Tuesday, June 23, 2026 04:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାଗା ହଡ଼ପ: ବିଡିଏକୁ ରିପୋର୍ଟ ମାଗିଲେ ରାଜ୍ୟପାଳ

ମାମଲା ଚପାଇ ଦେବାକୁ ଉଦ୍ୟମ !

by Our Correspondent
18 Aug, 2024- 05:54 PM
in Latest News, News
1 min read
0
ଜାଗା ହଡ଼ପ: ବିଡିଏକୁ ରିପୋର୍ଟ ମାଗିଲେ ରାଜ୍ୟପାଳ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଜଣେ ଅଣଓଡ଼ିଆ ବୃଦ୍ଧଙ୍କର ଦାମୀ କମର୍ସିଆଲ୍ ପ୍ଲଟ୍ ହଡ଼ପ ଅଭିଯୋଗ ଉପରୁ ଖୁବ୍ ଶୀଘ୍ର ପରଦା ହଟିବାକୁ ଯାଉଛି । ‘ମିଡିଡେ ଓଡ଼ିଶା’ରେ ଏହି ଖବର ପ୍ରକାଶ ପାଇବା ପରେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି । ଖୋଦ୍ ରାଜ୍ୟପାଳ ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ରାଜଭବନରୁ ଏ ନେଇ ବିଡିଏକୁ ଚିଠି ଆସିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଉଲ୍ଲେଖଥାଉକି, ଅଭିଯୋଗକାରୀ ଅନୀଲ ଚନ୍ଦ୍ର ଜାନା ବିଡିଏ ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭିଜିଲାନସ୍ ନିର୍ଦ୍ଦେଶକ ଏବଂ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏସପିଙ୍କୁ ତାଙ୍କ ଅଭିଯୋଗ ଜଣାଇଥିଲେ ।

ଅନ୍ୟପକ୍ଷରେ ଉକ୍ତ ଅଭିଯୋଗ ବିଡିଏ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି । କାରଣ ବିଡିଏର ତକ୍ରାଳୀନ ସଚିବ କବୀନ୍ଦ୍ର ସାହୁଙ୍କୁ କିଙ୍ଗ-ପିନ୍ ଏବଂ ଜମି ହଡପ ରାକେଟ୍ ର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ସମ୍ପତ୍ତି ମାଲିକଙ୍କ ଅଜାଣତରେ ଓ ବିନା ସହମତିରେ ପାୱାର୍ ଅଫ ଆଟର୍ଣ୍ଣି ଜନୈକ ବିଲଡରଙ୍କ ପାଖକୁ ଚାଲିଯାଇଛି ଏବଂ ବିଲଡର ସେହି ସମ୍ପତ୍ତି ତାଙ୍କ ଝିଅକୁ ବିକ୍ରୀ କରିଛନ୍ତି । ପାୱାର୍ ଅଫ ଆଟର୍ଣ୍ଣି କପି ବିଡିଏରେ ଯେଉଁଦିନ ଦାଖଲ ହୋଇଛି ସେହିଦିନ ହିଁ ସେହି ସମ୍ପତ୍ତି ବିକ୍ରୀ ହୋଇଛି । ତତ୍କାଳୀନ ସଚିବ କବୀନ୍ଦ୍ର ସାହୁଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ହୋଇଛି ବୋଲି ଶ୍ରୀ ଜାନା ଅଭିଯୋଗ କରିଥିବାରୁ କର୍ତ୍ତୃପକ୍ଷ ଅଡୁଆରେ ପଡ଼ିଛନ୍ତି । ଇତିମଧ୍ୟରେ ସଂପୃକ୍ତ ସଚିବ ବଦଳି ହୋଇସାରିଥିଲେ ମଧ୍ୟ ଏଥିରେ ବିଡିଏର ଆଉ କିଛି କର୍ମଚାରୀ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବାରୁ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅନୀଲ ଜାନାଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ବିଡିଏ ଆରମ୍ଭରୁ ତତ୍ପରତା ପ୍ରକାଶ କରିଥିଲା । ଅତି ଗୋପନ ଭାବେ ଏହାର ତଦନ୍ତ ହୋଇଥିଲା । ଅଭିଯୋଗ ସମ୍ପୂର୍ଣ୍ଣ ଠିକ୍ ବୋଲି ତଦନ୍ତରୁ ଜଣାପଡ଼ିଲାଣି । ଏହାର ଫାଇଲ୍ ଇତିମଧ୍ୟରେ ଉପରକୁ ଯାଇଛି । ମାତ୍ର ପ୍ରାୟ ମାସେ ହେଲା ତାହା ସଚିବଙ୍କ ଟେବୁଲ୍ ରେ ପଡ଼ିରହିଛି । ସଂପୃକ୍ତ ବିଲଡର ଓ ଜାତିଭାଇଙ୍କୁ ସୁରକ୍ଷା ଦେବା ଉଦ୍ୟମରେ ସୁଚିନ୍ତିତ ଯୋଜନାକ୍ରମେ ଉପାଧ୍ୟକ୍ଷଙ୍କ ପାଖକୁ ଫାଇଲ୍ ପଠା ଯାଉ ନଥିବା କୁହାଯାଉଛି । ଏବେ ରାଜ୍ୟପାଳ ରିପୋର୍ଟ ମାଗିଥିବାରୁ ସେହି ଫାଇଲ ଉପରକୁ କେମିତି ଆସୁଛି ତାହାକୁ ଅପେକ୍ଷା କରାଯାଇଛି ।

ସୂଚନାଥାଉକି, ଅଭିଯୋଗକାରୀ ହେଉଛନ୍ତି ପଶ୍ଚିମବଙ୍ଗ ଇଷ୍ଟ ମେଦିନାପୁର ଜିଲ୍ଲା ଜୁଖିଆ ବଜାରର ବାସିନ୍ଦା ତଥା ଅବସରପ୍ରାପ୍ତ ଡାକ ଅଧିକାରୀ ଅନୀଲ ଚନ୍ଦ୍ର ଜାନା(୮୩) । ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ୍ ସେଣ୍ଟରରେ ୬୪୫୬ ବର୍ଗଫୁଟ ପରିମିତ ଜାଗା ବିଶିଷ୍ଟ ତାଙ୍କର ପ୍ଲଟ୍ (ନଂ ୧୩୬)ରେ ସେ ନିର୍ମାଣ କରିଥିଲେ S+3 ବିଲଡିଂ । ଯାହାର ମାଲିକାନା ରାତାରାତି ବଦଳିଯାଇଛି । ତାଙ୍କ ଅଜାଣତରେ ତାଙ୍କର ଦସ୍ତଖତ ନିଆଯାଇ ଶରତ କୁମାର ସାହୁ(ଷ୍ଟଲୱର୍ଟ ସଂସ୍ଥାର ମାଲିକ)ଙ୍କ ନାଁକୁ ପ୍ରଥମେ ସମ୍ପତ୍ତିର ପାୱାର ଅଫ୍ ଆଟର୍ଣ୍ଣି ହସ୍ତାନ୍ତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଝିଅ ନାଁରେ ସେହି ସମ୍ପତ୍ତି ଖରିଦ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଆନୁମାନିକ ୫୦ କୋଟି ମୂଲ୍ୟର ଏହି ଜାଗା ହରାଇଥିବା ବୃଦ୍ଧଜଣଙ୍କ ନିଜର ସମ୍ପତ୍ତି ଫେରିପାଇବା ପାଇଁ ବିଡିଏଠାରୁ ଆରମ୍ଭ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

‘ମିଡଡେ ଓଡ଼ିଶା’ରେ ଆମେ ପ୍ରଥମେ ଏହି ଖବର ପ୍ରକାଶ କରିଥିଲୁ । ପାଠକଙ୍କୁ ମନେ ପକାଇ ଦେବା ପାଇଁ ଏହାର ଲିଙ୍କ୍ ଦେଉଛୁ ।

ମାଲିକ ଜାଣିଲେନି, ଜାଗା ବିକ୍ରୀ ହୋଇଗଲା !

ମାଲିକ ଜାଣିଲେନି, ଜାଗା ବିକ୍ରୀ ହୋଇଗଲା !

Previous Post

ମଧୁସୂଦନ ପାର୍କରେ ସ୍ଵାଧୀନତା ଦିବସ ପାଳନ

Next Post

କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

Next Post
କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA