Saturday, June 27, 2026 06:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାହୁବଳୀ ଜଗଦ୍ଦେବଙ୍କ ପୁଣି ଗୁଣ୍ଡାଗର୍ଦ୍ଦି

ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

by Our Correspondent
12 Apr, 2024- 08:40 PM
in Latest News, News, Politics
1 min read
0
ବାହୁବଳୀ ଜଗଦ୍ଦେବଙ୍କ ପୁଣି ଗୁଣ୍ଡାଗର୍ଦ୍ଦି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେପିରେ ମିଶିଥିବା ଏହି ବାହୁବଳୀ ଆଉ ଇନ୍ଦ୍ରଚନ୍ଦ୍ର ମାନିବା ଅବସ୍ଥାରେ ନାହାନ୍ତି । ଅପରାଜିତା ଷଡ଼ଙ୍ଗୀଙ୍କୁ ଗୁରୁ କଲା ପରେ ସେ ଅତ୍ୟଧିକ ଉତ୍ସାହିତ ହୋଇଛନ୍ତି । ସୂଚନାଥାଉକି, ଏହି ଅପରାଜିତା ମ୍ୟାଡାମ୍ ବିଜେଡିରେ ଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ଉତ୍ପାତକୁ କଟୁ ଭାଷାରେ ସମାଲୋଚନା କରୁଥିଲେ । ବାଣପୁର ହିଂସା ଘଟଣାରେ ପ୍ରତିକ୍ରିୟା ରଖି ଏହି ବିଧାୟକଙ୍କ ଜାଗା ଜେଲ୍ ବୋଲି ପ୍ରତିକ୍ରିୟା ଦେଇଥିଲେ । ଆଉ ବର୍ଷେ ପରେ ସେହି ବିଧାୟକଙ୍କୁ ସାଧୁ ପୁରୁଷ ମାନି ବିଜେପିରେ ମିଶାଇଛନ୍ତି । ତାଙ୍କୁ ସାଙ୍ଗରେ ଧରି ମ୍ୟାଡାମ ନିର୍ବାଚନ ପ୍ରଚାର କରୁଛନ୍ତି । ଗତକାଲି ଜଙ୍କିଆ ଅନ୍ତର୍ଗତ ଛଣଗିରି ଗାଁରେ ବାହୁବଳୀ ବିଧାୟକ, ମ୍ୟାଡାମ୍ ଙ୍କ ବିଜେପି ପ୍ରତିପକ୍ଷ କାଳୁ ଖଣ୍ଡାୟତରାଏଙ୍କ ସମର୍ଥକ ଭାବି ଜଣେ ସାମ୍ବାଦିକଙ୍କୁ ପିଟିଛନ୍ତି ।

ଗତକାଲି ଅପରାହ୍ନରେ ଛଣଗିରି ଗାଁରେ ଅପରାଜିତା ଓ ଜଗଦ୍ଦେବ ପଦଯାତ୍ରା କରୁଥିଲେ । ପଦଯାତ୍ରା ଭୋଇସାହି ଅତିକ୍ରମ କରୁଥିବା ବେଳେ ସାହିର କିଛି ପୁରୁଷ ଓ ନାରୀ ଅପରାଜିତାଙ୍କୁ ବିରୋଧ କରି ହୋହଲ୍ଲା ପାଟିତୁଣ୍ଡ କରିଥିଲେ । ଏହି ଗଣ୍ଡଗୋଳର ଦୃଶ୍ୟକୁ ସ୍ଥାନୀୟ ସାମ୍ବାଦିକ ପ୍ରକାଶ ହାତୀ ମୋବାଇଲ୍ ରେ ରେକର୍ଡିଂ କରୁଥିଲେ । ଏହା ଦେଖି ଚିଲିକା ବିଧାୟକଙ୍କ ମୁଣ୍ଡ ଗରମ ହୋଇଗଲା । ଅପରାଜିତାଙ୍କ ଉପସ୍ଥିତିରେ ସେ ପ୍ରକାଶଙ୍କୁ ଗାଳିଗୁଲଜ କରି ଧକ୍କା ମାରିବା ସହ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିବା ଜଙ୍କିଆ ଥାନାରେ ଅଭିଯୋଗ ହୋଇଛି । ଏହି ନୂଆ ମାମଲାକୁ ମିଶାଇ ବିଧାୟକଙ୍କ ନାଁରେ ମାମଲା ସଂଖ୍ୟା ୧୧ରେ ପହଞ୍ଚିଛି ।

ଗତକାଲି ସୋସିଆଲ୍ ମିଡିଆରେ ଜଗଦ୍ଦେବଙ୍କ ଏହି ଗୁଣ୍ଡାଗର୍ଦ୍ଦି ଭିଜୁଆଲ୍ ଭାଇରାଲ୍ ହେବା ପରେ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଖୋର୍ଦ୍ଧାର ବିଜେପି ଆଶାୟୀ କାଳୁ ଖଣ୍ଡାୟତରାଏଙ୍କୁ ଆକ୍ଷେପ କରିଛନ୍ତି । ସାମ୍ବାଦିକ ପ୍ରକାଶ ହାତୀ, କାଳୁଙ୍କ ସମର୍ଥକମାନଙ୍କ ସହ ମିଶି ଉଦ୍ଦେଶ୍ୟମୂଳକ ଭାବେ ଗଣ୍ଡଗୋଳ କରି ମୋବାଇଲରେ ଫଟୋ ଉଠାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ ଦମ୍ଭର ସହ କହିଛନ୍ତି । ଏହାର କାରଣ ବି ଗର୍ବର ସହ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରେ ପ୍ରାର୍ଥୀ ହେବାକୁ କୁଆଡ଼େ ତାଙ୍କର ମନ ଥିଲା । ମାତ୍ର ବିଜେପି ତାଙ୍କୁ ଟିକେଟ୍ ଦେଇନି । ହିଞ୍ଜିଳିରେ ଲଢ଼ିବେନି ତ ଆଉ କେଉଁଠି ଲଢ଼ିବେନି । ତେଣୁ ସେ ଏଥର ପ୍ରାର୍ଥୀ ହେଉନାହାନ୍ତି ବୋଲି ଜଗଦ୍ଦେବ କହିଛନ୍ତି । ଏହା ତାଙ୍କର କଟାକ୍ଷ ନା ବାସ୍ତବ ଇଚ୍ଛା ତାହା ଆଗାମୀ ଦିନରେ ଜଣାପଡ଼ିବ ।

କାରଣ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଭାବେ ଏକ ସମାବେଶରେ ଘୋଷଣା କରିଥିଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା । ଯାହାକୁ ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତରାଏ ଖୋଲାଖୋଲି ଚାଲେଂଜ କରିଥିଲେ । ସେ ତାଙ୍କ ସମର୍ଥକମାନଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ଜଗଦ୍ଦେବଙ୍କ ସମ୍ଭାବ୍ୟ ପ୍ରାର୍ଥତ୍ୱ ବିରୋଧରେ ପ୍ରବଳ ନାରାବାଜି କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ହସ୍ତକ୍ଷେପ ପରେ ଅବସ୍ଥା ଶାନ୍ତ ପଡ଼ିଥିଲା ।

ଛଣଗିରି ଗାଁରେ ଘଟିଥିବା ଗତକାଲିର ଘଟଣାକୁ ନେଇ ବିଜେଡି ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ କାର୍ଯ୍ୟରତ ସାମ୍ବାଦିକ ପ୍ରକାଶ ହାତୀଙ୍କ ମରଣାନ୍ତକ ଆକ୍ରମଣ କରିବା ଏବଂ ମାମଲା ରଫାଦଫା କରିବା ପାଇଁ ଜଙ୍କିଆ ଥାନା ଆଇଆଇସିଙ୍କୁ ଧମକଚମକ ଦେଉଛନ୍ତି ବୋଲି ବିଜେଡିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାମ୍ବାଦିକଙ୍କ ଆକ୍ରମଣକାରୀ ଏବଂ ଭାରତର ନିର୍ବାଚନ କମିସନଙ୍କ ନାଁ ନେଇ ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଧମକ ଦେଉଥିବା ସଂପୃକ୍ତ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ସ୍ମାରକପତ୍ର ଜରିଆରେ ଦାବି କରିଛନ୍ତି ।

Previous Post

ପୂର୍ବତନ ମନ୍ତ୍ରୀ ଡା. କମଳା ଦାସଙ୍କ ପରଲୋକ

Next Post

‘ଅଫିସରଙ୍କୁ ଧମକାଉଛନ୍ତି ବିଜେପି ନେତା’

Next Post
‘ଅଫିସରଙ୍କୁ ଧମକାଉଛନ୍ତି ବିଜେପି ନେତା’

'ଅଫିସରଙ୍କୁ ଧମକାଉଛନ୍ତି ବିଜେପି ନେତା'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA