Tuesday, June 23, 2026 05:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦, ୫୮୬ କୋଟି

by Our Correspondent
24 Jul, 2024- 08:22 PM
in Latest News, News
1 min read
0
ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦, ୫୮୬ କୋଟି

ଭୁବନେଶ୍ୱର : ୨୦୨୪-୨୫ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ସୂଚନା ଦେଇଛନ୍ତି ।

୨୦୦୯ରୁ ୧୪ ମଧ୍ୟରେ ଓଡ଼ିଶାକୁ ରେଳ ବଜେଟ୍‌ ବାବଦରେ ବାର୍ଷିକ ପ୍ରାୟ ୮୩୮ କୋଟି ଟଙ୍କା ମିଳିଥିବା ବେଳେ କେବଳ ଚଳିତ ଆର୍ଥିକ ବର୍ଷରେ ଏହାର ସାଢ଼େ ୧୨ ଗୁଣ ଅର୍ଥବରାଦ କରାଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ରେଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଆଗ୍ରହ ଦେଖାଉଛନ୍ତି ଏବଂ ରାଜ୍ୟରେ ଜାରି ରହିଥିବା ରେଳ ପ୍ରକଳ୍ପ କାମର ସମୀକ୍ଷା କରୁଛନ୍ତି। ସେଥିପାଇଁ ଚଳିତ ବର୍ଷ ରାଜ୍ୟକୁ ରେକର୍ଡ ପରିମାଣର ରେଳ ଅନୁଦାନ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

ଗତ ଦଶ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ରେଳ ମନ୍ତ୍ରୀ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି ୫୩ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହୋଇଥିବା ସମୟରେ ୨୦୧୪ରୁ  ୨୦୨୪ ମଧ୍ୟରେ ଏହାର ୩ ଗୁଣ ଅଧିକ ଅର୍ଥାତ୍‌ ବାର୍ଷିକ ୧୮୩ କିଲୋମିଟର ନୂଆ ରେଳ ଟ୍ରାକ୍‌ ନିର୍ମାଣ ହୋଇଛି । କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ରେଳ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୫୪ ହଜାର ୪୩୪ କୋଟି ଟଙ୍କା ବ୍ୟୟରେ ୪ ହଜାର ୧୭ କିଲୋମିଟର ଲମ୍ବ ୪୦ଟି ରେଳ ଲାଇନ୍‌ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଛି । ଏହାବ୍ୟତୀତ ୨୦୧୪ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୨୭ଟି ଫ୍ଲାଇଓଭର ଏବଂ ଅଣ୍ଡର୍‌ ବ୍ରିଜ୍‌ କାମ ହୋଇଥିବା ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରିବା ଲାଗି କାମ ଜାରି ରହିଛି । ସେଗୁଡ଼ିକ ହେଲା : ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ଼ ରୋଡ୍, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ଭୁବନେଶ୍ୱର ନ୍ୟୁ, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣପୁର, ହରିଶଙ୍କର ରୋଡ୍, ହେମଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍, ଜଳେଶ୍ୱର, ଜରୋଳି, ଜୟପୁର, ଝାରସୁଗୁଡ଼ା ଜଙ୍କସନ୍‌, ଝାରସୁଗୁଡ଼ା ରୋଡ୍, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌, କୋରାପୁଟ ଜଙ୍କସନ୍‌, ଲିଙ୍ଗରାଜ ମନ୍ଦିର ରୋଡ୍‌, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନପୋଷ, ପାରଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରାଇରଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାଖୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ସାରୋ, ତାଳଚେର, ତାଳଚେର ରୋଡ୍, ଟିଟିଲାଗଡ଼ ଜଙ୍କସନ୍‌।

ରେଳ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡ଼ିକରେ ପ୍ରତ୍ୟେକ ଦିନ କିଛି ନା କିଛି ଅଗ୍ରଗତି ହେଉଛି । ବହୁ ବର୍ଷ ଧରି ଓଡ଼ିଶାରେ ରେଳ ବିକାଶ ପାଇଁ ଯାହା ଆବଶ୍ୟକତା ଥିଲା ସେସବୁ ଏବେ ପୂରଣ ହେଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

Previous Post

ପୁଲିସକୁ ଚୁପ୍ ବସେଇଲେ, ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ

Next Post

ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

Next Post
ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA