Friday, June 26, 2026 10:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୀବନର ପ୍ରଥମ କବିତା ହେଉଛି ଶ୍ୱାସ: ପାଣ୍ଡିଆନ୍‍

କିଟ୍ ରେ ଦୁଇଦିନିଆ ଓଡ଼ିଆ କବି ସମ୍ମିଳନୀ ଉଦ୍‍ଘାଟିତ

by Our Correspondent
04 Feb, 2024- 09:56 PM
in Latest News, News
1 min read
0
ଜୀବନର ପ୍ରଥମ କବିତା ହେଉଛି ଶ୍ୱାସ: ପାଣ୍ଡିଆନ୍‍

ଭୁବନେଶ୍ୱର:  ଭୁବନେଶ୍ୱରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶବିଶେଷ ଭାବେ କିଟ୍ ରେ ୨ ଦିନିଆ ଓଡ଼ିଆ କବି ସମ୍ମିଳନୀ ଆଜି ଉଦ୍‍ଘାଟିତ ହୋଇଯାଇଛି। ଅପରାହ୍ନରେ ଏହାର ସ୍ୱତନ୍ତ୍ର ଅଧିବେଶନରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସଂସାରରେ ଜନ୍ମ ନେଉଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ କବି। ଜୀବନର ପ୍ରଥମ କବିତା ହେଉଛି ଶ୍ୱାସ। ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ କବି। କବିତା ହେଉଛି ଜୀବନର ଅଂଶବିଶେଷ ବୋଲି ସେ କହିଥିଲେ। ମସ୍ତିଷ୍କ ବ୍ୟବହାର କରି ମଣିଷ ବିଭିନ୍ନ କ୍ଷେତ୍ରରେ ଅନେକ କିଛି କାମ କରିପାରିବେ, କିନ୍ତୁ କବିତା ହୃଦୟରୁ ପରିସ୍ଫୁଟ ହୋଇଥାଏ। ଆମେ ସମସ୍ତେ ଯେଉଁ କ୍ଷେତ୍ରରେ କାମ କରୁଛେ, ସେ କ୍ଷେତ୍ରରେ ଆମେ ଜଣେ ଜଣେ କବି। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‍ ସ୍ୱରଚିତ ଓଡ଼ିଆ କବିତା ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍‍ଧ କରିଦେଇଥିଲେ।

ସ୍ୱାଗତ ଭାଷଣ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କହିଲେ, ଭାଷା ହିଁ ଆମ ଅତୀତର ସ୍ଥିତି ଓ ଆମ ଭବିଷ୍ୟତ। ନିଜ ଗୌରବ ସହ ଅନ୍ତରଙ୍ଗତା ସ୍ଥାପନ ପାଇଁ ବିଶ୍ୱ ଓଡ଼ିଆ ସମ୍ମିଳନୀ ଏକ ମହାର୍ଘ ଅବସର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ପ୍ରୟାସ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ। ଓଡ଼ିଆ କବି ସମ୍ମିଳନୀ ଆୟୋଜନ ପାଇଁ ରାଜ୍ୟ ସରକାର କିଟ୍‍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବର୍ଷିଆନ କବି ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‍ଗାତା ସ୍ୱରଚିତ କବିତା ପାଠ କରିଥିଲେ।

ପୂର୍ବାହ୍ନରେ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସାରକା କହିଲେ, ଓଡ଼ିଆ ଭାଷା ସମ୍ମିଳନୀ ଯୁବଗୋଷ୍ଠୀଙ୍କୁ ଓଡ଼ିଆ ଭାଷାର ବିକାଶ ଦିଗରେ ପ୍ରେରଣା ଯୋଗାଇବ। ପ୍ରତ୍ୟେକ ଓଡ଼ିଆର ଆଦ୍ୟ ପରିଚୟ ଓଡ଼ିଆ ଭାଷା ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର କହିଲେ, ଓଡ଼ିଆ ଭାଷା ଅନ୍ୟାନ୍ୟ ଭାଷାଠାରୁ ଆଗରେ ରହିଆସିଛି । ମାତୃଭାଷା ପ୍ରତି ସମସ୍ତଙ୍କର ସ୍ନେହ, ଆଦର ଓ ସମ୍ମାନ ରହିବା ଆବଶ୍ୟକ ବୋଲି ସେ କହିଥିଲେ। କବି ପଦ୍ମ ଭୂଷଣ ରମାକାନ୍ତ ରଥ ଓଡ଼ିଆ ଭାଷାର ଯେଉଁ ଗ୍ରନ୍ଥାବଳୀ ଓ ରଚନାବଳୀ ବଜାରରେ ବିଲୁପ୍ତ ସେସବୁର ପୁନଃମୁଦ୍ରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅନୁବାଦ ସାହିତ୍ୟ ଉପରେ ଗୁରୁତ୍ୱାରୋପ କରି ଅନୁବାଦ ସାହିତ୍ୟକୁ ପ୍ରୋତ୍ସାହନ ଦେଲେ ତାହା ଆମ ଭାଷାର ଭବିଷ୍ୟତ ହୋଇପାରିବ ବୋଲି କବି ଦେବଦାସ ଛୋଟରାୟ କହିଥିଲେ। କବିମାନେ ସବୁବେଳେ ସ୍ପଷ୍ଟବାଦୀ, ନିରବତା ହେଉଛି ସବୁଠାରୁ ବଡ଼ ଭାଷା ବୋଲି ଡ. ପ୍ରସନ୍ନ ପାଟ୍ଟଶାଣୀ ମତବ୍ୟକ୍ତ କରିଥିଲେ। କବି ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ଅଭିଭାଷଣରେ ଓଡ଼ିଆ ଭାଷାକୁ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ହେଲେ ପରସ୍ପର ଭାଷ୍ୱିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଆ ଯୁବକଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତୀକାତ୍ମକ ଭାବେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନକୁ ଓଡ଼ିଆ ଭାଷା ଦିବସ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

Previous Post

‘ଓଡ଼ିଆକୁ ବିକଶିତ କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର’

Next Post

ସରିଲା ଓଡିଆ ଭାଷା ମହାକୁମ୍ଭ

Next Post
ସରିଲା ଓଡିଆ ଭାଷା ମହାକୁମ୍ଭ

ସରିଲା ଓଡିଆ ଭାଷା ମହାକୁମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA