Wednesday, June 24, 2026 08:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି

କିଟ୍‍ ପକ୍ଷରୁ ପ୍ରତି ଖେଳାଳିଙ୍କୁ ୭ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି

by Our Correspondent
18 Jul, 2024- 09:42 PM
in Latest News, News
1 min read
0
ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି
ଭୁବନେଶ୍ୱର: ଜୁଲାଇ ୨୬ରୁ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ୍‍ ଅଲିମ୍ପିକ୍‍ସ ୨୦୨୪ରେ କିଟ୍‍ ଓ କିସ୍‍ର ୧୨ଜଣ ଖେଳାଳି ସାମିଲ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି। କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍‍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ୍‍ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। ଏହା କିଟ୍‍, ଓଡ଼ିଶା ତଥା ଭାରତ ପାଇଁ ଗୌରବର ବିଷୟ।
ଏ ନେଇ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଖେଳାଳି ଭର୍ଚୁଆଲରେ ଉପସ୍ଥିତ ଥିଲେ। ଅଲିମ୍ପିକ୍‍ସ ପାଇଁ ଖେଳାଳିମାନେ ୟୁରୋପର ବିଭିନ୍ନ ଦେଶରେ ବର୍ତ୍ତମାନ ତାଲିମରତ ଥିବାରୁ ସେମାନେ ଭର୍ଚୁଆଲରେ ଉପସ୍ଥିତ ରହିଥିଲେ। ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୭ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ । ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ସାମନ୍ତ ସେମାନଙ୍କ ସଫଳତା କାମନା କରିଥିଲେ। ଖେଳାଳିଙ୍କ ଉଦ୍ଦେଶ୍ୟରେ ଶ୍ରୀ ସାମନ୍ତ କହିଲେ, ତୁମମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗ ପାଇଁ ତୁମେମାନେ ଦେଶକୁ ଗୌରବ ଆଣିଦେବ ବୋଲି ଆମର ଦୃଢ଼ ବିଶ୍ୱାସ।
ପ୍ୟାରିସ୍‍ ଅଲିମ୍ପିକ୍‍ସ ୨୦୨୪ରେ କିଟ୍‍ରୁ ଯୋଗଦେଇଥିବା ଖେଳାଳିମାନେ ହେଲେ ହକିରେ ଅମିତ ରୋହିଦାସ, ଜାଭେଲିନ୍‍ ଥ୍ରୋରେ କିଶୋର କୁମାର ଓ ଅନ୍ନୁ ରାଣୀ, ସଟ୍‍ପୁଟରେ ତେଜିନ୍ଦର ସିଂହ ତୁର ଓ ଆଭା ଖଟୁଆ, ୩ହଜାର ଓ ୫ହଜାର ମିଟର ଷ୍ଟିପ୍‍ଲଚେଜରେ ପାରୁଲ ଚୌଧୁରୀ, ୨୦ କିଲୋମିଟର ରେସ୍‍ ୱାକ୍‍ ଓ ମାରାଥନ ରେସ୍‍ ୱାକ୍‍ ମିକ୍‍ସଡ ରିଲେରେ ପ୍ରିୟଙ୍କା, ୧୦୦ ମିଟର ହର୍ଡଲ୍‍ସରେ ଜ୍ୟେତି ୟାରାଜି,  ୪x୪୦୦ମିଟର ରିଲେ ଟିମରେ ପ୍ରାଚୀ, ୫ହଜାର ମିଟରରେ ଅଙ୍କିତା, ୨୦ କିଲୋମିଟର ରେସ୍‍ ୱାକରେ ପରମଜିତ୍‍ ସିଂହ ବିଷ୍ଟ, ମାରାଥନ ରେସ୍‍ ୱାକ୍‍ ମିକ୍‍ସଡ ରିଲେ ଟିମରେ ସୂରଜ ପନୱାର ସାମିଲ ହୋଇଛନ୍ତି।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରୁ ସର୍ବାଧିକ ଅଲିମ୍ପିଆନ୍‍ ତିଆରି ହୋଇ ଅଲିମ୍ପିକସରେ ଅଂଶଗ୍ରହଣ କରୁଛନ୍ତି । କିଟ୍‍ ଓ କିସ୍‍ରୁ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଲିମ୍ପିଆନ୍‍, ୨ଜଣ ପାରାଅଲିମ୍ପିଆନ୍‍ ତିଆରି ହୋଇସାରିଲେଣି। ସେମାନେ ୨୦୧୬ ରିଓ ଅଲିମ୍ପିକ୍‍ସ, ୨୦୨୦ ଟୋକିଓ ଅଲିମ୍ପିକ୍‍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ୧୨ଜଣ ୨୦୨୪ ପ୍ୟାରିସ୍‍ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ମଧ୍ୟ ରହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଯୁଗ୍ମ ସମ୍ପାଦକ ପ୍ରଫେସର ବଲଜିତ୍‍ ସିଂହ ସେଖାଓଁ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ମୁଖ୍ୟ ଆଥଲେଟିକ କୋଚ ସଞ୍ଜୟ କୁମାର ଗଡ଼ନାୟକ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ଯୋଗ ବିଭାଗ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Previous Post

ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସାଢ଼େ ୭ ଘଣ୍ଟା

Next Post

ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ

Next Post
ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ

ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA