Thursday, June 25, 2026 04:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରୀୟ ସଂସ୍ଥା ଫାସରେ ବିଜେଡି ଯୁବନେତା

ଶିକ୍ଷାନୁଷ୍ଠାନ, ହୋଟେଲ ଉପରେ ଆଇଟି ରେଡ୍

by Our Correspondent
01 Apr, 2024- 02:06 PM
in Latest News, News, Politics
1 min read
0
କେନ୍ଦ୍ରୀୟ ସଂସ୍ଥା ଫାସରେ ବିଜେଡି ଯୁବନେତା

ଭୁବନେଶ୍ୱର/ଯାଜପୁର: ବିଜେଡି ଯୁବନେତା ତଥା ଉଦ୍ୟୋଗୀ ସୁବ୍ରତ ଛାଟୋଇଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ରେଡ୍ କରିଛି । ଆଜି ବଡ଼ି ସକାଳୁ ଶ୍ରୀ ଛାଟୋଇଙ୍କର ନୟାପଲ୍ଲୀସ୍ଥିତ ବାସଭବନ, ସିଆରପି ଛକରେ ଥିବା ପ୍ରତିଷ୍ଠିତ କୋଚିଂ ଅନୁଷ୍ଠାନ ‘ବଣିକ୍’, ଯାଜପୁର ରୋଡ଼ସ୍ଥିତ ହୋଟେଲ ‘ଯଯାତି କୋଟିୟାର୍ଡ’ ଏବଂ ଯାଜପୁରସ୍ଥିତ ବ୍ୟବସାୟ ପ୍ରତିଷ୍ଠାନରେ ଏକକାଳୀନ ଚଢ଼ଉ ଚାଲିଛି । ତେବେ ଏହି ଚଢ଼ଉର କାରଣ ସମ୍ପର୍କରେ ଆଇଟି ବିଭାଗ ପକ୍ଷରୁ କିଛି କୁହାଯାଇନାହିଁ ।

ରାଜଧାନୀର ପ୍ରମୁଖ କୋଚିଂ ଅନୁଷ୍ଠାନ ହେଉଛି ‘ବଣିକ୍’ । ଯାହାର ମାଲିକ ହେଉଛନ୍ତି ବିଜେଡି ଯୁବନେତା ସୁବ୍ରତ ଛାଟୋଇ । ଗତବର୍ଷ ମାର୍ଚ୍ଚ ୨୮ ରେ କେନ୍ଦ୍ରୀୟ ଜିଏସଟି ପକ୍ଷରୁ ଏହି ଅନୁଷ୍ଠାନ ଉପରେ ଅଚାନକ ଚଢ଼ଉ ହୋଇଥିଲା । ଏହି ଲିଙ୍କ୍ ରେ କୋଲକତାରେ ଥିବା ଅନୁଷ୍ଠାନ ଉପରେ ମଧ୍ୟ ଜିଏସଟି ଚଢ଼ଉ କରିଥିଲା । ଜିଏସଟି ଫାଙ୍କି ଅଭିଯୋଗରେ ଚଢ଼ଉ ହୋଇଥିବା କୁହାଯାଇଥିଲେ ମଧ୍ୟ କାମ ଆଗକୁ ବଢ଼ି ନ ଥିଲା । ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରତିଶୋଧ ରାଜନୀତି ବୋଲି ଅନେକ ଚର୍ଚ୍ଚା କରିଥିଲେ ।

କିନ୍ତୁ ଆଜି ଆଇଟି ବିଭାଗର ଏକ ଟିମ୍ ଶ୍ରୀ ଛାଟୋଇଙ୍କର ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ବାସଭବନ ଏବଂ ଏମଡି ଥିବା ସିଆରପି ଛକସ୍ଥିତ ‘ବଣିକ୍’ ଶିକ୍ଷାନୁଷ୍ଠାନ, ନିର୍ଦ୍ଦେଶକ ପଦବୀରେ ଥିବା ଯାଜପୁର ରୋଡ଼ସ୍ଥିତ ହୋଟେଲ ‘ଯଯାତି କୋଟିୟାର୍ଡ’ ଏବଂ ଯାଜପୁର ଟାଉନ୍ ରେ ତାଙ୍କର ଅନ୍ୟ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ ଚାଲିଛି ।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କର ଅତି ନିକଟତମ କୁହାଯାଉଥିବା ସୁବ୍ରତ ଛାଟୋଇଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ ପଛରେ ରାଜନୀତି ଥିବା ଚର୍ଚ୍ଚା ଆହୁରି ଜୋର୍ ହୋଇଛି । ବିଜେପି ପକ୍ଷ ଏହାକୁ କଳା ଟଙ୍କା ଉପରେ ପ୍ରହାର ବୋଲି କହୁଥିଲା ବେଳେ ବିଜେଡି ପକ୍ଷ ଏହାକୁ ପ୍ରତିଶୋଧ ରାଜନୀତି କହିଛନ୍ତି ।

ଅନ୍ୟପକ୍ଷରେ ଚଢ଼ଉ ଜାରି ରହିଥିବାରୁ ଆଇଟି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଚଢ଼ଉ ସରିଲେ ସଂଧ୍ୟାବେଳେ ପ୍ରେସ୍ ରିଲିଜ୍ ଆକାରେ ସବୁ ତଥ୍ୟ ଦିଆଯିବ ବୋଲି ଟିମ୍ ରେ ସାମିଲ ଆଇଟି ବିଭାଗର ଜଣେ ଅଧିକାରୀ କହିଛନ୍ତି ।

Previous Post

ବିଜେଡିରେ ଚିରଞ୍ଜୀବୀ, ସୁକାନ୍ତ, ବୃନ୍ଦାବନ

Next Post

୮୦ ଆସନ ପାଇଁ ବି ବିଜେପି ପ୍ରାର୍ଥୀ ପାଉନି: ବିଜେଡି

Next Post
୮୦ ଆସନ ପାଇଁ ବି ବିଜେପି ପ୍ରାର୍ଥୀ ପାଉନି: ବିଜେଡି

୮୦ ଆସନ ପାଇଁ ବି ବିଜେପି ପ୍ରାର୍ଥୀ ପାଉନି: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA