Tuesday, June 23, 2026 08:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଲିକ ଜାଣିଲେନି, ଜାଗା ବିକ୍ରୀ ହୋଇଗଲା !

ବିଡିଏ-ମାଫିଆ ସଲାସୁତୁରାରେ ସାଂଘାତିକ କାରସାଦି

by Our Correspondent
16 Aug, 2024- 03:45 PM
in Latest News, News
1 min read
0
ମାଲିକ ଜାଣିଲେନି, ଜାଗା ବିକ୍ରୀ ହୋଇଗଲା !

ନ୍ୟାୟ ଭିକ୍ଷାରେ ୮୩ ବର୍ଷୀୟ ବଙ୍ଗୀୟ ବୃଦ୍ଧ

ଭୁବନେଶ୍ୱର: ରାଜଧାନୀରେ ପର ଜାଗା ଉପରେ ଆଖି ପକାଇ ତାକୁ କଳେ ବଳେ କୌଶଳେ ହାତେଇବା ଏକ ବ୍ୟବସାୟ ପାଲଟିଲାଣି । ଏଥିପାଇଁ ଦଲାଲ୍ ବା ମାଫିଆ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି । କିଛି ବିଲଡର ଏହି ମାଫିଆଙ୍କୁ ହାତରେ ରଖି ତାଙ୍କର ବେପାର ବଢ଼ାଉଛନ୍ତି । ଖୋଦ୍ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅସାଧୁ ବାବୁମାନଙ୍କର ସଲାସୁତୁରାରେ ଏହି କାରବାର ଖୁଲମ୍ ଖୋଲା ଚାଲିଛି । ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ପଡୁଥିବା ଜମିର ମାଲିକଙ୍କ ଧନ ସହିତ ଜୀବନ ପ୍ରତି ମଧ୍ୟ ଏହା ଘୋର ବିପଦ ସୃଷ୍ଟି କରୁଛି । ବ୍ୟବସ୍ଥା ଏମିତି ହୋଇଛି ଯେ ଗୁହାରି ଶୁଣିବା ଲୋକ ଖୋଜିଲେ ମିଳୁନାହାନ୍ତି । ଏଭଳି ଏକ ସାଂଘାତିକ ଅଭିଯୋଗ ଆମର ହସ୍ତଗତ ହୋଇଛି । ଏହି ଅଭିଯୋଗର ପ୍ରତିଟି ପୃଷ୍ଠାରେ ରହିଛି ଜମି ମାଫିଆଙ୍କ କାରବାରର ଛାତିଥରା କାହାଣୀ ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଜଣେ ଅଣଓଡ଼ିଆ ବୃଦ୍ଧଙ୍କର ଏକ ଦାମୀ କମର୍ସିଆଲ୍ ପ୍ଲଟ୍ ହଡ଼ପ ହୋଇଯାଇଛି । ବିଡିଏ ଅଧିକାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଜଣେ ଜଣାଶୁଣା ବିଲଡରଙ୍କ ପାଖକୁ ରାତାରାତି ମାଲିକାନା ବଦଳିଯାଇଛି । ବୃଦ୍ଧଙ୍କର ଅଜାଣତରେ ତାଙ୍କର ଦସ୍ତଖତ ନିଆଯାଇ ସଂପୃକ୍ତ ବିଲଡରଙ୍କ ନାଁକୁ ପ୍ରଥମେ ସମ୍ପତ୍ତିର ପାୱାର ଅଫ୍ ଆଟର୍ଣ୍ଣିଂ ହସ୍ତାନ୍ତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ସେହି ସମ୍ପତ୍ତି ଖରିଦ୍ ହୋଇଥିବା ଅଭିଯୋଗ ହୋଇଛି । ଆନୁମାନିକ ୫୦ କୋଟି ମୂଲ୍ୟର ଏହି ଜାଗା ହରାଇଥିବା ବୃଦ୍ଧଜଣଙ୍କ ନିଜର ସମ୍ପତ୍ତି ଫେରିପାଇବା ପାଇଁ ବିଡିଏର ଦ୍ୱାରସ୍ଥ ହେବା ପରେ ଘଟଣା ସାମନାକୁ ଆସିଛି ।

ଏହି ଜାଗା ହେଉଛି, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ୍ ସେଣ୍ଟର ପ୍ଲଟ୍ ନଂ ୧୩୬ । ୬୪୫୬ ବର୍ଗଫୁଟ ପରିମିତ ଜାଗା ଉପରେ ଗଢ଼ା ହୋଇଥିଲା S+3 ବିଲଡିଂ । ବିଡିଏ ଦ୍ୱାରା ଆବଣ୍ଟିତ ଏହି ପ୍ଲଟ୍ ର ମାଲିକ ହେଉଛନ୍ତି ପଶ୍ଚିମବଙ୍ଗ ଇଷ୍ଟ ମେଦିନାପୁର ଜିଲ୍ଲା ଜୁଖିଆ ବଜାରର ବାସିନ୍ଦା ଅନୀଲ ଚନ୍ଦ୍ର ଜାନା(୮୩) । ଗତ ଜୁନ୍ ୧୧ ତାରିଖରେ ବିଡିଏ ଉପାଧ୍ୟକ୍ଷଙ୍କୁ ସେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଡିଷ୍ଟ୍ରିଟ୍ ସେଣ୍ଟରରେ ଥିବା ତାଙ୍କର ସେହି ପ୍ଲଟ୍ ର ମାଲିକାନା ତାଙ୍କ ଅଗୋଚରରେ ବଦଳି ଯାଇଛି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଅନ୍ଧାରରେ ରଖି ଜୋରଜବରଦସ୍ତରେ ଏହି କାରବାର କେମିତି ହୋଇଛି ଶ୍ରୀ ଜାନା ତାହାର ଟିକନିକ୍ ତଥ୍ୟ ଦେଇଛନ୍ତି ।

ଘଟଣାକ୍ରମ ଏମିତି ।

ବିଡିଏ ତା’ର ଚିଠି ନଂ ୬୧୧/ଏଏଲ, ତାରିଖ ୨୨.୦୮.୧୯୯୬ରେ ଉକ୍ତ ପ୍ଲଟ୍ (ନଂ ୧୩୬) ଅନୀଲ ଚନ୍ଦ୍ର ଜାନାଙ୍କ ନାଁରେ ଆବଣ୍ଟନ କରିଥିଲା । ୧୦.୦୬.୧୯୯୭ ରେ ତାଙ୍କୁ ଏହି ପ୍ଲଟ୍ ହସ୍ତାନ୍ତର କରାଯାଇଥିଲା । ଏହି ଜାଗାରେ ସେ S+3 ବିଲଡିଂ ନିର୍ମାଣ କରିଥିଲେ । ସାଧାରଣ ପ୍ରଶାସନ ବିଭାଗର ମାଲିକାନାରେ ଥିବା ଏହି ପ୍ଲଟ୍ କୁ ବିଡିଏ ୨୯.୦୮.୨୦୨୩ ରେ ଶ୍ରୀ ଜାନାଙ୍କ ନାଁରେ ଲିଜ୍ ଡିଡ୍ ରେଜିଷ୍ଟ୍ରି କରିଥିଲା ।

ଲିଜ୍ ଡିଡ୍ ଏବଂ ରେଜିଷ୍ଟ୍ରି କେମିତି ହେଲା: ଯେଉଁ ଦିନ ଲିଜ୍ ଡିଡ୍ ହେଲା ସେହିଦିନ ହିଁ ରେଜିଷ୍ଟ୍ରି ପାଇଁ ଅନୀଲ ଜାନାଙ୍କୁ ବିଡିଏ ପକ୍ଷରୁ କୁହାଗଲା । ସେହି ଅନୁଯାୟୀ ଶ୍ରୀ ଜାନା ପ୍ରଥମେ ବିଡିଏ ଅଫିସ୍ ରେ ପହଞ୍ଚିଲେ । ବିଡିଏ ଅଧିକାରୀମାନେ ୪୦/୫୦ଟି ପେପର୍ ରେ ତାଙ୍କଠାରୁ ଦସ୍ତଖତ ନେଲେ । କିଛି ବ୍ଲାଙ୍କ୍ ପେପର୍ ରେ ବି ଦସ୍ତଖତ ନିଆଗଲା । ଏହାପରେ ବିଡିଏର ସଂପୃକ୍ତ କର୍ମଚାରୀମାନେ ତାଙ୍କୁ ଲିଜ୍ ଡିଡ୍ ରେଜିଷ୍ଟ୍ରି ପାଇଁ ସବ ରେଜିଷ୍ଟ୍ରାର୍ ଅଫିସ, ଖଣ୍ଡଗିରି ନେଇଗଲେ । ସେଦିନ ଫଟାଫଟ୍ ସବୁ କାମ ସରିଗଲା । ନିଜ ପ୍ଲଟ୍ ର ଲିଜ୍ ଡିଡ୍ ରେଜିଷ୍ଟ୍ରି ହୋଇଯିବାରୁ ଖୁସିମନରେ ଘରକୁ ଫେରିଗଲେ ଅନୀଲ ଜାନା ।

୮ ମାସ ପରେ, ୦୯.୦୫.୨୦୨୪ ରେ ଭୁବନେଶ୍ୱର ତହସିଲଦାରଙ୍କଠାରୁ ଶ୍ରୀ ଜାନା ଏକ ଚିଠି ପାଇଲେ । ଖୋଳା ଭିତରେ ଏକ ପଟ୍ଟା ଥିଲା । ଜନୈକା ସ୍ୱପ୍ନା ଶିଳ୍ପାଙ୍କ ନାଁରେ ପଟ୍ଟା ଥିଲା । ଠିକଣା ଥିଲା, ସ୍ୱାମୀ- ତାପସ କୁମାର ସାହୁ, ପ୍ଲଟ୍ ନଂ-୧, ତୁଳସୀ ବିହାର କମ୍ପ୍ଲେକ୍ସ ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁର । ଜାଗା ୦.୧୪୮ ଡିସିମିଲି, ରାଜସ୍ୱ ପ୍ଲଟ୍ ନଂ ୩୨୬/୧୨୬୩୧, ମୌଜା ଚନ୍ଦ୍ରଶେଖରପୁରର ଏହି ପଟ୍ଟା ଥିଲା ।

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ତାଙ୍କର ପ୍ଲଟ୍(ନଂ ୧୩୬)ଟି ସେହି ସ୍ୱପ୍ନା ଶିଳ୍ପାଙ୍କୁ ବିକ୍ରୀ ହୋଇଯାଇଥିବା ଅନୀଲ ଜାନା ଏହି ପଟ୍ଟାରୁ ଜାଣିବାକୁ ପାଇଥିଲେ । ଏକଥା ଜାଣି ତାଙ୍କ ମୁଣ୍ଡ ଘୂରିଗଲା । କାରଣ ସେ ତାଙ୍କ ଜାଣତରେ ନିଜ ପ୍ଲଟ୍ କୁ କାହାରିକୁ ବିକ୍ରୀ କରିନାହାନ୍ତି । ସ୍ୱପ୍ନା ଶିଳ୍ପା ନାଁଟି ମଧ୍ୟ ତାଙ୍କ ପାଇଁ ଅଜଣା ଥିଲା ।

ପ୍ରଥମତଃ, ଯଦି ବିକ୍ରୀ କରିଥାଆନ୍ତେ ନିୟମାନୁଯାୟୀ ବିଡିଏରେ ସେ ତାଙ୍କର ପ୍ଲଟ୍ ବିକ୍ରୀ ବାବଦକୁ କନସେଣ୍ଟ ଫି’, ଆଡଭଟାଇଜମେଣ୍ଟ ଫି’ ଏବଂ ପ୍ରସେସିଂ ଫି’ ଦେଇଥାନ୍ତେ । ମାତ୍ର ସେମିତି କିଛି ଦେଇନାହାନ୍ତି । ବିକ୍ରୀ ହୋଇନି ତ, ତାହା ଆସିବ କୁଆଡୁ? ଦ୍ୱିତୀୟରେ, ବିକ୍ରୀବଟା ହୋଇଥିଲେ ବିଡିଏରେ ବ୍ୟକ୍ତିଗତ ଶୁଣାଣି ପାଇଁ ସେ ହାଜର ହୋଇଥାନ୍ତେ । ତାହା ବି ହୋଇନି । ତୃତୀୟରେ, ବିଡିଏକୁ ତାଙ୍କ ସମ୍ପତ୍ତିର କୌଣସି ପାୱାର୍ ଅଫ୍ ଆଟର୍ଣ୍ଣିଂ କପି ଦେଇନାହାନ୍ତି । ଏସବୁ ସତ୍ତ୍ୱେ ତାଙ୍କ ପ୍ଲଟ୍ ଟି କେମିତି ବିକ୍ରୀ ହୋଇଗଲା ତାହା ସେ ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ।

ଶ୍ରୀ ଜାନା ବିଡିଏକୁ ଦେଇଥିବା ପିଟିସନ୍ ରେ ତାଙ୍କ ଜମି ହଡ଼ପର କିଛି ତଥ୍ୟ ମଧ୍ୟ ରଖିଛନ୍ତି । ସେ ଦର୍ଶାଇଛନ୍ତି ଯେ ତାଙ୍କ ପ୍ଲଟ୍ ର ପାୱାର ଅଫ୍ ଆଟର୍ଣ୍ଣିଂ କପି ଜନୈକ ଶରତ କୁମାର ସାହୁଙ୍କ ଦ୍ୱାରା ବିଡିଏରେ ଗତ ୧୨.୧୨.୨୦୨୩ରେ ଦାଖଲ ହୋଇଥିଲା । ବିଡିଏ ଏହାକୁ ୩.୧.୨୦୨୪ରେ ଗ୍ରହଣ କରିଥିଲା । ସେହି ୩.୧.୨୦୨୪ରେ ଉକ୍ତ ପ୍ଲଟ୍ ର ସେଲ୍ ଇନଡେନଚର ଶରତ ସାହୁଙ୍କ ଦ୍ୱାରା ଦାଖଲ ହୋଇଥିଲା । ବିଡିଏର ତତ୍କାଳୀନ ସଚିବ କବୀନ୍ଦ୍ର କୁମାର ସାହୁ ଏହାକୁ ଏକଜ୍ୟୁକୁଟ୍ ଏବଂ ରେଜିଷ୍ଟ୍ରି କରିଥିଲେ ।

ଅର୍ଥାତ୍ ଯେଉଁଦିନ ପାୱାର ଅଫ୍ ଆଟର୍ଣ୍ଣିଂ କପି ଦାଖଲ ହୋଇଥିଲା, ସେହିଦିନ ହିଁ ପ୍ଲଟ୍ ଅନ୍ୟକୁ ବିକ୍ରୀ ହୋଇଥିଲା । ଅଭିଯୋଗକୁ ଆହୁରି ସରଳ ଭାବରେ ବୁଝିଲେ, ଅନୀଲ ଜାନାଙ୍କ ଅଜାଣତରେ ତାଙ୍କ ସମ୍ପତ୍ତିର ପାୱାର୍ ଅଫ ଆଟର୍ଣ୍ଣିଂ ନେଇଗଲେ ଶରତ ସାହୁ । ବିଡିଏରେ ଏହାର କପି ଯେଉଁଦିନ ଦାଖଲ କଲେ ସେହିଦିନ ହିଁ ସେହି ସମ୍ପତ୍ତି ତାଙ୍କ ଝିଅ ନାଁକୁ ବିକ୍ରୀ ହୋଇଗଲା । ଶ୍ରୀ ଜାନାଙ୍କର ସମ୍ପୂର୍ଣ୍ଣ ଅଜାଣତରେ ଏବଂ ବିନା ସହମତିରେ ଅତି ତରବରିଆ ଭାବେ ଏହି ପ୍ରକ୍ରିୟା ଶେଷ ହୋଇଗଲା ।

ଅଭିଯୋଗରେ ସାଂଘାତିକ କଥାଟି ହେଉଛି, ଏହି ପ୍ଲଟ୍ କୁ ୫ କୋଟି ୫୯ ଲକ୍ଷ ୭ ହଜାର ୮୫୮ ଟଙ୍କାରେ ବିକ୍ରୀ ହୋଇଛି ବୋଲି ବିଡିଏକୁ (ଇନଡେନଚର୍ ଫର୍ ସେଲ୍ ଭାଲୁ୍ୟଡ) ଦର୍ଶାଯାଇଛି । ବିଡିଏ ସଚିବ ଏହି ପ୍ରକ୍ରିୟାକୁ ସମ୍ପାଦନ କରିଥିଲେ । ମାତ୍ର ବିକ୍ରେତାଙ୍କୁ ଏହି ଅର୍ଥ କେମିତି ଦିଆଯାଇଛି(ମୋଡ୍ ଅଫ ପେମେଣ୍ଟ) ସଂପୃକ୍ତ ଅଧିକାରୀ ତାହାର ଅନୁସନ୍ଧାନ କରି ନ ଥିଲେ ।

ଖାଲି ସେତିକି ନୁହେଁ, ଏହି ପ୍ଲଟ୍ ର ମୂଳ ଆଲଟେମେଣ୍ଟ ଫାଇଲ୍ କୁ ବିଡିଏରୁ ଗାଏବ କରିଦିଆଯାଇଛି ଏବଂ ତତ୍କାଳୀନ ସଚିବ କବୀନ୍ଦ୍ର ସାହୁ ଏହାର କିଙ୍ଗ-ପିନ୍ ଏବଂ ଜମି ହଡପ ରାକେଟ୍ ର ମାଷ୍ଟରମାଇଣ୍ଡ ବୋଲି ଶ୍ରୀ ଜାନା ତାଙ୍କ ପିଟିସନ୍ ରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ଜାନା ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ନ୍ୟାୟ ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ସେ ଲେଖିଛନ୍ତି

”ମୁଁ ଦୃଢ଼ତାର ସହ କହୁଛି କି ମୋ ଜାଗାର ମାଲିକାନା ବଦଳି ପାଇଁ କୌଣସି ଦଲିଲ କାର୍ଯ୍ୟ କରିନାହିଁ କି ସ୍ୱପ୍ନା ଶିଳ୍ପା କିମ୍ବା ତାଙ୍କ ବାପା ଆତ୍ମଘୋଷିତ ପାୱାର୍ ଅଫ୍ ଆଟର୍ଣ୍ଣିଂ ହୋଲଡର ଶରତ କୁମାର ସାହୁଙ୍କଠାରୁ ଟଙ୍କାଟେ ବି ପାଇନାହିଁ । ମୋର ସେହି ପ୍ଲଟ୍ ଏବଂ ବିଲଡିଂର ବଜାର ମୂଲ୍ୟ ୫୦ କୋଟିରୁ ଅଧିକ ହେବ । ଜମି ମାଫିଆଙ୍କ ସହ ବିଡିଏ କର୍ମଚାରୀଙ୍କ ଅସାଧୁ ସଲାସୁତୁରାରେ ମୋ ଅଜାଣତରେ ମୋର ଜାଗାକୁ ହଡ଼ପ କରାଯାଇଛି । ଏହା ଫ୍ରଡ୍, ମାନିପୁଲେସନ୍ ଏବଂ ଚିଟିଂ । ମୋତେ ନ୍ୟାୟ ମିଳୁ ।”

ଅଭିଯୋଗକାରୀ ଡାକ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ଜାନାଙ୍କୁ ଆମେ ଏ ସମ୍ପର୍କରେ ସିଧାସଳଖ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲୁ । ବିଡିଏକୁ ସେ ଯେଉଁ ତଥ୍ୟ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ବୋଲି କହିଥିଲେ । ତାଙ୍କ ଅସହାୟତା ଓ ବୃଦ୍ଧାବସ୍ଥାର ସୁଯୋଗ ନେଇ ଜମି ମାଫିଆମାନେ ତାଙ୍କ ପ୍ଲଟ୍ କୁ ଆଖେଇଥିଲେ ଏବଂ ବିଡିଏ ଅଧିକାରୀଙ୍କ ସହ ସଲାସୁତୁରାରେ ହଡ଼ପ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ।

‘ମୁଁ ନ୍ୟାୟ ପାଇଁ ବିଡିଏର ଦ୍ୱାରସ୍ଥ ହୋଇଛି । ଆଶା କରୁଛି ମୋତେ ନ୍ୟାୟ ନିଶ୍ଚିତ ମିଳିବ । ମାଫିଆଙ୍କ ତରଫରୁ ମୋ ଜୀବନ ପ୍ରତି ବିପଦ ଅଛି’ ବୋଲି ମଧ୍ୟ ସେ କହିଥିଲେ । ତାଙ୍କ ଭଳି ଜଣେ ଅସହାୟ ବୃଦ୍ଧଙ୍କୁ ନ୍ୟାୟ ଦେବା ପାଇଁ ସେ ସବୁ ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀ ଜାନାଙ୍କ ଅଭିଯୋଗ ଉପରେ ଆମେ ଶରତ କୁମାର ସାହୁଙ୍କ ପ୍ରତିକ୍ରିୟା ଲୋଡ଼ିଥିଲୁ । ଅଭିଯୋଗକୁ ସେ ମିଥ୍ୟା ବୋଲି କହିଛନ୍ତି । ଯାହା ହୋଇଛି ନିୟମ ଅନୁଯାୟୀ ହୋଇଛି ବୋଲି ସଫେଇ ଦେଇଛନ୍ତି । ତେବେ ଏ ସମ୍ପର୍କିତ ତଥ୍ୟ ଏବଂ ଟଙ୍କା ଦେଣନେଣର ପ୍ରମାଣ ମାଗିବାରୁ ସେ ଏହାକୁ ଟାଳି ଦେଇଛନ୍ତି ।

ସେହିଭଳି ବିଡିଏ କର୍ତ୍ତୃପକ୍ଷଙ୍କ ମତାମତ ନେବା ପାଇଁ ଆମେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନି । ପ୍ରତିକ୍ରିୟା ମିଳିଲେ ତାହା ଆମେ ନିଶ୍ଚୟ ପ୍ରକାଶ କରିବୁ ।

Previous Post

ଖୁରାନିଆ ନୂଆ ପୁଲିସ ଡିଜି

Next Post

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

Next Post
କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA