Thursday, June 25, 2026 03:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୮୦ ଆସନ ପାଇଁ ବି ବିଜେପି ପ୍ରାର୍ଥୀ ପାଉନି: ବିଜେଡି

ବିଜେପିରେ ଅନୁଭବ, ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ

by Our Correspondent
01 Apr, 2024- 06:15 PM
in Latest News, News, Politics
1 min read
0
୮୦ ଆସନ ପାଇଁ ବି ବିଜେପି ପ୍ରାର୍ଥୀ ପାଉନି: ବିଜେଡି

ଭୁବନେଶ୍ୱର: ୧୪୭ ବିଧାନସଭା ଆସନରେ ଲଢ଼ିବାକୁ ବିଜେପି ପ୍ରାର୍ଥୀ ପାଉନି । ସେଥିପାଇଁ ଏ ଯାଏଁ ଜଣେ ପ୍ରାର୍ଥୀଙ୍କ ନାମ ବି ଘୋଷଣା କରିପାରିନି । ଏହା ହିଁ ବାସ୍ତବିକ ସତ୍ୟ ବୋଲି ଗତକାଲି ବିଜେଡି ଜାତୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କଟାକ୍ଷ କରିଥିଲେ । ଆଜି ପୁଣି ଏହି ପ୍ରସଙ୍ଗରେ ବିଜେପିକୁ ଆକ୍ରମଣ ଜାରି ରଖିଛି ବିଜେଡି ।

ଦଳର ମୁଖପାତ୍ର ସ୍ୱୟମ୍ ପ୍ରକାଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଓଡ଼ିଶା ବିଜେପି ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ପାଇଁ ବି ପ୍ରାର୍ଥୀ ନାହାନ୍ତି । ଯାହା ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ସେଥିପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିପାରୁନାହିଁ । ଓଡ଼ିଶା ବିଜେପିର ସ୍ଥିତି ଏମିତି ହୋଇଛି ଯେ ସେମାନେ ଯାହାକୁ ଯେଉଁଠୁ ପାରୁଛନ୍ତି ଦଳରେ ସାମିଲ କରାଉଛନ୍ତି । ଯେନତେନ ପ୍ରକାରେ ୧୪୭ ଆସନ ପାଇଁ ତାଲିକା ପୂରଣ କରିବା ଚକ୍କରରେ ଥିବା ଭଳି ସ୍ପଷ୍ଟ ଜଣାପଡୁଛି ।

ଅନ୍ୟ ଦଳରୁ ବିତାଡ଼ିତ ଓ ଜନବିରୋଧୀ ନେତାଙ୍କ ସହ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତାମାନେ ଏବେ ଓଡ଼ିଶା ବିଜେପି ପାଇଁ ଆଶା ଓ ଭରସା ହୋଇଛନ୍ତି । ବନ୍ୟାରେ ଭାସି ଯାଉଥିବା ବେଳେ କୁଟାଖିଅକୁ ଆଶ୍ରା କଲା ଭଳି ବିଜେପିର ଅବସ୍ଥା ହୋଇଛି । ଏହା ଦେଖି ସାଢ଼େ ଚାରି କୋଟି ଓଡ଼ିଶାବାସୀ, ଓଡ଼ିଶା ବିଜେପି ଉପରେ ହସିବା ଆରମ୍ଭ କଲେଣି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ତେବେ ଏ ନେଇ ବିଜେପିର ପ୍ରତିକ୍ରିୟା ମିଳିନାହିଁ ।

ପଦ୍ମ ଧରିଲେ ଅନୁଭବ: ବିଜେଡଇରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଆଜି ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ପଦ୍ମ ଧରିଛନ୍ତି । ଦେଶର ବିକାଶ ପାଇଁ ପ୍ରତ୍ୟେକ ଯୁବକ ବିଜେପି ପରିବାରରେ ସାମିଲ ହେବା ଦରକାର ବୋଲି ସେ କହିଛନ୍ତି ।

ଶଙ୍ଖ ଛାଡ଼ିଲେ ସନ୍ଧ୍ୟାବତୀ: ବିଜେଡିରୁ ଇସ୍ତଫା ଦେଇଛନ୍ତି ପିପିଲି ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି ।

Previous Post

କେନ୍ଦ୍ରୀୟ ସଂସ୍ଥା ଫାସରେ ବିଜେଡି ଯୁବନେତା

Next Post

କଂଗ୍ରେସ ଛାଡ଼ିଲେ ଗଣେଶ୍ୱର ବେହେରା

Next Post
କଂଗ୍ରେସ ଛାଡ଼ିଲେ ଗଣେଶ୍ୱର ବେହେରା

କଂଗ୍ରେସ ଛାଡ଼ିଲେ ଗଣେଶ୍ୱର ବେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA