Saturday, July 11, 2026 02:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ଶେଷ

by Our Correspondent
30 May, 2024- 07:59 PM
in Latest News, News, Politics
1 min read
0
୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ଶେଷ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ପର୍ବ ଆଜି ଶେଷ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ଶନିବାର ଦିନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଜୁନ୍ ୪ ତାରିଖ ଭୋଟ ଫଳାଫଳକୁ ସମସ୍ତଙ୍କର ଅପେକ୍ଷା ରହିବ ।

ଏଥର ବିଜେଡି ଏବଂ ବିଜେପି ମଧ୍ୟରେ ଘମାଘୋଟ ପ୍ରଚାର ହୋଇଥିଲା । କଂଗ୍ରେସ ସେମାନଙ୍କ ତୁଳନାରେ ପଛରେ ପଡ଼ିଯାଇଥିଲା । ବିଜେଡି ପକ୍ଷରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ଷ୍ଟାର୍ ପ୍ରଚାରକ ଭାବେ ସାରା ରାଜ୍ୟ ବୁଲିଥିବା ବେଳେ ବିଜେଡିର ଦୁଇ ନମ୍ବର ଷ୍ଟାର୍ ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।

ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ମାଳ ମାଳ କେନ୍ଦ୍ରୀୟ ନେତାଙ୍କୁ ଦେଖିବାକୁ ମିଳିଥିଲା । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ୪ ଥର ନିର୍ବାଚନ ପ୍ରଚାରରେ ଆସିଥିଲେ । ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଓ ପୁରୀରେ ରୋଡ୍ ସୋ’ କରିଥିବା ବେଳେ ବ୍ରହ୍ମପୁର, ନବରଙ୍ଗପୁର, ଫୁଲବାଣୀ, ବଲାଙ୍ଗୀର, ବରଗଡ଼, ଅନୁଗୁଳ, କଟକ, ବାରିପଦା, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧିତ କରିଥିଲେ ।

ସେହିଭଳି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହ ଓଡ଼ିଶାକୁ ବାରମ୍ବାର ନିର୍ବାଚନ ପ୍ରଚାରରେ ଆସିଥିଲେ । ରାଜନାଥ ସିଂହ, ନୀତିନ ଗଡ଼କରୀ, ସ୍ମୃତି ଇରାନୀ, ଯୋଗୀ ଆଦିତ୍ୟନାଥ, ବିଷ୍ଣୁ ଦେଓ ସାଇ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏଠି ଏକପ୍ରକାର ଡେରା ପକାଇ ଦେଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତୃଣମୂଳସ୍ତରରେ ଓଡ଼ିଶାର ନିର୍ବାଚନ ପରିଚାଳନା ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦର ଯାଦବ । ରାଜସ୍ଥାନ, ଛତିଶଗଡ଼ ପ୍ରଭୃତି ରାଜ୍ୟରୁ ସଂଘ କର୍ମୀମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଛାଇ ଯାଇଥିଲେ ।

ବିଜେପି ପ୍ରଚାରର ମୁଖ୍ୟ କେନ୍ଦ୍ରବିନ୍ଦୁ ପ୍ରଧାନମନ୍ତ୍ରୀ ମୋଦୀ ଥିଲା ବେଳେ ପ୍ରତିପକ୍ଷର ମୁଖ୍ୟ ଆକ୍ରମଣବିନ୍ଦୁ ଥିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ । ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପଛରେ ପଡ଼ିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମେତ ଜେପି ନଡ୍ଡା, ଅମିତ୍ ଶାହା, ଯୋଗୀ ଆଦିତ୍ୟନାଥ ତାଙ୍କୁ ତାମିଲ ବାବୁ କହି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିବାକୁ ଚାହିଁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସେମାନେ ବିଭିନ୍ନ ମନ୍ତବ୍ୟ ଦେଇଥିଲେ । ଏହାଛଡ଼ା ରତ୍ନଭଣ୍ଡାର ଚାବି, ଚିଟଫଣ୍ଡ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିଜେଡି ସରକାରଙ୍କ ବିରୋଧରେ ଅସ୍ତ୍ର କରିଥିଲେ । ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ତାରିଖ ଏବଂ ଓଡ଼ିଶାରେ ଏଥର ଡବଲ୍ ଇଞ୍ଜିନ୍ ସରକାର ବୋଲି ସମସ୍ତେ ବାରମ୍ବାର ଶୁଣାଇଥିଲେ ।

ସବୁଠାରୁ ଅଧିକ ତାଉ ଦେଖାଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ନବୀନ ପଟ୍ଟନାୟକ ଏବଂ ଖାସ୍ କରି ପାଣ୍ଡିଆନଙ୍କ ବିରୋଧରେ ସେ ବିଭିନ୍ନ କାହାଣୀ ଶୁଣାଇ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବେ ବୋଲି ମଧ୍ୟ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ।

ବିଜେପି ଶୀର୍ଷ ନେତାଙ୍କ ଘନ ଘନ ଆକ୍ରମଣକୁ ସମ୍ଭାଳିଥିଲେ ପାଣ୍ଡିଆନ୍ । ସେମାନେ ପଚାରିଥିବା ସବୁ ପ୍ରଶ୍ନର ଜବାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିରୋଧୀଙ୍କୁ କଡ଼ା ଜବାବ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସାରା ରାଜ୍ୟ ବୁଲି ରୋଡ୍ ସୋ’ କରିଥିଲେ । ବିଭିନ୍ନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ କହିଥିଲେ ଯେ ବିରୋଧୀ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ବେଳେ ପର୍ଯ୍ୟଟକ ଭଳି ଓଡ଼ିଶା ଆସୁଛନ୍ତି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି । ଏହାକୁ ଭୋଟର ବିଶ୍ୱାସ ନ କରିବାକୁ ଅପିଲ୍ କରିଥିଲେ । ନବୀନ ସରକାରଙ୍କ ଦ୍ୱାରା ରାଜ୍ୟରେ ବିକାଶର ଚିତ୍ର ଏବଂ ଆଗାମୀ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ଲୋକଙ୍କୁ ଜଣାଇଥିଲେ । ବିଜେଡି ରାଜ୍ୟରେ ପୁଣିଥରେ ସରକାର ଗଢ଼ିବ ଏବଂ ଜୁନ୍ ୯ ରେ ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଶପଥ ନେବେ ବୋଲି ନିଶ୍ଚିତ କରାଇଥିଲେ ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିଥିଲେ । ବିଜେପି ଏବଂ ବିଜେଡି ବିରୋଧରେ ପ୍ରଭାବୀ ଭାଷଣ ଦେଇ କଂଗ୍ରେସ ସପକ୍ଷରେ ଭୋଟ ମାଗିଥିଲେ ।

Previous Post

ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି

Next Post

ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିିର କରିବେ: ନବୀନ

Next Post
ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିିର କରିବେ: ନବୀନ

ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିିର କରିବେ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA