Thursday, June 25, 2026 05:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ଲୋକାର୍ପିତ ହେବ ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ

by Our Correspondent
13 Feb, 2024- 06:43 PM
in Latest News, News
1 min read
0
କାଲି ଲୋକାର୍ପିତ ହେବ ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ

ଭୁୁବନେଶ୍ୱର: ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ଏବେ ଦକ୍ଷିଣ ଓଡ଼ିଶାରେ ଉତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସମ୍ ହସ୍ପିଟାଲ୍‌ର ତୃତୀୟ କ୍ୟାମ୍ପସ ଆରମ୍ଭ କରିବାକୁ ଯାଉଛି ।

ସମ୍ ହସ୍ପିଟାଲ୍‌ର ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ବୁଧବାର, ଫେବୃଆରୀ ୧୪ ତାରିଖ ବସନ୍ତ ପଂଚମୀ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ଓଡ଼ିଶା ସମତେ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି ।

ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି । ଶିତଳାପଲ୍ଲୀ ଠାରେ ଆରମ୍ଭ ହେବାକୁ ଯାଉଥିବା ନୂତନ ହସ୍ପିଟାଲ୍‌ରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ ।

ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ । ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ମଧ୍ୟ ଆରମ୍ଭ କରାଯାଇଛି । ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ । ଏହି ୪ ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ ।

୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା । ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା ।

୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି ।

Previous Post

ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି

Next Post

କାଲି ଆସୁଛନ୍ତି ବୈଷ୍ଣବ, ବିଜେପି ନେତାଙ୍କୁ ଗଲା ଡ଼ାକରା

Next Post
କାଲି ଆସୁଛନ୍ତି ବୈଷ୍ଣବ, ବିଜେପି ନେତାଙ୍କୁ ଗଲା ଡ଼ାକରା

କାଲି ଆସୁଛନ୍ତି ବୈଷ୍ଣବ, ବିଜେପି ନେତାଙ୍କୁ ଗଲା ଡ଼ାକରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA