ଭୁବନେଶ୍ୱର: ସ୍ଥାନୀୟ ପୋଖରୀପୁଟ ମଧୁସୂଦନ ପାର୍କ ପରିସରରେ ପ୍ରାତଃ ଭ୍ରମଣକାରୀ ସଂଘ ଓ ୱାକର୍ସ କ୍ଳବ୍ ର ମିଳିତ ସହଯୋଗରେ ୭୮ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସଂଘର ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଜାତୀୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଅତିଥି ବରିଷ୍ଠ ସେନା ଅଧିକାରୀ ଏନ୍.ଏନ୍. ପାଣି, ସଂଘର ସଂପାଦକ ଲକ୍ଷ୍ମୀ ନାରାୟଣ ପାଢ଼ୀ, ବିଶିଷ୍ଟ କବି ମାନଗୋବିନ୍ଦ ବାରିକ୍, ଚଳଚିତ୍ର ଅଭିନେତ୍ରୀ ବିଦ୍ୟୁସ୍ମିତା ମନ୍ତ୍ରୀ, ପଠାଣି ବେହେରା ଓ ୱାକର୍ସ କ୍ଳବ୍ ର ସଂପାଦକ ବାଲ୍ମିକୀ ପାତ୍ର, ସୁନୀଲ ବିଶ୍ଵାଳ, ଲଳିତ ରାଉତଙ୍କ ସମେତ ବହୁ ବରିଷ୍ଠ ନାଗରିକ, ମହିଳା,ଯୁବକ, ଯୁବତୀ ଯୋଗ ଦେଇଥିଲେ। ଏହି ଅବସରରେ ପାର୍କ ପରିସରରେ ବୃକ୍ଷରୋପଣ କରା ଯାଇଥିଲା।