Friday, June 26, 2026 02:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିପର୍ଯ୍ୟୟ କାରଣ ନ ଖୋଜି ଆଗକୁ ବଢ଼ିଲେ ନବୀନ

ଦେବୀ ମିଶ୍ରଙ୍କ ନେତୃତ୍ୱରେ ୧୫ ଜଣିଆ ସମନ୍ୱୟ କମିଟି

by Our Correspondent
05 Aug, 2024- 11:24 PM
in Latest News, News
1 min read
0
ବିପର୍ଯ୍ୟୟ କାରଣ ନ ଖୋଜି ଆଗକୁ ବଢ଼ିଲେ ନବୀନ

ଭୁବନେଶ୍ୱର: ନିର୍ବାଚନରେ ବିଜେଡି ବିପର୍ଯ୍ୟୟ କାରଣ ଖୋଜିବାକୁ ଚାହିଁନାହାନ୍ତି ସଭାପତି ନବୀନ ପଟ୍ଟନାୟକ । କେଉଁ କାରଣ ପାଇଁ ଦଳର ଏଭଳି ସ୍ଥିତି ହେଲା ତାହାର ସମୀକ୍ଷା ନ କରି ଆଗକୁ ବଢ଼ିଛନ୍ତି । ମାସେ ତଳେ ଭାଙ୍ଗି ଦିଆଯାଇଥିବା ସଂଗଠନର ରାଜ୍ୟ ଶାଖାଗୁଡ଼ିକ ପୁନର୍ଗଠନ ହୋଇ ନ ଥିଲା ବେଳେ ଏକ ନୂଆ ରଣନୀତି ଆପଣାଯାଇଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ୧୫ ଜଣିଆ କମିଟି ଗଠନ କରିଛନ୍ତି ନବୀନ । ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା ପାଇଁ ଏହି କମିଟି କାର୍ଯ୍ୟ କରିବ । ତେବେ ଏହି କମିଟିରୁ ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କୁ ଦୂରେଇ ରଖାଯାଇଥିବାରୁ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା ହେଉଛି ।

ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରାନ୍ଧାରି, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଏବଂ ଦେବେଶ ଆଚାର୍ଯ୍ୟ ।

ବବି ଦାସଙ୍କୁ ଏହି କମିଟିରୁ ଦୂରେଇ ରଖାଯିବା ବିଜେଡି ରାଜନୀତିରେ ଗୁରୁତ୍ୱ ବହନ କରୁଥିଲା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସୁଶାନ୍ତ ସିଂହଙ୍କ ଭଳି ବରିଷ୍ଠ ନେତା କମିଟିରେ ସ୍ଥାନ ନ ପାଇବା ସମସ୍ତଙ୍କୁ ଆଚମ୍ବିତ କରିଛି । ଏମାନଙ୍କୁ ଦୂରେଇ ରଖିବା ପଛରେ କିଛି ଅଦୃଶ୍ୟ କାରଣ ରହିଛି ନା ଅନ୍ୟ କୌଣସି ସାଂଗଠନିକ ପଦରେ ରଖିବାକୁ ଯୋଜନା ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।

ଅନ୍ୟପକ୍ଷରେ ଏଭଳି ଏକ କମିଟି ଗଠନକୁ ‘ଆଇ ୱାସ୍’ କହିଛନ୍ତି ବିଜେଡିର ଜଣେ ବରିଷ୍ଠ ବିଧାୟକ । ତାଙ୍କର କହିବା କଥା, ଦଳ ଘୋର ବିପର୍ଯ୍ୟୟର ସାମନା କରି ଆଣ୍ଠେଇ ପଡ଼ିଥିଲା ବେଳେ ତାହାର କାରଣ ସମୀକ୍ଷା କରାଗଲା ନାହିଁ । ଯାହାକୁ ନେଇ ଦଳରେ ଅସନ୍ତୋଷର ମାତ୍ରା ବଢ଼ି ଚାଲିଛି । ଏଭଳି ସ୍ଥିତିରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ସମନ୍ୱୟ ଲାଗି କମିଠି ଗଠନ କରାଯିବାର କୌଣସି ମାନେ ନାହିଁ । ଲୋକଦେଖାଣିଆ ଏହି କମିଟି ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାରେ ସହାୟକ ହେବ ନାହିଁ । ଏହି କମିଟିରେ କିଏ ଅଛନ୍ତି ନ ଅଛନ୍ତି ତାହାକୁ ମଧ୍ୟ ସେ ଗୁରୁତ୍ୱ ଦେଇନାହାନ୍ତି ।

ସୂଚନାଥାଉକି, ଦଳର ବିପର୍ଯ୍ୟୟ ଖୋଜିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ନବୀନ ପ୍ରଥମରୁ କହିଥିଲେ । ମାତ୍ର ତାହା ସେ କଲେ ନାହିଁ । ଗତ ସପ୍ତାହରେ ମୟୁରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ନେତାମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଦେବୀ ମିଶ୍ର ଉପସ୍ଥିତ ଥିଲେ ।

 

Previous Post

ଆଉ ଜଣେ ମାଲଦାର ଯନ୍ତ୍ରୀ: ୨କୋଠା, ୨ ଫ୍ଲାଟ୍, ୪୨ ପ୍ଲଟ୍

Next Post

ବନ୍ଧା ହେଲେ ମାଲଦାର ଯନ୍ତ୍ରୀ

Next Post
ବନ୍ଧା ହେଲେ ମାଲଦାର ଯନ୍ତ୍ରୀ

ବନ୍ଧା ହେଲେ ମାଲଦାର ଯନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA