Monday, November 16, 2026 05:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟ ସରକାର ଆଦିବାସୀ ବିରୋଧୀ: ଧର୍ମେନ୍ଦ୍ର

by Our Correspondent
30 Apr, 2024- 08:45 PM
in Latest News
1 min read
0
ରାଜ୍ୟ ସରକାର ଆଦିବାସୀ ବିରୋଧୀ: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାର ଆଦିବାସୀ ବିରୋଧୀ ସରକାର । ଦଳିତ ଓ ପଛୁଆ ଜାତି ବିରୋଧୀ ସରକାର । ଆଦିବାସୀ ମାନଙ୍କର ଜମି ବିକ୍ରି ହୋଇପାରିବ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ଅଛି । ମାତ୍ର ଆଦିବାସୀଙ୍କ ଜମିକୁ ଛଡାଇ ସେମାନଙ୍କୁ ତଳିତଳାନ୍ତ କରିବା ପାଇଁ ହୀନ ଚକ୍ରାନ୍ତ କିଏ କରିଥିଲେ ? ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ ଓଡ଼ିଶା ସରକାର କ୍ୟାବିନେଟ୍ ନିଷ୍ପତି ନେଇନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଦେବଗଡ଼ଠାରେ ଧର୍ମେନ୍ଦ୍ର କହିଛନ୍ତି ଯେ ନିର୍ବାଚନ ପ୍ରଚାର ବେଳେ ନବରଙ୍ଗପୁର ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ଆଧାରରେ ଗୁମାସ୍ତାଙ୍କ କଥାରେ ମନ୍ତବ୍ୟ ଦେଇଛନ୍ତି । ଉକ୍ତ ଭିଡିଓ ନକଲି ବୋଲି ପ୍ରମାଣିତ ହୋଇ ସାରିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇସାରିଛି । ନିର୍ବାଚନ ପ୍ରଚାର ସମୟରେ ଅପପ୍ରଚାର କରିବା, ମିଛର ସାହାରା ନେବା ବିଜେଡି ବିଶେଷ ଭାବରେ ଗୁମାସ୍ତାଙ୍କ ଅଭ୍ୟାସ ହୋଇଛି । ରାଜ୍ୟ ବାହାରର ଗୁମାସ୍ତାଙ୍କ ପ୍ରରୋଚନାରେ ଶ୍ରୀ ମାଝୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଏପରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ତାଙ୍କର ଏପରି ବୟାନ ଗଣମାଧ୍ୟମରେ ଘୁରିବୁଲୁଛି । ଦେଶର ଗୃହମନ୍ତ୍ରୀଙ୍କ ଉପରେ ଏପରି ଅପପ୍ରଚାର ଗ୍ରହଣୀୟ ନୁହେଁ ।  ଏହାକୁ ବିଜେପି ପକ୍ଷରୁ କୋଠର ଶବ୍ଦରେ ନିନ୍ଦା କରାଯାଉଛି । ଖୁବ ଶୀଘ୍ର ବିଜେପିର ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ ଦାବି ପତ୍ର ଦେବେ ଏବଂ ଥାନାରେ ଏତଲା ଦାୟର ମଧ୍ୟ କରାଯିବ ।  

ଧର୍ମେନ୍ଦ୍ର କହିଛନ୍ତି ଯେ ଦେଶର ଗୃହମନ୍ତ୍ରୀଙ୍କ ନାଁରେ ଭୁଲ ମନ୍ତବ୍ୟ ଦେବା ଭଳି ସଙ୍ଗୀନ ଅପରାଧ କିଛି ହୋଇନପାରେ । ଆଦିବାସୀ ସୁରକ୍ଷା ନେଇ ରାଜ୍ୟ ସରକାର ଅନ୍ତତଃ କହିବା ଠିକ୍ ନୁହେଁ । ଆଦିବାସୀଙ୍କ ଜମି ବିକିବା ପାଇଁ କିଏ କ୍ୟାବିନେଟ୍ ନିଷ୍ପତ୍ତି କରିଥିଲା ? ମୁଖ୍ୟମନ୍ତ୍ରୀଙ୍କର ଯଦି ଟିକିଏ ନୈତିକତା ଅଛି, ସେ ନିଜ ଦଳର କଥା ପ୍ରକାଶ କରନ୍ତୁ । ସେ ପୁଞ୍ଜିପତିଙ୍କୁ ଦେବା ପାଇଁ ଗତବର୍ଷ ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ କି ନାହିଁ ? ପୁଣି ଅଦିବାସୀଙ୍କ ଚାପରେ କ୍ୟାବିନେଟ୍ ନିଷ୍ପତି ବଦଳାଇ ନଥିଲେ କି ? ସମ୍ବିଧାନକୁ ବଦଳାଇ ଆଦିବାସୀଙ୍କୁ ତଳିତଳାନ୍ତ କରିବାର ଷଡଯନ୍ତ୍ରୀ କିଏ କରିଥିଲା ?

ମୁଖ୍ୟମନ୍ତ୍ରୀ ଦରଦୀ ବୋଲି କୁହାଯାଉଛି । ସେମାନେ ପ୍ରଥମେ ଆଦିବାସୀଙ୍କ ବିରୋଧରେ ୫୦ ହଜାରରୁ ଅଧିକ ଅବକାରୀ,ଜଙ୍ଗଲ ଓ ଅନ୍ୟାନ୍ୟ ମାମଲା ରୁଜୁ କରାଇଲେ । ପରେ ୫୦ ହଜାର ମାମଲା ଉଠାଇ ଦେବା କଥା କହିଲେ । ଆଦିବାସୀ ଲୋକ ମହୁଲ ଗୋଟାଇବନି ତ କଣ କରିବ ? ଜଙ୍ଗଲଜାତ ଦ୍ରବ୍ୟ ଆଣି ଭରଣପୋଷଣ କରିବେ ନାହିଁ ତ କଣ କରିବେ? ଝାଡଖଣ୍ଡର ମଦ ମାଫିଆକୁ ନିଜର ବ୍ୟବସାୟକୁ ବଢାଇବା ପାଇଁ ଓଡ଼ିଶା ସରକାର ସ୍ୱାଧୀନତା ଦେଉଛନ୍ତି ଅଥଚ ଆଦିବାସୀଙ୍କ ନାଁରେ ଏଭଳି ବିଷୟରେ ମାମଲା ରୁଜୁ କରୁଛନ୍ତି ।  ତାଙ୍କର ନୀରବତା ଓ ସରଳତାକୁ ଗୁମାସ୍ତା ଓ ସରକାର ବୋକାମୀ ଭାବୁଛନ୍ତି । ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ବିଜେଡି ନେତାଙ୍କ ନୀତି । ବଡ ବଡିଆଙ୍କୁ ସରକାରୀ ଟିକସ ପଇସାରେ ଚିକିତ୍ସା କରାଇବେ କିନ୍ତୁ ଗରିବ ଆଦିବାସୀଙ୍କ ଚିକିତ୍ସା ପାଇଁ ସେମାନଙ୍କ ଜମି ବିକ୍ରି କରିବାକୁ କହିବେ । ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ ନକରିବାରେ ନବୀନ ପଟ୍ଟନାୟକଙ୍କ ସରକାର ଆଗରେ ଅଛନ୍ତି । ଟ୍ରାଇବାଲ ଆଡ଼ିଭାଇଜରୀ କମିଟିର ବୈଠକ ବସୁନାହିଁ । ଏଥର ନିର୍ବାଚନରେ ଆଦିବାସୀ ବିରୋଧୀ ସରକାରକୁ ଲୋକମାନେ ହଟାଇବେ ।  

ସେହିପରି ଆଉ ଏକ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ଯେ ଓଡ଼ିଶାରେ ୫ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ବି ଗଞ୍ଜାମ ଜିଲ୍ଲା ଦାଦନର ଏନ୍ତୁଡିଶାଳ ଏବଂ ହିଞ୍ଜିଳି ତା’ର ମୂଳ କେନ୍ଦ୍ର ହୋଇଛି । କଣ୍ଟାବାଞ୍ଜିରେ ମଧ୍ୟ ଅନୁରୂପ ସ୍ଥିତି । ମୁଖ୍ୟମନ୍ତ୍ରୀ ଆଜି ହିଞ୍ଜିଳି ପାଇଁ ପ୍ରାର୍ଥି ପତ୍ର ଦାଖଲ କରିଥିବା ବେଳେ ଦୀର୍ଘ ୨୪ ବର୍ଷ ଶାସନରେ ହିଞ୍ଜିଳିର ଯୁବକ ଯୁବତୀଙ୍କ ରୋଜଗାର ପାଇଁ  କ’ଣ ବ୍ୟବସ୍ଥା କରିଛନ୍ତି, ସେ ଏହା ଉପରେ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଦାବିକୁ ଦୋହରାଇଛନ୍ତି ।

ତେବେ ବିଜେଡି ପକ୍ଷରୁ ଏହାର ପ୍ରତିକ୍ରିୟା ଆସିନାହିଁ ।

Previous Post

‘ଜେଲ ଖାତାରେ ନାଁ ଲେଖାଇଥିବା ବ୍ୟକ୍ତିଙ୍କ ଜାଗା ଜେଲରେ’

Next Post

ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଲେ ପାଣ୍ଡିଆନ୍

Next Post
ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଲେ ପାଣ୍ଡିଆନ୍

ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA