Wednesday, April 22, 2026 03:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସାଢ଼େ ୭ ଘଣ୍ଟା

by Our Correspondent
18 Jul, 2024- 09:36 PM
in Latest News, News
1 min read
0
ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସାଢ଼େ ୭ ଘଣ୍ଟା

ଭୁବନେଶ୍ୱର: ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରୁ ଆଜି ରତ୍ନ ଅଳଙ୍କାର ସବୁକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ସହାୟତା ୧୧ ଜଣିଆ ତଦାରଖ କମିଟି ଦ୍ୱାରା ଏହି ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଛି । ଭିତରେ ୩ଟି ସିନ୍ଦୁକ ଓ ୪ଟି ଆଲମିରାରେ ଅଳଙ୍କାର ଭର୍ତ୍ତି ଥିଲା । ସମ୍ପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଥିଲା । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇ ତାଲା ପକାଯାଇଛି । ଭିତରେ ଗୁପ୍ତ ଭଣ୍ଡାର ଏବଂ ଗୁପ୍ତ ସୁଡ଼ଙ୍ଗ ରହିଥିବା ଚର୍ଚ୍ଚାକୁ ତଦାରଖ କମିଟି ଅଧ୍ୟକ୍ଷ ଖଣ୍ଡନ କରିଛନ୍ତି । କମିଟି ସଦସ୍ୟମାନଙ୍କ ଆଖିରେ ସେଭଳି କିଛି ଦୃଶ୍ୟମାନ ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି ।

ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଆଜି ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । କୌଣସି ଅଘଟଣ ଏଡ଼ାଇବା ପାଇଁ ସେତେବେଳେ ଶ୍ରୀମନ୍ଦିର ବାହାରେ ସ୍ନେକ ହେଲପଲାଇନ୍ ସଦସ୍ୟ, ଓଡ୍ରାଫ୍ ବାହିନୀକୁ ସଜାଗ ରଖାଯାଇଥିଲା । ରତ୍ନଭଣ୍ଡାରକୁ ତଦାରଖ କମିଟି ଭଲଭାବେ ଅନୁଧ୍ୟାନ କଲା ପରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭିତରେ ତିନୋଟି କାଠ ଆଲାମିରା, ଗୋଟିଏ ଷ୍ଟିଲ୍ ଆଲମିରା, ଦୁଇଟି କାଠ ସିନ୍ଦୁକ ଏବଂ ଗୋଟିଏ ଲୁହା ସିନ୍ଦୁକରେ ଥିବା ରତ୍ନ ଅଳଙ୍କାରକୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସ୍ଥାନାନ୍ତର କରାଯାଇଥିଲା । ଏହି ପ୍ରକ୍ରିୟା ଅପରାହ୍ନ ୫ଟା ୧୫ ମିନିଟ୍ ରେ ସରିଥିଲା ।

ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି, ଭିତରେ ଗୁପ୍ତ ଭଣ୍ଡାର ଏବଂ ଗୁପ୍ତ ସୁଡ଼ଙ୍ଗ ଥିବା ଯାହା କୁହାଯାଉଛି ସେଭଳି କିଛି ଦେଖିବାକୁ ମିଳିନାହିଁ । ଏଭଳି ଚର୍ଚ୍ଚା ତଥ୍ୟ ପର୍ଯ୍ୟବେସିତ ନୁହେଁ । ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ କହିବୁ ବୋଲି ସେ କହିଥିଲେ । ସରକାର ଏ ନେଇ ଅନୁମତି ଦେଲେ ଲେଜର ସ୍କାନିଂ ପାଇଁ ଆଗେଇବୁ । ରାଜ୍ୟ ସରକାରଙ୍କ ଅନୁମତି ପରେ ଭିତରର ଲେଜର୍ ସ୍କାନିଂ ବେଳେ ସବୁ ସ୍ପଷ୍ଟ ହୋଇଯିବ । ରତ୍ନଭଣ୍ଡାରରେ କ’ଣ ଅଛି ସେ ସମ୍ପର୍କରେ କିଛି କହିବାକୁ ସେ ମନା କରିଥିଲେ । ଭିତରେ ଯାହା ଦେଖିଲୁ ତାହା ମୁଣ୍ଡକୁ ଯିବ, ତୁଣ୍ଡକୁ ଆସିବନି । ଏଥିପାଇଁ ଆମେ ସଦସ୍ୟମାନେ ଶପଥ ନେଇଛୁ ବୋଲି ଜଷ୍ଟିସ୍ ରଥ କହିଥିଲେ ।

Previous Post

କିଏ ଛାୟା ମୁଖ୍ୟମନ୍ତ୍ରୀ? ନବୀନ ନା ପାଣ୍ଡିଆନ୍

Next Post

ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି

Next Post
ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି

ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA