Wednesday, April 22, 2026 01:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଏ ଛାୟା ମୁଖ୍ୟମନ୍ତ୍ରୀ? ନବୀନ ନା ପାଣ୍ଡିଆନ୍

ବିରୋଧୀ ଦଳର ଛାୟା ମନ୍ତ୍ରିମଣ୍ଡଳ

by Our Correspondent
18 Jul, 2024- 10:33 AM
in Latest News, News
1 min read
0
କିଏ ଛାୟା ମୁଖ୍ୟମନ୍ତ୍ରୀ? ନବୀନ ନା ପାଣ୍ଡିଆନ୍

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ସବୁ ବିଧାୟକଙ୍କୁ ମିଳିଛି ସରକାରୀ ବିଭାଗର ଦାୟିତ୍ୱ । ସଂପୃକ୍ତ ବିଭାଗଗୁଡ଼ିକର କାର୍ଯ୍ୟକଳାପକୁ ସେମାନେ ଜଗିବେ । ଏହି ଦାୟିତ୍ୱ ଘୋଷଣା ହେବା ପରେ କିଛି ବିଧାୟକଙ୍କ ଖୁସି କହିଲେ ନ ସରେ । ନବୀନ ସରକାରରେ ମନ୍ତ୍ରୀ ତାଲିକାରେ ନାଁ ଯୋଡିବା ପାଇଁ ପୂର୍ବରୁ ଆଶା ବାନ୍ଧିଥିବା କିଛି ବିଧାୟକ ସୋସିଆଲ୍ ମିଡିଆରେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଛାୟା ସରକାରରେ ସେମାନେ ଯେ ଜଣେ ଜଣେ ମନ୍ତ୍ରୀ ସେହି ଭାବନାରେ ଉତଫୁଲ୍ଲିତ ହୋଇଛନ୍ତି । ଗତକାଲିଠାରୁ ଏହି ପ୍ରସଙ୍ଗ ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ବିଜେଡିର ଏହି ଛାୟା ସରକାରରେ ପ୍ରକୃତରେ କିଏ ମୁଖ୍ୟମନ୍ତ୍ରୀ ବୋଲି ଅନେକ ପ୍ରଶ୍ନ କରିଥିବାରୁ ତାହା କୌତୁହଳ ସୃଷ୍ଟି କରିଛି ।

ଏହି ପ୍ରଶ୍ନ ଏଥିପାଇଁ ଉଠିଛି ଯେ ନବୀନ ପଟ୍ଟନାୟକଙ୍କ ପାଖରେ ଭି.କେ.ପାଣ୍ଡିଆନ ପୂର୍ବଭଳି ଛାଇ ହୋଇ ରହିଥିବା ସମସ୍ତେ ହୃଦୟଙ୍ଗମ କରୁଛନ୍ତି । ବିଜେଡିର ନିର୍ବାଚନ ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ମୁଖ୍ୟ କାରଣ ହୋଇଥିଲେ ମଧ୍ୟ ନବୀନ ତାଙ୍କୁ ଛାଡ଼ି ପାରୁନାହାନ୍ତି । ପାଣ୍ଡିଆନ କାଳେ ଅସୁବିଧାରେ ପଡ଼ିବେ ସେଥିପାଇଁ ବିଧିବଦ୍ଧ ଭାବେ ପରାଜୟର କାରଣ ଖୋଜିବାକୁ ଇଚ୍ଛା କରୁନାହାନ୍ତି । ସେହି କାରଣରୁ ନିର୍ବାଚନ ବିପର୍ଯ୍ୟୟକୁ ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ଦଳର ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଗଠନ ହୋଇପାରୁନାହିଁ । ଦଳର ବରିଷ୍ଠ ନେତାମାନେ ଏ ସମ୍ପର୍କରେ ବାରମ୍ବାର ନବୀନଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେଲେଣି ।

ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ବିଜେଡିର ପୁରୁଣା ରାଜ୍ୟ ସଂଗଠନଗୁଡ଼ିକୁ ଭାଙ୍ଗି ଦିଆଗଲା । ନୂଆ ପଦକ୍ଷେପରେ, ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ସଂତୃପ୍ତ ମିଶ୍ର ନିଯୁକ୍ତି ପାଇଲେ । ୪ ଜଣ ଗଣମାଧ୍ୟମ ସଂଯୋଜକ, ୧୪ ଜଣ ରାଜ୍ୟ ମୁଖପାତ୍ର, ୫ ଜଣ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ନିଯୁକ୍ତି ଦିଆଗଲା । ବାକି ସବୁ ରାଜ୍ୟ ସଂଗଠନରେ ନବକଳେବରକୁ ଅପେକ୍ଷା କରାଯାଇଛି ।

ତେବେ ନବୀନ ବାବୁଙ୍କ ରାଜନୈତିକ ସଚିବ ଭାବେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ସଂତୃପ୍ତ ମିଶ୍ରଙ୍କ ନିଯୁକ୍ତିକୁ କେହି ଗ୍ରହଣ କରୁୂନାହାନ୍ତି । ପ୍ରକୃତରେ ଏହା ନବୀନଙ୍କର ନୁହେଁ, ବରଂ ପାଣ୍ଡିଆନଙ୍କ ନିଷ୍ପତ୍ତି ବୋଲି କୁହାଯାଉଛି । ଅର୍ଥାତ୍ ପୂର୍ବରୁ ନବୀନଙ୍କ ନାଁରେ ପାଣ୍ଡିଆନ୍ ଯେଉଁଭଳି ସବୁ ନିଷ୍ପତ୍ତି ନେଉଥିଲେ ସେହି ଧାରା ଏବେ ବି ଅପରିବର୍ତ୍ତିତ ରହିଛି । ସଂତୃପ୍ତଙ୍କୁ ଆଗରେ ରଖି ପାଣ୍ଡିଆନ ଦଳ ଉପରେ ନିୟନ୍ତ୍ରଣ ଜାରି ରଖିବାର କୌଶଳକୁ ଦଳରେ ସମସ୍ତେ ବୁଝିସାରିଲେଣି ।

ଏହା ସତ୍ୟ ଯେ, ଏକମାତ୍ର ପାଣ୍ଡିଆନଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ଉଜ୍ଜଳ ରାଜନୈତିକ କ୍ୟାରିୟରରେ କଳା ଛିଟା ଲାଗିଛି । ମାତ୍ର ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ପାଣ୍ଡିଆନଙ୍କୁ ନେଇ ନବୀନ ଅବିଚଳିତ ଥିବା କୁହାଯାଉଛି । ରାଜନୀତିରେ ଅପରିପକ୍ୱ ଓ ଅସଫଳ ପାଣ୍ଡିଆନଙ୍କୁ ନବୀନ ଛାଡ଼ିପାରୁନାହାନ୍ତି କି ଲୋକଙ୍କଠାରୁ ପ୍ରତ୍ୟାଖ୍ୟାତ ପାଣ୍ଡିଆନ୍ ନବୀନଙ୍କ ଉତ୍ତରାଧିକାରୀ ମାୟା ଜାଲରୁ ନିଜକୁ ମୁକ୍ତ କରିପାରୁନାହାନ୍ତି । ଯାହା ବିଜେଡି ପାଇଁ ଏବେ ବଡ଼ ସମସ୍ୟା ହୋଇଛି । ଏହାକୁ ନେଇ ଦଳର ବରିଷ୍ଠ ନେତାମାନେ ଆଶଙ୍କାରେ ପଡ଼ିଛନ୍ତି ।

ପାଣ୍ଡିଆନ୍ ସାମନାକୁ ଆସିବା ବନ୍ଦ କରିଥିଲେ ମଧ୍ୟ ନବୀନ ନିବାସରୁ ବିଜେଡିକୁ ପୂର୍ବଭଳି ନିୟନ୍ତ୍ରଣ କରୁଛନ୍ତି ଏବଂ ତାଙ୍କୁ ହିଁ ବିଜେଡି ଛାୟା ସରକାରର ମୁଖ୍ୟମନ୍ତ୍ରୀ କହିବା ଯଥାର୍ଥ ହେବ ବୋଲି ଦଳର ଜଣେ ବରିଷ୍ଠ ନେତା କ୍ଷୋଭର ସହ କହିଛନ୍ତି ।

Previous Post

ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ !

Next Post

ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସାଢ଼େ ୭ ଘଣ୍ଟା

Next Post
ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସାଢ଼େ ୭ ଘଣ୍ଟା

ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସାଢ଼େ ୭ ଘଣ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA