Wednesday, April 22, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି ଚଳଚଞ୍ଚଳ ନବୀନ ନିବାସ

ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ: ନବୀନ

by Our Correspondent
17 Aug, 2024- 09:56 PM
in Latest News, News
1 min read
0
ପୁଣି ଚଳଚଞ୍ଚଳ ନବୀନ ନିବାସ

ଭୁୁବନେଶ୍ୱର: ବିଜେଡି ରାଜନୀତିର କେନ୍ଦ୍ରବିନ୍ଦୁ ନବୀନ ନିବାସ ପୁଣି ଚଳଚଞ୍ଚଳ ହୋଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ଯେମିତି ଗହଳି ଲାଗୁଥିଲା ଏବେ ସେହି ଅବସ୍ଥା ପୁଣି ଫେରି ଆସିଛି । ଆଜି ଶହ ଶହ ଛାତ୍ର, ମହିଳା, ଯୁବକ, ପଞ୍ଚାୟତ ପ୍ରତିନିଧି ଓ ବିଜେଡି କର୍ମୀ ନବୀନ ନିବାସରେ ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ ସୁପ୍ରିମୋ ।

ନବୀନ ନିବାସରେ ନେତାଙ୍କୁ ଭେଟିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଥିଲେ ବୋଲଗଡ଼ ବେଗୁନିଆ ଏବଂ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସଭ୍ୟ, ବ୍ଲକ୍ ଅଧ୍ୟକ୍ଷକଙ୍କ ସହ ଶତାଧିକ ଦଳୀୟ କର୍ମୀ । ସେହିଭଳି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ଆସିଥିଲେ ଯୁବ, ଛାତ୍ରଛାତ୍ରୀ ଓ ମହିଳା ନେତୃବୃନ୍ଦ । ନବୀନ ବାବୁଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦଳର ସଂଗଠନକୁ ମଜବୁତ କରିବା ପାଇଁ ସଂକଳ୍ପବଦ୍ଧ ଭାବେ କାମ କରିବାକୁ ଘୋଷଣା କରିଥିଲେ ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

କେବଳ ଦଳୀୟ ନେତା ଓ କର୍ମୀ ନୁହଁନ୍ତି, ନବୀନ ନିବାସରେ ଆଜି ‘ଦମନ’ ଟିମ୍ କୁ ଦେଖିବାକୁ ମିଳିଥିଲା । ମ୍ୟାଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର ମୁଖ୍ୟ କଳାକାର ବାବୁସାନ ଏବଂ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ନବୀନ ନିବାସରେ ନବୀନ ବାବୁଙ୍କୁ ଭେଟି ତାଙ୍କର ଆଶୀର୍ବାଦ କାମନା କରିଥିଲେ ।

ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ଭାବେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସୂଚନା ଅନୁଯାୟୀ, ନିର୍ବାଚନ ପରାଜୟରେ ହତୋତ୍ସାହିତ କର୍ମୀମାନଙ୍କ ମନୋବଳ ଫେରାଇ ଆଣିବା ପାଇଁ ଦଳ ପକ୍ଷରୁ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି । ଏଣିକି ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନେତା ଓ କର୍ମୀମାନେ ନବୀନ ନିବାସ ଆସି ସଭାପତିଙ୍କ ସହ ମନଖୋଲା ଆଲୋଚନା କରିବାର ସୁଯୋଗ ପାଇବେ । ଆଗାମୀ ନଭେମ୍ବରରୁ ନବୀନ ବାବୁ ନିଜେ ସାରା ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି । ଇତିମଧ୍ୟରେ ଦଳକୁ ମଜବୁତ କରିବା ସହ ଦଳୀୟ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ନୂଆ ସାଂଗଠନିକ ରୂପରେଖ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ଖୁବ୍ ଶୀଘ୍ର ଏହା ଘୋଷଣା ହେବ ବୋଲି ଜଣାପଡ଼ିଛି ।

Previous Post

ଚୁଲିକି ଗଲା ଓଡ଼ିଆ ଅସ୍ମିତା !

Next Post

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

Next Post
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA