Tuesday, February 10, 2026 08:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

ତାଜୁବ କଲା ସୁନୀଲ ରାଉତଙ୍କ ସମ୍ପତ୍ତି

by Our Correspondent
25 Jul, 2024- 05:58 PM
in Latest News, News
1 min read
0
ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

ଭୁବନେଶ୍ୱର: ଦେଖିଲେ ଆଖି ଖୋସି ହୋଇଯାଉଥିବା ଏହି ସୁରମ୍ୟ କୋଠାଟି ହେଉଛି ବଲାଙ୍ଗୀର ଲୋୟଲ୍ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କର । ବାହାର ଯେତିକି ସୁରମ୍ୟ, ଭିତର ତାଠୁଁ ଅଧିକ ସୁରମ୍ୟ । ଇଣ୍ଟେରିୟର୍, ଘରର ସାଜ୍ଜସଜ୍ଜା ଏବଂ ଆସବାବପତ୍ର କୌଣସି ଫାଇଭ୍ ଷ୍ଟାର ହୋଟେଲଠାରୁ କମ୍ ନୁହେଁ । ଭୁବନେଶ୍ୱର ନିଳାଦ୍ରୀବିହାରରେ ଥିବା ଏହି ତିନିମହଲାର ପ୍ରାସାଦ ହେଉଛି ସୁନୀଲ ରାଉତଙ୍କ ଆବାସିକ ଘର । ଖାଲି ଏତିକି ନୁହେଁ । ଭୁବନେଶ୍ୱର ଓ ପୁରୀରେ ଚାରି ଚାରିଟା ବିଲଡିଂ ଓ ଫ୍ଲାଟ୍ ସାଙ୍ଗକୁ ଭୁବନେଶ୍ୱର, ପୁରୀ, କଟକ ଓ ଢ଼େଙ୍କାନାଳରେ ତାଙ୍କର ରହିଛି ୩୪ ଟି ପ୍ଲଟ୍ ଏବଂ ଫାର୍ମ ହାଉସ୍ । ବିପୁଳ ସମ୍ପତ୍ତି କମେଇଥିବା ଏହି ବାବୁ ଭିଜିଲାନସ୍ ହାବୁଡ଼ରେ ପଡ଼ିଛନ୍ତି । ଭିଜିଲାନସ୍ ସ୍ୱତନ୍ତ୍ର କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନସ୍ ଟିମ୍ ୯ଟି ଜାଗାରେ ଚଢ଼ଉ କରିଛନ୍ତି ।

ଲୋୟଲ୍ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ଭାବେ ବଲାଙ୍ଗୀରରେ କାର୍ଯ୍ୟରତ ସୁନୀଲ ରାଉତଙ୍କର ଭୁବନେଶ୍ୱରରେ ନିଳାଦ୍ରୀବିହାର ପ୍ଲଟ୍ ନଂ ୯୦ରେ ତିନି ମହଲାର କୋଠା ସହ ନୟାପଲ୍ଲୀର ନୀଳକଣ୍ଠନଗର ପ୍ଲଟ୍ ନଂ ୪୯୪ରେ ଏକ ଦୁଇ ମହଲାର କୋଠା, ପୁରୀ ଦୋଳମଣ୍ଡପସାହିର ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ୨ ବିଏଚକେ( ଫ୍ଲଟ୍ ନଂ-୦୦୨, ବ୍ଲକ୍-ଜେ), ପୁରୀ ଭିଆଇପି ରୋଡ୍ ରେ ଥିବା କ୍ରିଷ୍ଣାଧାମ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍( ନଂ.ସି/୧୦୪), ପୈତୃକ ଘର କଟକ ଜିଲ୍ଲା ଗୁରୁଡ଼ିଝାଟିଆରେ ବି ବିରାଟ କୋଠା ଅଛି ।

ଏହାକୁ ଛାଡ଼ି ଏହି କରିତକର୍ମା ଇଞ୍ଜିନିୟରଙ୍କର ଭୁବନେଶ୍ୱର, କଟକ, ପୁରୀ, ଢ଼େଙ୍କାନାଳରେ ରହିଛି ୩୪ ଟି ପ୍ଲଟ୍ । ସେଥିମଧ୍ୟରେ ଭୁବନେଶ୍ୱରର ନୟାପଲ୍ଲୀରେ ଦେଢ଼ ଏକରିଆ ପ୍ଲଟ୍ ଥିଲା ବେଳେ ଆଠଗଡ଼ର ରାଉତରାପୁର ଏବଂ ଢ଼େଙ୍କାନାଳର ସପ୍ତଶଯ୍ୟାରେ ଫାର୍ମ ହାଉସ୍ ଅଛି ।

ଭୁବନେଶ୍ୱରର ନିଳାଦ୍ରୀବିହାରରେ ଗୋଟେ ବଡ଼ ପ୍ଲଟ୍ , ମଳିପଡ଼ା ମୌଜାରେ ୦.୧୬୭ ଡିସିମିଲିର ପ୍ଲଟ୍, ନୟାପଲ୍ଲୀ ନୀଳକଣ୍ଠନଗରରେ ୧ ଏକର ୭୪ ଡିସିମିଲ୍ ର ଗୋଟେ ପ୍ଲଟ୍(ନଂ୪୯୪), ରଘୁନାଥପୁର ମୌଜାରେ ୦.୨୧୫ ଡିସିମିଲିର ପ୍ଲଟ୍, ଧାୱନ୍ ମୌଜାରେ ୦.୨ ଡିସିମିଲିର ପ୍ଲଟ୍ ଅଛି ।

ପୁରୀ ଜିଲ୍ଲା ପିପିଲି ବାହିଲିପଡ଼ା ମୌଜାରେ ଅଛି ୩ଟି ପ୍ଲଟ୍ ।

କଟକ ଜିଲ୍ଲା ଆଠଗଡ଼ ରାଉତରାପୁରରେ ୪ ଏକର ୧୨ ଡିସିମିଲିର ଏକ ବିରାଟ ପ୍ୟାଚ୍(ଖାତା ନଂ ୫୪/୩୩ ଏବଂ ୫୪/୩୧) ଯେଉଁଥିରେ ଅଛି ୧୯ ପ୍ଲଟ୍ ।

ଢ଼େଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ମୌଜାରେ ୨ ଏକରର ଏକ ପ୍ଲଟ୍(ନଂ ୫୯୭/୨୦୫୦, ଖାତା ନଂ ୦୮/୨୧୫), ୨ ଏକର ୧୧ ଡିସିମିଲିର ଆଉ ଏକ ପ୍ଲଟ୍(ନଂ ୫୯୬, ଖାତା ନଂ ୦୮/୨୪୩), ୬ ଏକର ୭୧ ଡିସିମିଲି ଜାଗା ଉପରେ ୪ ପ୍ଲଟ୍(ନଂ ୬୦୨, ୫୯୪,୬୦୧ ଏବଂ ୫୯୭/୨୦୯୦) ଏବଂ ସେହି ସପ୍ତଶଯ୍ୟା ମୌଜାରେ ୦.୧୧ ଡିସିମିଲିର ଏକ ପ୍ଲଟ୍( ନଂ ୩୫୭/୨୬୦୫, ଖାତା ନଂ ୦୮/୨୪୧) ।

ଭିଜିଲାନସ୍ ଚଢ଼ଉ ବେଳେ ସୁନୀଲ ରାଉତଙ୍କ ଘରୁ ୧୭୬ ଗ୍ରାମ ସୁନା ଠାବ ହୋଇଥିବା ବେଳେ ନଗଦ ମିଳିଛି ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା । ଏଥିସହ ହୁଣ୍ଡାଇ କ୍ରେଟା ଓ ମହିନ୍ଦ୍ରା ଥର୍ ସମେତ ୪ ଟି ବେନାମୀ କାର୍, ଦୁଇଟି ଟ୍ରକ୍, ୪ଟି ବାଇକ୍ ଏବଂ ଗୁଡ଼ାଏ ବ୍ୟାଙ୍କ, ପୋଷ୍ଟାଲ୍, ଇନସୁରାନ୍ସ ଡିପୋଜିଟ୍ ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ଏହି ତାଲିକା ଆହୁରି ଲମ୍ବିପାରେ ବୋଲି ଅନୁମାନ କରାଯାଉଛି ।

Previous Post

ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦, ୫୮୬ କୋଟି

Next Post

ସବୁ ଯୋଜନା ରହିଲା, କେବଳ ନାଁ ବଦଳିଲା

Next Post
ସବୁ ଯୋଜନା ରହିଲା, କେବଳ ନାଁ ବଦଳିଲା

ସବୁ ଯୋଜନା ରହିଲା, କେବଳ ନାଁ ବଦଳିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA