Tuesday, June 23, 2026 10:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

by Our Correspondent
17 Aug, 2024- 10:10 PM
in Latest News, News
1 min read
0
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ତମ ଛାୟା ଜାତିସଂଘ ଆଜି ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଛାୟା ଜାତିସଂଘକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଛାୟା ଜାତିସଂଘ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କ ସହ କିପରି ବାର୍ତ୍ତାଳାପ, ଆଲୋଚନା କରିବାକୁ ହେବ ଶିଖିବା ସହ ଯୁକ୍ତି ଉପସ୍ଥାପନ ଶୈଳୀ, ନିଜର ଚିନ୍ତାଧାର ପରିପ୍ରକାଶ, ବିଭିନ୍ନ ସମସ୍ୟା ସମାଧାନ କରିବାର ପାରଦର୍ଶିତା ଏବଂ ନେତୃତ୍ୱ ନେବାର ଦକ୍ଷତା ଆଦି ବିଷୟରେ ଶିଖିବାର ସୁଯୋଗ ମିଳିଥାଏ। ଛାୟା ଜାତିସଂଘରେ ସୁନ୍ଦର ଭାବେ ଜ୍ଞାନ ଓ ଭାବ ପରିପ୍ରକାଶର ସମନ୍ୱୟ ହୋଇଥାଏ। ଏକ ସମୃଦ୍ଧ ଭାରତ ଗଠନରେ ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯୁବଗୋଷ୍ଠୀକୁ ଶିକ୍ଷା ସହ ସେମାନଙ୍କୁ ସଶକ୍ତ, ସକ୍ଷମ, ସଂଶ୍ଲିଷ୍ଟ ଏବଂ ପ୍ରବୃଦ୍ଧ କରିବାକୁ ପଡ଼ିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ଛାୟା ଜାତିସଂଘରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ବର୍ତ୍ତମାନ ସମୟ ହେଉଛି ଜ୍ଞାନର ଯୁଗ । ଛାତ୍ରଛାତ୍ରୀମାନେ ନିଜର ଜ୍ଞାନକୁ ଆହୁରି ବ୍ୟାପକ କରିବା ସହ ଦକ୍ଷ ହେବାକୁ ପଡ଼ିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବାୟୁସେନା ଗ୍ରୁପ୍‍ କ୍ୟାପଟେନ୍‍ ଆର. କେ. ନାରଙ୍ଗ କହିଲେ, ଏକ ଦାୟିତ୍ୱବାନ୍‍ ରାଷ୍ଟ୍ର ଭାବେ ଭାରତ ଜାତିସଂଘରେ ଶାନ୍ତି ଓ ନିରାପତ୍ତା କ୍ଷେତ୍ରରେ ପ୍ରତ୍ୟେକ୍ଷ ଭାବେ ଅଂଶ ଗ୍ରହଣ କରିଆସୁଛି। କରୋନା ମହାମାରୀ ସମୟରେ ଏକ ଦାୟିତ୍ୱବାନ୍‍ ରାଷ୍ଟ୍ରଭାବେ ଭାରତ ଏହାର ମୁକାବିଲା ନିମନ୍ତେ ଅନ୍ୟ ଦେଶଗୁଡ଼ିକ ସହ ଛିଡ଼ାହେବା ସହ ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲା। ବର୍ତ୍ତମାନ ସମୟରେ ମାନବିକତା ଓ ମାନବାଧିକାର ବିଶ୍ୱର ସବୁଠାରୁ ବଡ଼ ପ୍ରସଙ୍ଗ ହୋଇଛି। ଏହାଛଡ଼ା ଜଳବାୟୁ ପରିବର୍ତ୍ତନ, ସାଇବର ଅପରାଧ, ଆତଙ୍କବାଦ ଭଳି ଅନେକ ବୈଶ୍ୱିକ ପ୍ରସଙ୍ଗ ରହିଛି। ଏସବୁର ସମାଧାନର ପନ୍ଥା ବାହାର କରିବାରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୪୭ ମସିହା ସୁଦ୍ଧା ଭାରତ ଏକ ବିକଶିତ ଦେଶରେ ପରଣିତ ହେବାର ଲକ୍ଷ୍ୟ ରଖିଛି। ୧୪୦ କୋଟି ଭାରତୀୟ ତଥା ବିଶ୍ୱବାସୀଙ୍କ ଆଶା ଯୁବକମାନେ ହିଁ ପୂରଣ କରିପାରିବେ ବୋଲି ଶ୍ରୀ ନାରଙ୍ଗ କହିଥିଲେ। ତେଣୁ ବିଶ୍ୱ ଦୃଶ୍ୟପଟକୁ ଦୃଷ୍ଟିରେ ରଖି ଭାରତକୁ କିପରି ଏକ ସମୃଦ୍ଧ ରାଷ୍ଟ୍ରରେ ପରଣିତ କରାଯାଇପାରିବ ସେଥିପାଇଁ ଯୁବକ ଯୁବତୀମାନେ ନୂତନ ଚିନ୍ତାଧାର ପରିପ୍ରକାଶ କରିବା ଆବଶ୍ୟକ ବୋଲି ସେ କହିଥିଲେ।

 ଏହି ଛାୟା ଜାତିସଂଘରେ ଛାତ୍ରଛାତ୍ରୀମାନେ ପାରସ୍ପରିକ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଜର ସର୍ଜନଶୀଳ ଚିନ୍ତାଧାରା ମାଧ୍ୟମରେ ବିଶ୍ୱର ବିଭିନ୍ନ ପୁରୁଣା ସମସ୍ୟା ସହ ବର୍ତ୍ତମାନର ସମସ୍ୟାର ସମାଧାନର ପନ୍ଥା ବାହାର କରିବେ ବୋଲି ସେ ଆଶା ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଛାୟା ଜାତିସଂଘରେ ବିଭିନ୍ନ ସ୍କୁଲ୍‍ରୁ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଏହି ଛାୟା ଜାତିସଂଘର ବିଷୟବସ୍ତୁ ‘ଆତ୍ମନିର୍ଭରତା: ରାଷ୍ଟ୍ରୀୟ ସମୃଦ୍ଧି ଠାରୁ ବୈଶ୍ୱିକ ସ୍ଥିରତା’ ରଖାଯାଇଛି।

Previous Post

ପୁଣି ଚଳଚଞ୍ଚଳ ନବୀନ ନିବାସ

Next Post

ମଧୁସୂଦନ ପାର୍କରେ ସ୍ଵାଧୀନତା ଦିବସ ପାଳନ

Next Post
ମଧୁସୂଦନ ପାର୍କରେ ସ୍ଵାଧୀନତା ଦିବସ ପାଳନ

ମଧୁସୂଦନ ପାର୍କରେ ସ୍ଵାଧୀନତା ଦିବସ ପାଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA