Tuesday, April 28, 2026 09:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଲେ ପାଣ୍ଡିଆନ୍

'କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ'

by Our Correspondent
01 May, 2024- 09:04 PM
in Latest News, News, Politics
1 min read
0
ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଲେ ପାଣ୍ଡିଆନ୍

ଭୁବନେଶ୍ୱର: ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ସକାଳେ ସେ କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପ୍ରଚାର କରିଥିଲା ବେଳେ ଅପରାହ୍ନରେ ଛତ୍ରପୁରରେ ପ୍ରଚାର କରିଥିଲେ । ଶ୍ରୀ ପାଣ୍ଡିଆନ୍ ରୋଡ୍ ସୋ’ କରିବା ସହ ବିଭିନ୍ନ ଜାଗାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ କବିସୂର୍ଯ୍ୟନଗର, ଦିଗପହଣ୍ଡି ଓ ଛତ୍ରପୁର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ସେ ନିବେଦନ କରିଥିଲେ ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ବିରୋଧୀ ଦଳଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲେ । କହିଥିଲେ, ଠକମାନଙ୍କ ସ୍ଥାନ ଜେଲ୍ ରେ । ଗଞ୍ଜାମବାସୀ ଏଭଳି ଠକମାନଙ୍କୁ କେବେ ଗୁଲିପାରିବେ ନାହିଁ । ଠକମାନଙ୍କୁ ସଂସଦ ପଠାଇବେ ନାହିଁ ।

ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ପ୍ରଚାର ଉପରେ ଆକ୍ରମଣ କରି ସେ କହିଲେ ଯେ ଥରେ କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ । ଉଦାହରଣ ଦେଇ ସେ କହିଲେ ଯେ ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି । ଛତିଶଗଡ଼ ଓ ରାଜସ୍ଥାନରେ ଏପଟ ସେପଟ ହେଉଛି । ଡବଲ ଇଞ୍ଜିନ ଯଦି ଏତେ ଷ୍ଟ୍ରଙ୍ଗ, ତେବେ ବାରମ୍ବାର ଯାଉଚି ଆଉଚି କାହିଁକି? ସ୍ଥିର ସରକାର ନାହିଁ କାହିଁକି?

ଡବଲ୍ ଇଞ୍ଜିନ୍ ଓ ନବୀନ ଇଞ୍ଜିନ୍ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇବାକୁ ଯାଇ ଶ୍ରୀ ପାଣ୍ଡିଆନ୍ କହିଥିଲେ,

ଡବଲ ଇଞ୍ଜିନ ସରକାରରେ ଦୈନିକ ମଜୁରି ମାତ୍ର ୩୦୦ ଟଙ୍କାରୁ ସାମାନ୍ୟ ଅଧିକ, କିନ୍ତୁ ନବୀନ ଇଂଜିନରେ ଏହା ୪୫୦ ଟଙ୍କା।ଡବଲ ଇଞ୍ଜିନ ସରକାରରେ ଭତ୍ତା ମାତ୍ର ୩୦୦ ଟଙ୍କା, ନବୀନ ଇଞ୍ଜିନ ସରକାରରେ ଭତ୍ତା ୧୦୦୦ ଟଙ୍କା ।

ଆୟୁଷ୍ମାନ ଭାରତ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ଆୟୁଷ୍ମାନ ଭାରତର ଜୋରଦାର ପ୍ରଚାର କରାଯାଉଛି। କିନ୍ତୁ ସତ କଣ ଆପଣ ଜାଣନ୍ତୁ। ସାରା ଦେଶ ପାଇଁ ଆୟୁଷ୍ମାନ ଭାରତରେ ବଜେଟ ହେଉଛି ୬୦୦୦ କୋଟି ଟଙ୍କା। ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ଟଙ୍କା । କିନ୍ତୁ, BSKYରେ ଆମର ବର୍ଷକୁ ଖର୍ଚ୍ଚ ହେଉଛି ୫୦୦୦ କୋଟି ଟଙ୍କା। ଗରିବର ସ୍ୱାସ୍ଥ୍ୟ ଚିନ୍ତା ଓଡ଼ିଶାରେ ନାହିଁ। ଡବଲ ଇଞ୍ଜିନ କଥା ଆପଣ କେବଳ ନିର୍ବାଚନ ସମୟରେ ଶୁଣିବେ, ତା ପରେ ତାଙ୍କର ଦେଖା ନ ଥିବ । Double Engine ହେଉଛି vote Engine। ବାକି ସବୁ ସମୟରେ ନବୀନ ଇଞ୍ଜିନ ଆପଣଙ୍କ ସାଥିରେ, ଆପଣଙ୍କ ଦୁଃଖ ସୁଖ ସବୁଥିରେ ରହିଛି, ରହିଥିବ । ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ । ଲୋକଙ୍କ ପାଇଁ କାମ କରିବାର ଇଞ୍ଜିନ, ସେବାର ଇଞ୍ଜିନ ।

ଗଞ୍ଜାମରେ ତାଙ୍କର କର୍ମ ମୟ ଜୀବନର ସମୟକୁ ମନେ ପକାଇ ଶ୍ରୀ ପାଣ୍ଡିଆନ୍ ଭାବ ପ୍ରବଣ ହୋଇ ପଡ଼ିଥିଲେ। ଗଞ୍ଜାମବାସୀ, ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ମୁ କେବେ ଭୁଲି ପାରିବି ନାହିଁ ବୋଲି ସେ କହିଥିଲେ । ଛତ୍ରପୁର ବାସୀ ମୋତେ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି ବୋଲି ସେ କହିଥିଲେ। ସେ କହିଥିଲେ ଯେ ମୋ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା ତାରା ତାରିଣିଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ବୋଲି ମଧ୍ୟ ସେ କହିଥିଲେ।

Previous Post

ରାଜ୍ୟ ସରକାର ଆଦିବାସୀ ବିରୋଧୀ: ଧର୍ମେନ୍ଦ୍ର

Next Post

ପୋଖରୀପୁଟ ଡିଏଭିର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ

Next Post
ପୋଖରୀପୁଟ ଡିଏଭିର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ

ପୋଖରୀପୁଟ ଡିଏଭିର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA