Wednesday, April 22, 2026 04:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚୁଲିକି ଗଲା ଓଡ଼ିଆ ଅସ୍ମିତା !

by Our Correspondent
16 Aug, 2024- 06:53 PM
in Latest News, News, Politics
1 min read
0
ଚୁଲିକି ଗଲା ଓଡ଼ିଆ ଅସ୍ମିତା !

ଭୁବନେଶ୍ୱର: ନିର୍ବାଚନ ବେଳେ ଓଡ଼ିଆ ଅସ୍ମିତା କଥା କହି ବିଜେପି ନେତାମାନେ ହୁରି ପକାଇଥିଲେ । ଭି.କେ. ପାଣ୍ଡିଆନଙ୍କୁ ସାମନାରେ ରଖି ସବୁ ଅଣଓଡ଼ିଆ ଅଧିକାରୀମାନଙ୍କୁ ନିଶାନା କରିଥିଲେ । ଏଠି ଅଣଓଡ଼ିଆଙ୍କ ଶାସନ ଚାଲିବ ନାହିଁ । ସେମାନଙ୍କ ହାତରେ ଓଡିଆ ଅସ୍ମିତା ବିପଦରେ ବୋଲି ଲୋକଙ୍କୁ ଶୁଣାଇ କେନ୍ଦ୍ରୀୟ ବିଜେପିର ଶୀର୍ଷ ନେତାମାନେ ମଧ୍ୟ ଏଠି ଭାଷଣ ବର୍ଷା କଲେ । ଏହି ଓଡିଆ ଅସ୍ମିତାର ସ୍ଲୋଗାନ୍ ଓଡ଼ିଶାବାସୀଙ୍କ ମନକୁ ବି ଛୁଇଁଗଲା । ଯାହାର ଫଳ ହେଲା ବିଜେପି ରାଜ୍ୟରେ ଶାସନ କ୍ଷମତାକୁ ଆସିଲା ।

ବିଜେପି ଶାସନକୁ ଏବେ ମାତ୍ର ୨ ମାସ ପୂରିଛି । ମୋହନ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷାକବଚ ବୋଲି ଧୂମ୍ ପ୍ରଚାର କରୁଛନ୍ତି । ମାତ୍ର ତାହା ଲୋକଦେଖାଣିଆ ବୋଲି ପ୍ରଥମରୁ ପ୍ରମାଣିତ ହୋଇଗଲାଣି । ବିଜେପି ଯେଉଁ ଅଣଓଡ଼ିଆଙ୍କ ଶାସନ କଥା କହି ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲା, ନିଜେ ଶାସନକୁ ଆସିଲା ପରେ ତାହା ପ୍ରଥମରୁ ହିଁ ଆପଣେଇ ସାରିଲାଣି ।

ରାଜ୍ୟର ଦୁଇଟି ସର୍ବୋଚ୍ଚ ପଦବୀରେ ଅଣଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ମୋହନ ସରକାର । ମୋହନ ସରକାର ଆସୁ ଆସୁ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ୱାଇ.ବି ଖୁରାନିଆଙ୍କୁ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ୭ ମାସ ହେଲା ଅସ୍ଥାୟୀ ଡିଜି ଭାବେ ଦାୟିତ୍ୱ ସମ୍ଭାଳୁଥିବା ଓଡିଆ ପୁଅ ଅରୁଣ ଷଡ଼ଙ୍ଗୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଉଭୟ ମନୋଜ ଆହୁଜା ଏବଂ ୱାଇ.ବି ଖୁରାନିଆ ଦକ୍ଷ, ସଚ୍ଚୋଟ ଅଫିସର ଭାବେ ଜଣାଶୁଣା । ଦୁଇ ସର୍ବୋଚ୍ଚ ପଦରେ ସେମାନଙ୍କ ନିଯୁକ୍ତି ଉପରେ କାହାର ଆପତ୍ତି ନାହିଁ । କାରଣ ଆଇଏଏସ୍ କି ଆଇପିଏସ୍ ଙ୍କ ଭଳି ସର୍ବଭାରତୀୟ ଅଧିକାରୀମାନେ ତାଙ୍କ ରାଜ୍ୟ କ୍ୟାଡରରେ ଯେ କୌଣସି ପଦବୀରେ ରହିପାରିବେ । ଏଥିରେ ବାଛବିଚାର ରହିବା ଉଚିତ୍ ନୁହେଁ । ମାତ୍ର ବିଜେଡି ସରକାର ଅମଳରେ ଅଣଓଡିଆ ଅଫିସର ଭେଦଭାବ ସୃଷ୍ଟି କରିଥିବା ବିଜେପି ପାଇଁ ଏହା ବୁମେରାଂ ହୋଇଯାଇଛି । ଯେଉଁ ଅଣଓଡ଼ିଆ ଅଧିକାରୀଙ୍କୁ ନିଶାନା କରି ରାଜନୀତି କରୁଥିଲା ଏବେ ସେଇ ଅଣଓଡ଼ିଆଙ୍କ ହାତରେ କ୍ଷମତା ଦେଇ ନିଜକୁ ଭୁଲ୍ ବୋଲି ପ୍ରମାଣିତ କରିଛି ।

ନିଶ୍ଚିତ ଭାବେ ରାଜନୈତିକ ଦୃଷ୍ଟିରୁ ବିଜେଡି ପାଇଁ ଏହା ବିଜେପିକୁ ସମାଲୋଚନାର ସୁଯୋଗ ଦେଇଛି । ବିଜେପି ସରକାର ଓଡ଼ିଆ ଅସ୍ମିତାକୁ ଏକ ପ୍ରହସନରେ ପରିଣତ କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଅଣଓଡ଼ିଆଙ୍କ ରାଜ୍ ଚାଲିଛି ବୋଲି କହୁଥିବା ବିଜେପି ଆଜି ଅଣଓଡ଼ିଆଙ୍କୁ ଗୁରୁତ୍ୱ ଦେଉଛି । ଏହାଦ୍ୱାରା ବିଜେପିର ଦୋମୁହାଁ ନୀତି ପଦାରେ ପଡ଼ିଛି ବୋଲି ସେ କହିଛନ୍ତି ।

ଏଥିସହ ସେ ଦଳ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ ଆମେ କୌଣସି ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ବିରୋଧ କରୁନାହୁଁ କି ତାଙ୍କର ଯୋଗ୍ୟତା ବା ଦକ୍ଷତା ଉପରେ ପ୍ରଶ୍ନ ଉଠାଉ ନାହୁଁ । କେବଳ ବିଜେପିକୁ ପ୍ରଶ୍ନ କରିବାକୁ ଚାହୁଁଛୁ ଯେ ନିର୍ବାଚନ ପୂର୍ବରୁ ବିଜେପି ଯାହା କୁହେ, ସରକାରକୁ ଆସିଲା ପରେ ଠିକ ତାର ଓଲଟା କାର୍ଯ୍ୟ କରେ । ଯାହା ତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରମାଣିତ ।

କେବଳ ସର୍ବୋଚ୍ଚ ପଦବୀରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ ଦେବାରେ ମୋହନ ସରକାର ସୀମିତ ନାହାନ୍ତି । ଜଣେ ଓଡ଼ିଆ ଅଧିକାରୀ(ଏଏସଓ)ଙ୍କୁ ତଣ୍ଟିଆ ଓ ଜୋତା ଚଟାଇଥିବା ଅଣଓଡ଼ିଆ ଯୁବକଙ୍କୁ ସୁରକ୍ଷା ଦିଆଯାଇଛି । ଅଭିଯୁକ୍ତ ଜଣଙ୍କ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ହୋଇଥିବାରୁ ତାଙ୍କ ପାଇଁ ଆଇନକାନୁନ ବାଟ ହୁଡ଼ିଯାଇଛି । ଜୁଲାଇ ୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।

ଏହି ଘଟଣାକୁ ନେଇ ବିଧାନସଭା ଅଶାନ୍ତ ହେବାରୁ ସରକାର ଚତୁରତାର ସହ ଏଡ଼ାଇ ଦେଇଥିଲେ । ପୁରୀ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ । ରିପୋର୍ଟ ଆସିଲା ପରେ ଦୋଷୀ ଯିଏ ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ଗଣମାଧ୍ୟମରେ ବୟାନ ଦେଲେ । ମାତ୍ର ୧୫ ଦିନ ଯାଇ ଆହୁରି ୧୫ ଦିନ ବିତିବାକୁ ବସିଲାଣି । ଜିଲ୍ଲାପାଳଙ୍କ ରିପୋର୍ଟର ନାଁ ଗନ୍ଧ ନାହିଁ ।

ଏ ସମ୍ପର୍କରେ ନା ବିରୋଧୀ ଦଳ ନା ମୁଖ୍ୟ ଗଣମାଧ୍ୟମ ପ୍ରଶ୍ନ କରୁଛନ୍ତି । ଏଏସଓଙ୍କୁ ମାଡ଼ ଘଟଣା ବୋଧହୁଏ ସମସ୍ତେ ଭୁଲି ଗଲେଣି । ବିଜେପିର ଓଡ଼ିଆ ଅସ୍ମିତା ସତେ ଯେମିତି ଚୁଲିକି ଚାଲିଗଲାଣି!!

Previous Post

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

Next Post

ପୁଣି ଚଳଚଞ୍ଚଳ ନବୀନ ନିବାସ

Next Post
ପୁଣି ଚଳଚଞ୍ଚଳ ନବୀନ ନିବାସ

ପୁଣି ଚଳଚଞ୍ଚଳ ନବୀନ ନିବାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA