Tuesday, February 10, 2026 09:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବନ୍ଧାହେଲେ ଖାଉ ସୁନୀଲ ରାଉତ

ଆୟଠାରୁ ୨୫୭% ଅଧିକ ସମ୍ପତ୍ତି

by Our Correspondent
26 Jul, 2024- 09:01 PM
in Latest News, News
1 min read
0
ଇଞ୍ଜିନିୟରଙ୍କର ୩୪ ପ୍ଲଟ୍, ୪ ଟି କୋଠା

ଭୁବନେଶ୍ୱର: ଜଣେ ସରକାରୀ ବାବୁ ତାଙ୍କ ଦରମା ଟଙ୍କାରେ ଏତେ ବିଶାଳ ସମ୍ପତ୍ତି ଆହରଣ କରିବା ସମ୍ଭବପର ନୁହେଁ । ମାସେ କି ବର୍ଷେ ଭିତରେ ଏତେ କୋଠାବାଡ଼ି, ସମ୍ପତ୍ତି ଅଚାନକ କରିପକାଇ ନ ଥିବେ । ଚାକିରିର ସ୍ଥାନ, କାଳରୁ ଫାଇଦା ନେଇ ବ୍ୟବସ୍ଥାକୁ ଲୁଟି ଚାଲିଥିବେ । ବିଡ଼ମ୍ବନା ଯେ ଏଭଳି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଧରାପଡ଼ିଲା ବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ସାରିଥାଏ । ଭିଜିଲାନସ୍ ଦ୍ୱାରା ଧରାପଡ଼ି ଜେଲ୍ ଯିବାକୁ ଏମିତିକା ବେଲଜ୍ୟା, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମାନସିକସ୍ତରରେ ପ୍ରସ୍ତୁତ ରହିବା ବିଚିତ୍ର ନୁହେଁ । କାରଣ ଏହି ମାମଲାରୁ ନିଦେ୍ର୍ଦାଷରେ ଖଲାସ ହେବାର ବାଟ ବି ତାଙ୍କୁ ଜଣାଥିବ । ବ୍ୟବସ୍ଥାର ଗଳାବାଟ ଏବଂ ଲୋକଙ୍କ କ୍ଷୀଣ ସ୍ମରଣ ଶକ୍ତି ସମ୍ପର୍କରେ ମଧ୍ୟ ସେମାନେ ଯଥେଷ୍ଟ ସଚେତନ ।

ବଲାଙ୍ଗୀର ଲୋୟଲ୍ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କୁ ଆଜି ଗିରଫ କରିଛି ଭିଜିଲାନସ୍ । ଦୁଇଦିନ ଧରି ଚାଲିଥିବା ଚଢ଼ଉ ଓ ଖୋଳତାଡ଼ରୁ ତାଙ୍କର ଠାବ ସମ୍ପତ୍ତି ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଭୁବନେଶ୍ୱରରେ ତାଙ୍କର ଦୁଇଟି ସୁରମ୍ୟ ଅଟ୍ଟାଳିକା, ପୁରୀରେ ଦୁଇଟ ଫ୍ଲାଟ୍, ୟୁପିର ମଥୁରାରେ ଗୋଟିଏ ଫ୍ଲାଟ୍, ୩୪ଟି ପ୍ଲଟ୍, ଗୋଟିଏ ଫାର୍ମ ହାଉସ୍, କେଜିଏ ସୁନା, ପାଖାପାଖି ୩ କୋଟି ବ୍ୟାଙ୍କ ଡିପୋଜିଟ୍, ଘରୁ ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ଗୋଟିଏ ଟ୍ରକ୍, ଦୁଇଟି ବେନାମୀ କାର୍(କ୍ରେଟା ଏବଂ ଥର୍), ୪ଟି ବାଇକ୍ । ତାଙ୍କ ଆୟଠାରୁ ଏହି ସମ୍ପତ୍ତି ୨୫୭% ଅଧିକ ବୋଲି ଭିଜିଲାନସ୍ ଆକଳନ କରିଛି ।

ସୁନୀଲ ରାଉତଙ୍କର ଭୁବନେଶ୍ୱର ନିଳାଦ୍ରୀବିହାର ପ୍ଲଟ୍ ନଂ ୯୦ରେ ତିନି ମହଲାର ଚକାଚକ୍ କୋଠା । ଏହି ସୁରମ୍ୟ ଅଟ୍ଟାଳିକାରେ ସେ ଓ ତାଙ୍କ ପରିବାର ରହୁଛନ୍ତି । ନୟାପଲ୍ଲୀର ନୀଳକଣ୍ଠନଗର ପ୍ଲଟ୍ ନଂ ୪୯୪ରେ ଦୁଇ ମହଲାର କୋଠା, ପୁରୀ ଦୋଳମଣ୍ଡପସାହିର ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ୨ ବିଏଚକେ( ଫ୍ଲଟ୍ ନଂ-୦୦୨, ବ୍ଲକ୍-ଜେ), ପୁରୀ ଭିଆଇପି ରୋଡ୍ ରେ ଥିବା କ୍ରିଷ୍ଣାଧାମ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍( ନଂ.ସି/୧୦୪) । ଭଗବାନ କୃଷ୍ଣଙ୍କ ଜନ୍ମସ୍ଥଳୀ ମଥୁରାରେ ବି ଏକ ୨ ବିଏଚକେ ଫ୍ଲାଟ୍ କିଣିଛନ୍ତି । ଢ଼େଙ୍କାନାଳର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସପ୍ତଶଯ୍ୟାରେ ୮ ଏକର ଜାଗା ଉପରେ ତାଙ୍କର ଅଛି ଫାର୍ମ ହାଉସ୍ । ସେଠାରେ ଦୁଇ ମହଲାର କୋଠା ସାଙ୍ଗକୁ ଏକ କୁକୁଡ଼ା ଫାର୍ମ ଏବଂ ଗୋଶାଳା କରିଛନ୍ତି । କୁକୁଡ଼ା ଫାର୍ମରେ ୧୦୦ କୁକୁଡ଼ା ଓ ବତକ ରଖିଥିବା ବେଳେ ଗୋଶାଳକରେ ୭୦ ଗାଈ ଓ ବଳଦ ରଖିଛନ୍ତି ।

ଖାଲି ସେତିକି ନୁହେଁ । ଏହି କରିତକର୍ମା ଇଞ୍ଜିନିୟରଙ୍କର ଭୁବନେଶ୍ୱର, କଟକ, ପୁରୀ, ଢ଼େଙ୍କାନାଳରେ ରହିଛି ୩୪ ଟି ପ୍ଲଟ୍ । ସେଥିମଧ୍ୟରୁ ଭୁବନେଶ୍ୱରରେ ୫ଟି, ପୁରୀରେ ୩ଟି, କଟକରେ ୧୯ଟି ଏବଂ ଢ଼େଙ୍କାନାଳରେ ୭ଟି ପ୍ଲଟ୍ ଅଛି । ଭୁବନେଶ୍ୱରରେ ଥିବା ପ୍ଲଟ୍ ଗୁଡ଼ିକ ନିଳାଦ୍ରୀବିହାର, ମଳିପଡ଼ା ମୌଜାରେ ୦.୧୬୭ ଡିସିମିଲିର ପ୍ଲଟ୍, ନୟାପଲ୍ଲୀ ନୀଳକଣ୍ଠନଗରରେ ୧ ଏକର ୭୪ ଡିସିମିଲ୍ ର ପ୍ଲଟ୍(ନଂ୪୯୪), ରଘୁନାଥପୁର ମୌଜାରେ ୦.୨୧୫ ଡିସିମିଲିର ପ୍ଲଟ୍ ଏବଂ ଧାୱନ୍ ମୌଜାରେ(୦.୨ ଡିସିମିଲି) ଅଛି ।

ସୁନୀଲ ରାଉତଙ୍କର ବିଭିନ୍ନ ଇନସୁ୍ୟରାନ୍ସ କମ୍ପାନୀରେ ୧ କୋଟି ୮୬ ଲକ୍ଷ ଟଙ୍କା ଡିପୋଜିଟ୍ ଥିଲା ବେଳେ ୯୮ ଲକ୍ଷ ୧୧ ହଜାର ଟଙ୍କା ବ୍ୟାଙ୍କ ଡିପୋଜିଟ୍ ଅଛି । ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା ନଗଦ ଟଙ୍କା ବାହାରିଛି । ଘରୁ ବାହାରିଛି କେଜିଏ ସୁନା । ଗୋଟିଏ ଟ୍ରକ୍, ଦୁଇଟି ବେନାମୀ କାର୍( ହୁଣ୍ଡାଇ କ୍ରେଟା ଏବଂ ମହିନ୍ଦ୍ରା ଥର୍), ୪ଟି ବାଇକ୍ । ୧୫ ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ତାଙ୍କ ଘରୁ ମିଳିଛି ।

Previous Post

ସବୁ ଯୋଜନା ରହିଲା, କେବଳ ନାଁ ବଦଳିଲା

Next Post

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

Next Post
ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA