Friday, May 8, 2026 05:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସବୁ ଯୋଜନା ରହିଲା, କେବଳ ନାଁ ବଦଳିଲା

ମୋହନ ସରକାରଙ୍କ ୨.୬୫ ଲକ୍ଷ କୋଟିର ବଜେଟ୍

by Our Correspondent
25 Jul, 2024- 10:05 PM
in Business & Economy, Latest News, News
1 min read
0
ସବୁ ଯୋଜନା ରହିଲା, କେବଳ ନାଁ ବଦଳିଲା

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ସାଧାରଣ ବଜେଟ୍ ଆଜି ବିଧାନସଭାରେ ଆଗତ କରିଛନ୍ତି ଅର୍ଥ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବଜେଟ୍ ର ପରିମାଣ ହେଉଛି ୨ ଲକ୍ଷ ୬୫ ହଜାର କୋଟି ଟଙ୍କା । ଯାହା ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୫% ଅଧିକ । ଏହି ବଜେଟ୍ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ବିଜେଡି ସରକାରଙ୍କ ଦ୍ୱାରା ଚାଲୁଥିବା କୌଣସି ଯୋଜନାକୁ ନୂଆ ସରକାର ବନ୍ଦ କରିନାହାନ୍ତି । ମାତ୍ର ଯୋଜନାଗୁଡ଼ିକର ନାଁ ବଦଳେଇଛନ୍ତି ।

କାଳିଆ ଯୋଜନାକୁ ସିଏମ୍ କିଷାନ ଯୋଜନା ନାମରେ ନାମିତ କରାଯାଇଥିଲା ବେଳେ ଆହାର ଯୋଜନାକୁ ଶ୍ରୀ ଅନ୍ନ ଯୋଜନା, ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାକୁ ବିକଶିତ ଗାଁ, ବିକଶିତ ଓଡ଼ିଶା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମେକ୍ ଇନ ଓଡ଼ିଶାକୁ ଉତ୍କର୍ଷ ଯୋଜନା ନାମରେ ନାମିତ କରାଯାଇଛି । ଏହିଭଳି ଭାବେ ପ୍ରାୟ ୪୦ଟି ଯୋଜନାର ନାମ ବଦଳାଯାଇଛି ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୯୭,୭୨୫ ଟଙ୍କା ଆକଳନ କରାଯାଇଥିଲା ବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧,୫୫,୦୦୦, ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ପାଇଁ ୩,୯୦୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ଅର୍ଥ ବାବଦକୁ ୮, ୩୭୫ କୋଟି ଟଙ୍କା ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏହାକୁ ଜନକଲ୍ୟାଣକାରୀ ବଜେଟ୍ ଦର୍ଶାଇବା ସହ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ସ୍ୱତନ୍ତ୍ର କୃଷି ବଜେଟ୍ ରେ ୩୩.୯୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯାହାକି ଗତବର୍ଷର ଆବଣ୍ଟନ ତୁଳନାରେ ୩୬% ଅଧିକ ।

ବଜେଟ୍ ରେ ନୂଆ ପଦକ୍ଷେପ

-ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ କର୍ପସ୍ ପାଣ୍ଠି ବାବଦରେ ୫୦୦ କୋଟି
-ଘଟଗାଁସ୍ଥିତ ମା ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି
– ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି
-ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି(ଏହା ଅଧୀନରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯିବ)
-ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ
-ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ପାଇଁ ୧୫୬ କୋଟି
-ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି
-ଦିନ ଦୟାଲ କର୍ମଚାରୀ ନିବାସ ଯୋଜନା ପାଇଁ ୫୦ କୋଟି
-ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟ(ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର) ପାଇଁ ୧୦୦ କୋଟି
-କର୍କଟ ରୋଗୀଙ୍କ ସହାୟକମାନଙ୍କ ରହିବା ପାଇଁ ଧର୍ମଶାଳା ତଥା ଅତିଥି ଗୃହ ନିର୍ମାଣ ପାଇଁ ୧୮ କୋଟି
-ମେଡିକାଲ କଲେଜ ଏବଂ ହସ୍ପିଟାଲଗୁଡ଼ିକ ନିମନ୍ତେ କର୍ପସ ପାଣ୍ଠି ବାବଦରେ ୨୦୦ କୋଟି
-ଶିଶୁ କର୍କଟ ସୁବିଧା ପ୍ରତିଷ୍ଠା ପାଇଁ ୨୫ କୋଟି
-ଗ୍ରାମ ପଞ୍ଚାୟତସ୍ତରରେ ସୌର ଶକ୍ତି ଭିତ୍ତିକ ଷ୍ଟ୍ରିଟ୍ ଲାଇଟ୍ ପାଇଁ ୧୦ କୋଟି
-ମହାନଦୀ ସମ୍ମୁଖ ଉନ୍ନୟନ ପ୍ରକଳ୍ପ ପାଇଁ ୫୦ କୋଟି
-ଐତିହ୍ୟ ସ୍କୁଲର ବିକାଶ ଯୋଜନା ପାଇଁ ୧ କୋଟି
-ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୧.୫ କୋଟି
-ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ପାଇଁ ୫୦୦ କୋଟି
-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନାଯୋଜନାର କାର୍ଯ୍ୟକାରିତା ପାଇଁ ୯୨ କୋଟି
-ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ କାର୍ଯ୍ୟକାରିତା ପାଇଁ ୨୫ କୋଟି

ବଜେଟ୍ ଆଗତ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ କୁ ଆଧାର କରି ଆମେ ଏହି ବଜେଟ୍ ପ୍ରସ୍ତୁତ କରିଛୁ । ସମାଜର ଚାରିଟି ପ୍ରମୁଖ ଶ୍ରେଣୀ ଯଥା, ଗରିବ, ମହିଳା, ଯୁବବର୍ଗ ଏବଂ ଅନ୍ନଦାତାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏବଂ ଏକ ବିକଶିତ ଓଡ଼ିଶାର ପରିକଳ୍ପନାର ସଫଳ ରୂପାୟନ ପାଇଁ ଏହି ବଜେଟ୍ ଆମର ଏକ ଚେଷ୍ଟା ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିନ୍ତୁ ଏହି ବଜେଟ୍ କୁ ଡବଲ ଇଞ୍ଜିନ, ଡବଲ ନିରାଶା କହି କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ବଜେଟରେ ସେମାନେ ମୋ ସରକାର ସମୟର ୪୦ରୁ ଅଧିକ ଯୋଜନାର କେବଳ ନାମ ପରିବର୍ତ୍ତନ କରିଛନ୍ତି ବୋଲି କଟାକ୍ଷ କରିଛନ୍ତି । ଏହା ଉପରେ ସବିଶେଷ ତର୍ଜମା କରି କହିବି ବୋଲି ନବୀନ କହିଛନ୍ତି ।

 

Previous Post

ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

Next Post

ବନ୍ଧାହେଲେ ଖାଉ ସୁନୀଲ ରାଉତ

Next Post
ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

ବନ୍ଧାହେଲେ ଖାଉ ସୁନୀଲ ରାଉତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA