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଐତିହାସିକ, ସମାଲୋଚକ ଓ କଳାକାର ଯୋଗ ଦେଇଛନ୍ତି ।

ଜ୍ଞାନପୀଠ ପୁରସ୍କାର ବିଜେତା ଡକ୍ଟର ରାୟ କହିଥିଲେ ଯେ ଭାରତୀୟ ସଂସ୍କୃତି ଗର୍ବର ଉତ୍ସ ଏବଂ ନିଜର ସମୂହତା, ସହନଶୀଳତା ଓ ଆଧ୍ୟାତ୍ମିକତାକୁ ନେଇ ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ଭାବେ ଉଭା ହୋଇଛି । ତେବେ ସମକାଳୀନ ପରିସ୍ଥିତି ଆହ୍ୱାନ ସୃଷ୍ଟି କରିଥିବା ବେଳେ ଏ ଦିଗରେ ସମସ୍ତେ ଚିନ୍ତାଶୀଳ ହେବାର ଆବଶ୍ୟକତା ରହିଛି । ଦ୍ରୁତଗତିରେ ହେଉଥିବା ଜଗତିକରଣ, ବୈଷୟିକ ଅଗ୍ରଗତି ଏବଂ ବିବିଧ ପ୍ରଭାବ ଆମ ସାଂସ୍କୃତିକ ପରିଚୟର ଅବକ୍ଷୟର ସମ୍ଭାବନା ସୃଷ୍ଟି କରୁଛି । ଏଭଳି ଜଟିଳ ପରିସ୍ଥିତି ମଧ୍ୟରେ ଆମର ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ପ୍ରସାରର ପ୍ରାଥମିକ ଗୁରୁତ୍ୱ ରହିଛି । ତେଣୁ ଆମେ ଉଭୟ ଜଗତିକରଣରୁ ମିଳୁଥିବା ସୁଯୋଗ ଏବଂ ଆମ ପରିଚୟର ସୁରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି । ଅର୍ଥନୈତିକ ପ୍ରଗତି ଓ ବ୍ୟକ୍ତିଗତ ସଫଳତା ପଛରେ ଧାଇଁ ସାମୂହିକ ସଂଲଗ୍ନତାକୁ ଅଣଦେଖା ନ କରିବାକୁ ମତ ଦେଇ ଡକ୍ଟର ରାୟ ସାମାଜିକ ବୈଷ୍ୟମତାକୁ ଦୂର କରିବାକୁ ଆହ୍ୱାନ ଦେଇଥିଲେ ।ଏହିପରି ଏକ ସାହିତ୍ୟ ଉତ୍ସବର ଆୟୋଜନ କରିଥିବାରୁ ଡକ୍ଟର ରାୟ ସୋଆ ବିଶ୍ୱବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ ।

ବିଶିଷ୍ଟ ସମାଜବିଜ୍ଞାନୀ ତଥା ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ଶ୍ରୀ ମାଧବ କୌଶିକ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ଦିବ୍ୟା ଦତ ବକ୍ତବ୍ୟ ରଖିଥିଲେ । 

ଏହି ଅବସରରେ ପ୍ରଫେସର ନନ୍ଦୀ ସାହିତ୍ୟିକ ମାନଙ୍କର ରଚନାତ୍ମକତା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଅନେକ ସାହିତ୍ୟିକ ସେମାନଙ୍କ ସୃଷ୍ଟିକୁ ନିଜେ ସ୍ୱୀକାର ମଧ୍ୟ କରିପାରନ୍ତି ନାହିଁ । ବିଶିଷ୍ଟ ଭାରତୀୟ ଗଣିତଜ୍ଞ ଶ୍ରୀନିବାସନ୍ ରାମାନୁଜନଙ୍କ ଉଦାହରଣ ଦେଇ ପ୍ରଫେସର ନନ୍ଦୀ କହିଥିଲେ ଯେ ସେ ବିନା ପ୍ରଶିକ୍ଷଣ କିମ୍ବା କୌଣସି ପୁସ୍ତକର ସାହାଯ୍ୟରେ ଗାଣିତ୍ୟିକ ଉଦ୍ଭାବନ କରିଥିଲେ । ତେବେ ତାଙ୍କର ଗବେଷଣା କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରତ୍ୟାଖ୍ୟାନ କରିଦିଆଯାଇଥିବା ବେଳେ ଲଣ୍ଡନର ଟ୍ରିନିଟ୍ କଲେଜର ଗାଣିତ୍ୟିକ ଜି.ଏଚ୍. ହାର୍ଡି ପୁଣି ଥରେ ଅନୁଧ୍ୟାନ କରି ତାଙ୍କ ଉଦ୍ଭାବନକୁ ସାମ୍ନାକୁ ଆଣିଥିଲେ । ହାର୍ଡି ଅନୁଭବ କରିଥିଲେ ଯେ ରାମାନୁଜଙ୍କ କାର୍ଯ୍ୟ ସ୍ୱତନ୍ତ୍ର । ଏହି ମଣିଷଟି ହୁଏତ ଖୁବ୍ ବିଚକ୍ଷଣ ଅଥବା ଜଣେ ପ୍ରତିଭାଶାଳୀ ଠକ ବୋଲି ସେ ଭାବିଥିଲେ । ରାମାନୁଜନଙ୍କ ପରିସ୍ଥିତି ତାଙ୍କୁ ଅସୁରକ୍ଷିତ କରି ରଖିଥିଲା ଯାହା ଦ୍ୱାରା ସେ କ’ଣ ଆବିଷ୍କାର କରିଛନ୍ତି ସେ ନିଜେ ମଧ୍ୟ ଗ୍ରହଣ କରିପାରି ନଥିଲେ ।

ନିଜ ବକ୍ତବ୍ୟରେ ଶ୍ରୀ କୌଶିକ ଲେଖକ ଓ କବିମାନଙ୍କୁ ସାଧାରଣ ଜନତାଙ୍କ ମୁଖପାତ୍ର ବୋଲି ବର୍ଣ୍ଣନା କରି କହିଥିଲେ ଯେ ଜଣେ ଲେଖକ ନିଜ ଚାରିପଟେ ଥିବା ଲୋକମାନଙ୍କର ଦୁଃଖ ଓ ସମସ୍ୟାକୁ ଅନୁଭବ କରି ନିଜ ଲେଖନୀ ଦ୍ୱାରା ତାହାକୁ ପ୍ରକାଶ କରିଥାଏ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନ ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଘୋଷଣା କରିଥିଲେ ଯେ ଆଗାମୀ ବର୍ଷ ଠାରୁ ଜାତୀୟ ସ୍ତରରେ ଦେଶର ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ । ଜାତୀୟ ସ୍ତରର ଏକ ବିଚାରକ ମଣ୍ଡଳୀ ଏହି ସମ୍ମାନ ପାଇଁ ସାହିତ୍ୟିକଙ୍କୁ ମନୋନୀତ କରିବେ ଏବଂ ତାଙ୍କୁ ୭ ଲକ୍ଷ ଟଙ୍କାର ରାଶି ପୁରସ୍କାର ପ୍ରଦାନ କରାଯିବ ।

ଏହି ଅବସରରେ ଅନ୍ୟ ଭାଷାରେ ଅନୁବାଦ ହୋଇଥିବା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ରଚିତ ଚାରିଟି ଓଡ଼ିଆ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକଗୁଡ଼ିକ ମଧ୍ୟରେ ସାହିତ୍ୟ ଅକାଦେମୀ ଦ୍ୱାରା ତାଙ୍କ ରଚିତ ‘ଦୟାନଦୀ’ ପୁସ୍ତକର ପଞ୍ଜାବୀ ଓ ସଂସ୍କୃତ ଅନୁବାଦ, ‘ବାଘ’ର ହିନ୍ଦୀ ଅନୁବାଦ, ହିନ୍ଦୀ ଭାଷାରେ ‘ଆସାନ ନହିଁ ଇତିହାସ ଲିଖ୍ନା’ ଏବଂ ଇଂରାଜୀ ଭାଷାରେ ନିର୍ବାଚିତ କ୍ଷୁଦ୍ରଗଳ୍ପ ‘ମାଇ ଟ୍ରୁଥ୍, ମାଇ ଷ୍ଟୋରୀ’ ରହିଛି । ଏହା ଛଡ଼ା ପ୍ରାଚୀନ ଦ୍ୱାରା ପ୍ରକାଶିତ ‘ସାରୋଳଦାସ ମହାଭାରଥ ସଂପାଦନା ପ୍ରସ୍ତାବ- ଭବିଷ୍ୟତ, ଅତୀତ ଓ ବର୍ତମାନ’ ମଧ୍ୟ ଉନ୍ମୋଚିତ ହୋଇଥିଲା ।

Previous Post

୪ ଦିନରେ ସରିଗଲା ଶୀତ ଅଧିବେଶନ

Next Post

ରାଜ୍ୟପାଳଙ୍କ ଭୂମିକା ନିରପେକ୍ଷ ରହୁ: ବିଜେଡି

Next Post
ରାଜ୍ୟପାଳଙ୍କ ଭୂମିକା ନିରପେକ୍ଷ ରହୁ: ବିଜେଡି

ରାଜ୍ୟପାଳଙ୍କ ଭୂମିକା ନିରପେକ୍ଷ ରହୁ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA